ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ହେଉଛନ୍ତି ଡିପ୍ରେସନ୍‌ର ଶିକାର, ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ବର୍ତ୍ତମାନ ସାରା ଦୁନିଆର ଏକମାତ୍ର ଚିନ୍ତାର କାରଣ ସାଜିଛି ଅବସାଦ ବା ଡିପ୍ରେସନ୍‌। ଏ ବିଷୟରେ କେହି କଥା ହେବାକୁ ଚାହାନ୍ତି ନାହିଁ। ଏଣୁ ଏହାକୁ ସମାଧାନ କରିବାରେ ବାଧା ଉପୁଜିଥାଏ। ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅବସାଦଗ୍ରସ୍ତ ଜୀବନ ଯୋଗୁ ସାରା ଦୁନିଆର ପ୍ରାୟ ୩ରୁ ୫ ଲକ୍ଷ ଲୋକ ଡିପ୍ରେସନ୍‌ର ଶିକାର ହେଉଛନ୍ତି। ଭାରତରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ଅବସାଦଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ୧୦ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ୍‌ ବୋଲି ଜଣାଯାଇଛି।

ରିପୋର୍ଟ ମୁତାବକ ଭାରତରେ ୧୪ ବର୍ଷରୁ କମ୍‌ ବୟସର ଶିଶୁ ଡିପ୍ରେସନ୍‌ର ଶିକାର ହେଉଛନ୍ତି। ଏଥିରେ ଉଭୟ ପୁଅ ଓ ଝିଅ ସାମିଲ ଅଛନ୍ତି। କିଶୋର ବୟସରେ ଅଧିକାଂଶ ଯୁବପିଢ଼ି ଅବସାଦଗ୍ରସ୍ତ ହୋଇପଡ଼ୁଛନ୍ତି। ଆସନ୍ତୁ ଜାଣିବା ଅବସାଦର କାରଣ ଓ ପ୍ରତିକାର…

କାରଣ:

ଅବସାଦର ମୁଖ୍ୟ କାରଣ ମଧ୍ୟରେ ଚିନ୍ତା, ପିଲାଙ୍କ ପାଠପଢ଼ା, ପ୍ରତିସ୍ପର୍ଦ୍ଧା, ପାରିବାରିକ ସମସ୍ୟା, ସମାଜରେ ପରିବର୍ତ୍ତନ ଆଦି ସାମିଲ ରହିଛି। ମହିଳାଙ୍କଠାରେ ଏହି ସମସ୍ୟା ଘର ଓ ଅଫିସ କାମ ଟେନ୍‌ସନ୍‌ ଯୋଗୁ ଦେଖାଦେଇଥାଏ। କାମ ପାଇଁ ସେମାନେ ନିଜକୁ ସମୟ ଦେଇପାରିନଥାନ୍ତି ଫଳରେ ଚିନ୍ତା ଧୀରେ ଧୀରେ ଡିପ୍ରେସନ୍‌ର ରୂପ ଧାରଣ କରିଥାଏ।

ଏହାସହ ପଢ଼ନ୍ତୁ: ଆଣ୍ଠୁଗଣ୍ଠି ବାତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ପ୍ରତିକାର:

  • ଅବସାଦରୁ ମୁକ୍ତି ପାଇବାର ସବୁଠାରୁ ସୁବିଧା ଉପାୟ ହେଉଛି ଯୋଗ। ପ୍ରତିଦିନ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ।
  • ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ମୁଣ୍ଡ ରିଲାକ୍ସ ରହିବ।
  • ପ୍ରତିଦିନ ଚାଲିବାକୁ ଯାଆନ୍ତୁ, ଜଗିଂ କରନ୍ତୁ। ଯଦି ସୁବିଧା ହେଉଛି ତେବେ ପହଁରିବାକୁ ଯାଆନ୍ତୁ। ଏହାଦ୍ୱାରା ସକାରାତ୍ମକ ଉର୍ଜା ଜାଗ୍ରତ ହୁଏ।
  • ଆହାରରେ ପୁଷ୍ଟିକର ଭୋଜନକୁ ସାମିଲ କରନ୍ତୁ। ବିଭିନ୍ନ ପ୍ରକାରର ଫଲ, ପନିପରିବା, ମାଂସ, ଡାଏରୀ ପ୍ରଡକ୍ଟ , ମାଛ ଆଦି ଖାଇବା ସହ ପ୍ରଚୁର ପାଣି ପିଅନ୍ତୁ।
  • ଅଫିସ କାମକୁ ଅଫିସରେ ସାରନ୍ତୁ। ଘରେ ଅଫିସ କାମ ନ କରିବାକୁ ଚେଷ୍ଟା କରନ୍ତୁ।
  • ମଦ, ସିଗାରେଟ୍‌ ଆଦିଠାରୁ ଦୂରେଇ ରୁହନ୍ତୁ।
WCW 11

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

18 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

31 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

32 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

32 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

1 hour ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago