ରାତିରେ ଏହି ସବୁ ସମୟରେ ନିଦ ଭାଙ୍ଗୁଛି କି, ତେବେ ଜାଣନ୍ତୁ ଆପଣଙ୍କୁ କିଏ ଦେଉଛି ସଂକେତ

ନିଦ ନ ଆସିବା କିମ୍ବା ରାତିରେ ବାରମ୍ବାର ନିଦ ଭାଙ୍ଗିଯିବା ପଛରେ ଚିନ୍ତା ଓ ଅବସାଦ ସମେତ ଅନେକ ପ୍ରକାର ମାନସିକ-ଶାରୀରିକ କାରଣ ମଧ୍ୟ ରହିଥାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ ମଧ୍ୟ ରହିଛି ଯାହାକୁ ପ୍ରାୟ ପ୍ରତ୍ୟେକ ମଣିଷ ଅଣଦେଖା କରିଦିଅନ୍ତି। ନଚେତ କହିପାରିବା ଯେ ଏହା ବିଷୟରେ ଆପଣଙ୍କୁ ଜଣା ହିଁ ନାହିଁ। ଧର୍ମ ଏବଂ ଶାସ୍ତ୍ରରେ ରାତିରେ ବାରମ୍ବାର ନିଜ ଏବଂ ପ୍ରତିଦିନ ଗୋଟିଏ ଦିନରେ ନିଜ ଭାଙ୍ଗିବାକୁ ନେଇ କାରଣ କୁହାଯାଇଛି। ଦର୍ଶକବନ୍ଧୁ ଆଜି ଆମେ ଏ ଭିଡିଓରେ ଜଣାଇବୁ ଏହାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ଯାହା ବହୁତ ବିଶେଷ ସଂକେତ ଦେଇଥାଏ।

ରାତିରେ ଅଲଗା ଅଲଗା ସମୟରେ ପ୍ରତିଦିନ ନିଦ ଭାଙ୍ଗିବାର ଅର୍ଥ ଏବଂ ସଂକେତ ଅଲଗା ଅଲଗା ରହିଥାଏ। ଯେମିତିକି ରାତି ୯ ଟାରୁ ୧୧ ଟା ଭିତରେ ନିଦ ଭାଙ୍ଗିବା : ଯଦି ପ୍ରତିଦିନ ରାତି ୯ ଟାରୁ ୧୧ଟା ଭିତରେ ଆଖି ଖୋଲୁଛି ତାହେଲେ ଏହା ପଛରେ ଆପଣଙ୍କ ମନରେ ଚାଲୁଥିବା କୌଣସି ଚିନ୍ତା ହୋଇପାରେ। ତେଣୁ ଭଲ ହେବ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ଥଣ୍ଡା ପାଣିରେ ଧୋଇବେ ଏବଂ କୌଣସି ଏକ ମନ୍ତ୍ରକୁ ଜପ କରି ଶୁଅନ୍ତୁ।

ରାତି ୧୧ଟାରୁ ୧୨ଟା ଭିତରେ ନିଦ ଭାଙ୍ଗିବା

ଯଦି ପ୍ରତ୍ୟେକ ଦିନ ଆପଣଙ୍କ ଆଖି ରାତି ୧୧ ଟାରୁ ୧୨ଟା ଭିତରେ ଖୋଲୁଛି ତାହେଲେ ଏହା ଆପଣଙ୍କ ମନରେ ଭୟର ସଂକେତ ଦେଉଛି। ଭଲ ହେବ ଶୋଇବା ପୂର୍ବରୁ ନେଗେଟିଭ ଚିନ୍ତା କରନ୍ତୁ ନାହିଁ। ସବୁବେଳେ ସକରାତ୍ମକତା ପାଇଁ କିଛି ଶୁଣନ୍ତୁ ଏବଂ ପଢ଼ନ୍ତୁ।

ରାତି ୧ ଟାରୁ ୨ଟା ଭିତରେ ନିଦ ଖୋଲିବା

ରାତି ୧ଟାରୁ ୨ଟା ଭିତରେ ନିଦ ଖୋଲିବାର ଅର୍ଥ କୌଣସି ବି ଅଜଣା ଶକ୍ତି ଆପଣଙ୍କ ଆଖପାଖରେ ରହିଥିବା ଇଶାରା କରୁଛି। ଏହି ଶକ୍ତି ଆପଣଙ୍କ ଜୀବନର ଉଦ୍ଦେଶ୍ୟ ପ୍ରତି ଜାଗୃତ କରିଥାଏ। ତେଣୁ ଭଲ ହେବ ନିଜ ଜୀବନକୁ ଗମ୍ଭୀରତାର ସହ ଭାବନ୍ତୁ।

ରାତି ୧ଟାରୁ ୨ଟା ରେ ନିଦ ଭାଙ୍ଗିବା

ଏହା ଆପଣଙ୍କ କ୍ରୋଧର ପ୍ରତୀକ। ଭଲ ହେବ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ହାତ ଏବଂ ପାଦ ଧୂଅନ୍ତୁ ଏବଂ ଥଣ୍ଡା ପାଣି ପିଅନ୍ତୁ।

ରାତି ୩ଟାରେ ନିଦ ଭାଙ୍ଗିଯିବା

ଏହାର ସଂକେତ ହେଉଛି ବ୍ରହ୍ମାଣ୍ଡ ଏବଂ ଦିବ୍ୟଶକ୍ତି ଚାହୁଁଛନ୍ତି ଆପଣ ଉଠନ୍ତୁ ଏବଂ ନିଜ ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ। ପରମାତ୍ମାଙ୍କ ଜପ କରନ୍ତୁ।

ରାତି ୩ଟାରୁ ୫ଟାରେ ନିଦ ଭାଙ୍ଗିବା

ଏହାର ଅର୍ଥ କୌଣସି ଅଜଣା ଶକ୍ତି ଆପଣଙ୍କ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଆଖି ଖୋଲିଗଲେ ଭଗବାନଙ୍କ ନାମ ଜପ କରନ୍ତୁ।

ସକାଳ ୫ଟାରୁ ୭ଟା ଭିତରେ

ସକାଳ ୫ଟାରୁ ୭ଟା ଭିତରେ ନିଦ ଭାଙ୍ଗିଗଲେ ଇମୋସନାଲ ଏବଂ ଦୁର୍ବଳ ହେବାର ଇଶାରା କରିଥାଏ। ଏଥିପାଇଁ ସବୁଠୁ ଭଲ ହେବ ମେଡିଟେସନ୍‌ କରନ୍ତୁ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.