ପ୍ରତିଦିନ ରାତିରେ ଗୋଟିଏ ସମୟରେ ନିଦ ଭାଙ୍ଗୁଛି କି? ଜାଣନ୍ତୁ ଏହା ପଛରେ କଣ ସମସ୍ଯା

୨୪ ଘଣ୍ଟିଆ ଦିନଚକ୍ର ମଧ୍ୟରେ ଶରୀରର ଶକ୍ତି ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ବିନିଯୋଗ ହୋଇଥାଏ । ବିଶେଷ କରି ମଣିଷ ଶୋଇଥିବା ଅବସ୍ଥାରେ ଏହା ଘଟେ। ତେବେ ଆପଣ ଜାଣିଛନ୍ତି କି, ନିର୍ଦ୍ଦିଷ୍ଟ ସମସ୍ୟା ଯୋଗୁଁ ରାତିରେ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗେ କାହିଁକି? କ’ଣ ଆପଣଙ୍କର ମଧ୍ୟ ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗୁଛି କି ? ଯଦି ସେମିତି ହେଉଛି, ଜାଣନ୍ତୁ ଶରୀରର କିଛି ଅସୁବିଧା ହେଉନାହିଁ ତାର କାରଣ ଏହା ଦ୍ୱାରା ଶରୀର ସ୍ୱାଭାବିକ ସନ୍ତୁଳନ ଓ ଚକ୍ରରେ ବ୍ୟାଘାତ ଘଟୁଛି। ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ହେବାକୁ ଶକ୍ତି ଆବଶ୍ୟକ କରିଥାନ୍ତି।
କେଉଁ ସମୟରେ ନିଦ ଭାଙ୍ଗିଲେ କଣ ହୋଇଥାଏ ରୋଗ
ରାତି ୯ଟାରୁ ୧୧ଟା
ଏହି ସମୟରେ ପ୍ରାୟ ସମସ୍ତେ ଶୋଇବା ପାଇଁ ଚେଷ୍ଟା କରନ୍ତି। କାରଣ ଏହି ସମୟରେ ଏଣ୍ଡୋକ୍ରାଇନ୍ ସିଷ୍ଟମ୍ କ୍ଷୟ ହେବା ସହ ଏନ୍ଜାଇମ୍ ଭରଣା କରେ। ଏହି ସମୟରେ ନ ଶୋଇଲେ ହର୍ମୋନ୍ ଓ ମେଟାବୋଲିଜିମ୍ ଧାରାରେ ବିଭ୍ରାଟ ଘଟେ। ଦିନମାନର ସମସ୍ୟା ଏବଂ ଆସନ୍ତାକାଲି କୌଣସି ଅସୁବିଧାର ସମ୍ମୁଖୀନ ହେବା ଆଦି ଚିନ୍ତା ମୁଣ୍ଡରେ ପଶିଲେ ଏପରି ସମସ୍ଯା ହୋଇଥାଏ। ଦିନରେ ସଠିକ୍ ଭାବେ ଖାଦ୍ଯ ଗ୍ରହଣ ନକଲେ ଅଥବା ବିଳମ୍ବରେ ଖାଇଥିଲେ ମଧ୍ୟ ଏ ଭଳି ହୋଇଥାଏ। ତେଣୁ ସବୁବେଳେ ମନରେ ସକାରାତ୍ମକ ଭାବନା ତେଜିବା ସହ ଉତ୍ତେଜନା ସୃଷ୍ଟି କରୁଥିବା କଥାଠୁ ଦୂରେଇ ରୁହନ୍ତୁ। ଦେଖିବେ ସଠିକ୍ ପରିମାଣର ନିଦ ଆସିଯିବ।
ରାତି ୧୧ଟାରୁ ୧ଟା
ମନରେ ଅସନ୍ତୋଷ ରହିଲେ ଏ ସମୟରେ ନିଦ ଭାଙ୍ଗି ଥାଏ। ଏହି ସମୟରେ ଶୀତଳ ଶକ୍ତି ଉଷ୍ମ ଶକ୍ତିରେ ରୂପାନ୍ତରିତ ହେଉଥାଏ। ଉଷ୍ମ ଶକ୍ତି ଖୁବ୍ ସକ୍ରିୟ ହୋଇଥିବାରୁ ଶରୀର ଆସନ୍ତାକାଲି ପାଇଁ ଏହାକୁ ସାଇତି ଥାଏ। ନିଜକୁ ଦେଖିଲେ ହିଁ ଯାଇ ସ୍ଥିର ଚିତ୍ତରେ ଏ ଶକ୍ତିକୁ ସଂରକ୍ଷିତ କରି ହେବ। ଅସ୍ୱାସ୍ଥ୍ୟକର ଚର୍ବି ବା ତୈଳ ଖାଇଲେ ପୀତକୋଷ ଏହି ସମୟରେ ତାକୁ ଭାଙ୍ଗୁଥିବାରୁ ନିଦ୍ରାରେ ବିଭ୍ରାଟ ଘଟିଥାଏ ବୋଲି କୁହାଯାଉଛି।
ରାତି ୧ଟାରୁ ୩ଟା
ଅନୁଜୀବ ବିଷ ନିଷ୍କାସନ ଏବଂ ନବୀକରଣ ପ୍ରକ୍ରିୟା ଚାଲିଥିବାରୁ ଏହି ସମୟ ଶରୀର ପାଇଁ ଘଡ଼ିସନ୍ଧିର ସମୟ। ଏତିକିବେଳେ ଯକୃତ ବିଷ ନଷ୍ଟ କରିବା ସହ ତାହାକୁ ନିଷ୍କାସନ କରାଇ ନୂଆ ରକ୍ତ ତିଆରି କରେ। ମନରେ କ୍ରୋଧ, ହତାଶା ଏବଂ ନକାରାତ୍ମକ ଭାବନା ଥିଲେ ଏ ସମୟରେ ନିଦ୍ରା ଭାଙ୍ଗି ଯାଏ।
ରାତି ୩ଟାରୁ ୫ଟା
ଏଇ ସମୟରେ ଶରୀରକୁ ଅମ୍ଳଜାନ ଆଣୁଥିବା ଫୁଲକଲିଜା ବା ଫୁସ୍ଫୁସ୍ ମରାମତି ହେଉଥାଏ। ଯଦି ଏ ସମୟରେ ନିଦ ଭାଙ୍ଗି ଯାଏ ତେବେ ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ କରନ୍ତୁ। ଦୁଖ ଓ ଅବସାଦ ଯୋଗୁଁ ମଧ୍ୟ ଫୁଲକଲିଜାରେ ସମସ୍ୟା ଉପୁଜି ଥାଏ।
ସକାଳ ୫ଟାରୁ ୭ଟା
ରାତିରେ ଦେହରୁ ବାହାରି ନଷ୍ଟ ହୋଇଥିବା ଅଣୁଜୀବସୃଷ୍ଟ ବିଷ ଏଇ ସମୟରେ ଶରୀରକୁ ବାହାରିଥାଏ। ଏହି ସମୟରେ ସକ୍ରିୟ ଥାଏ ବୃହଦାନ୍ତ୍ର। ଅଳ୍ପ ଖାଇବା ଏବଂ ବିଳମ୍ବରେ ଖାଇବା ଯୋଗୁଁ ସମସ୍ୟା ହୋଇଥିଲେ ଏ ସମୟରେ ନିଦ ଭାଙ୍ଗିଯାଏ। ଏଥିରୁ ନିସ୍ତାର ପାଇବା ପାଇଁ ନିଜର ଶୋଇବା ସମୟ ବଦଳାଇ ଦିଅନ୍ତୁ।