ଅଳ୍ପ ବୟସରେ ପାଚିଗଲେ ଦାଢ଼ି ଓ ଚୁଟି, ଏହି ଉପାୟ ଆପଣାନ୍ତୁ, ପାଇବେ ଫାଇଦା

ପୂର୍ବ ସମୟରେ ଧଳା ଚୁଟି ଓ ଦାଢ଼ି ବୟସ୍କ ବ୍ୟକ୍ତିଙ୍କ ପରିଚୟ । ହେଲେ ଆଜିର ସମୟରେ କମ ବୟସର ବ୍ୟକ୍ତିଙ୍କ ଠାରେ ମଧ୍ୟ ପାଚିଲା ବାଳ ଓ ଦାଢ଼ି ଥିବା ଦେଖିବାକୁ ମିଳୁଛି । ଏବେ ୨୫ ରୁ ୩୦ ବର୍ଷ ପିଲାଙ୍କ ଠାରେ ମଧ୍ୟ ଦାଢ଼ି ଧଳା ହୋଇଯିବା ଦେଖିବାକୁ ମିଳୁଛି । କେହି କେହି ଧଳା ଦାଢ଼ିକୁ ଲୁଚାଇବା ପାଇଁ କ୍ଲିନ ସେଭ କରନ୍ତି । ଆଉ କେହି ଏହାକୁ କଳା କରିଥାନ୍ତି । ଦାଢ଼ି ଧଳା ହେବାର ଅନେକ କାରଣ ରହିଛି । ହେଲେ ମୁଖ୍ୟ କାରଣ ହେଉଛି ଭୁଲ ଲାଇଫ୍‌ଷ୍ଟାଇଲ ଓ ଖାଦ୍ୟ ପାନୀୟ । ଏହି ଆଦତକୁ ପରିବର୍ତ୍ତନ କଲେ କମ ବୟସରେ ଧଳା ଦାଢ଼ି ଓ ଚୁଟି ହେବାରୁ ରକ୍ଷା ପାଇବେ ।

ଦାଢ଼ି ଧଳା ହେବା ପଛର କାରଣ

୧. ଚାପ :

ଆଜିକାଲି ସମୟରେ କମ୍ପିଟେସନ ଏତେ ବଢ଼ିଯାଇଛି ଯେ ଲୋକେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ଲାଗନ୍ତି । ଏଡି ମଡର୍ଣ୍ଣ ସମୟର କମ୍ପିଟେସନରେ ନିଜର ହେଲଥ୍‌ ବିଷୟରେ ଭୁଲି ଯାଆନ୍ତି । ଏହି ଚାପ କାରଣରୁ କମ ବୟସରେ ଦାଢ଼ି ଧଳା ହୋଇଯାଇଥାଏ ।

୨. ଶରୀରରେ ମେଲୋନୀନ ଅଭାବ :

ମେଲୋନୀନ ଶରୀରରେ ମିଳୁଥିବା ଏମିତି ଏକ ପିଗମେଣ୍ଟ ଯାହା ବାଳ ଓ ଚର୍ମକୁ ଚମକାଇ ଥାଏ । ଯେତେବେଳେ ଶରୀରରେ ଏହାର ଅଭାବ ହୁଏ ଦାଢ଼ି ସଫା ହେବାକୁ ଲାଗିଥାଏ । ତେଣୁ ଏହାର ଅଭାବ ପୁରଣ କରିବା ପାଇଁ ଯେତେ ପାରିବେ ସବୁଜ ପରିବା ଓ କୋଳି ଖାଇବେ ।

୩. ଧୂମପାନ ଓ ମଦ୍ୟପାନ କାରଣ :

ଡ୍ରିଙ୍କ୍‌ ଓ ଧୂମପାନ ଅଭ୍ୟାସ ଦାଢ଼ି ଧଳା ହେବାର ମୁଖ୍ୟ କାରଣ ହୋଇଥାଏ । କମ ବୟସରେ ନିଶା କରିବା ଯୋଗୁ ବ୍ଲଡ ଭେସେଲସରେ ପରିବର୍ତ୍ତନ ହୋଇ ବ୍ଲଡ ସର୍କୁଲେସନରେ ବାଧା ଆସିଥାଏ । ଫଳରେ ଦାଢ଼ିର ରଂଗ ଧଳା ହୋଇଯାଏ ।

୪. ପୋଷକ ତତ୍ତ୍ୱରେ ଅଭାବ :

ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେଲେ ଦାଢ଼ି ଧଳା ହୋଇଯାଇଥାଏ । ତେଣୁ ଶରୀରକୁ ଉଚିତ ପୋଷକ ତତ୍ତ୍ୱ ଓ ଭିଟାମିନ ପହଞ୍ଚାଇବା କଥା । ଏହା ଶରୀରକୁ ଫାଇଦା ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.