କୋଲେଷ୍ଟ୍ରଲ ଓ ବ୍ଲଡ ପ୍ରେସର ମାତ୍ରାକୁ କମ କରେ “Buckwheat”

ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମାଧ୍ୟମ। ତେବେ ଆପଣ ଦୈନିକ କେତେ ମାତ୍ରାରେ ଆଉ କଣ ଖାଉଛନ୍ତି ତାହା ଜାଣିବା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ। ଭାତ ସହ ଅନ୍ୟ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହାସହ ଦରକାର ପଡ଼ିଥାଏ ବିଭିନ୍ନ ପ୍ରକାର ଫଳ ମୂଳ। ତେବେ ଭାରତୀୟଙ୍କ ଖାଇବାରେ ତ ଅନେକ ଭିନ୍ନତା ଦେଖିବାକୁ ମିଳେ। କେଉଁଠି ରୁଟି ତ ଅନ୍ୟ କେଉଁଠି ଭାତ। ଆମ ଓଡ଼ିଶାରେ ଭାତକୁ ବେଶି ପସନ୍ଦ କରିଥାନ୍ତି। କିନ୍ତୁ ରୁଟି ମଧ୍ୟ ଆମ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ।

ସମସ୍ତଙ୍କ ଘରେ ଅଟାର ସେଥିପାଇଁ ବ୍ୟବହାର ଅଧିକ ହୋଇଥାଏ । ଅଟାରୁ ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହି ଲିଷ୍ଟରେ ଗହମରୁ ପ୍ରସ୍ତୁତ ଅଟା ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହାଛଡା ଅନ୍ୟ ସମୟରେ ମଇଦାକୁ ମଧ୍ୟ ଆମେ ବ୍ୟବହାର କରିଥାଏ । କିନ୍ତୁ ଏସବୁ ମଧ୍ୟରେ ଆମକୁ ଖାଦ୍ୟର ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏଇ ଯେମିତି ଗହମ ଓ ମଇଦା । ଗହମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ମଇଦାର ପ୍ରତିଦିନ ବ୍ୟବହାର ଶରୀରକୁ ଅସୁସ୍ଥ ଓ ରୋଗାଗ୍ରାସ୍ତ କରିଥାଏ ।

ତେବେ ବିିଭିନ୍ନ ସ୍ଥାନରେ ଅଟାର ଭେରାଇଟି ମଧ୍ୟ ଆପଣ ଦେଖିବାକୁ ପାଇବେ । ମକା, ବାଜରା ଭଳି ତନ୍ତୁ ଜାତୀୟ ଖାଦ୍ୟ ଶରୀରକୁ ଉତ୍ତମ ପୋଷଣ ଯୋଗାଇଥାଏ । ସେମିତି ଏକ ପୃଷ୍ଟିକର ଦାନା ସମ୍ପର୍କରେ ଆମେ ଆପଣଙ୍କୁ କହିବୁ । ଏହାର ନାମ କୁଟୁ । କୁଟୁର ଅଟା ମଧ୍ୟ ପ୍ରସ୍ତତ କରାଯାଏ । ଏହାକୁ ଓଷାବ୍ରତରେ ସେବନ କରାଯାଏ । ଏଥିରେ ମାଗ୍ନେସିୟମ, ଭିଟାମିନ ବି, ଆଇରନ, କ୍ୟାଲସିୟମ, ଫଲେଟ, ଜିଙ୍କ, କପର, ମାଙ୍ଗାନିଜ, ଫସଫରସ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଫାଇଟୋନ୍ୟୁଟ୍ରିଏ ରହିଛି ଯାହା କୋଲେଷ୍ଟ୍ରଲ ଓ ବ୍ଲଡ ପ୍ରେସର ମାତ୍ରାକୁ କମ କରିଥାଏ ।

କୁଟୁ ଅଟାକୁ ଇଂରାଜୀରେ Buckwheat କୁହାଯାଏ । ତେବେ ଏହା ଗହମ ଭଳି ଗଛରୁ ଉତ୍ପନ୍ନ ହୋଇନଥାଏ । କୁଟୁ Buckwheatର ଲାଟିନ ନାମ ଫେଗୋପାଇରମ ଏସ୍କଲୁଲେଣ୍ଟ, ଯାହା ପୋଲିଗୋନେସିଏଡ ନାମକ ପ୍ରଜାତିର ଗଛରୁ ଉତ୍ପନ୍ନ ହୋଇଥାଏ । ଏହି ଗଛରୁ ଫଳ ଜନ୍ମ ହୋଇଥାଏ । ଏହି ଫଳକୁ ଗ୍ରାଇଣ୍ଡ କରି ଏଥିରୁ ଅଟା ପ୍ରସ୍ତୁତ କରାଯାଏ । ଏହାକୁ Buckwheat ବା କୁଟୁ ଅଟା କୁହାଯାଏ । ତେବେ ଭାରତରେ ଏହା ଖୁବ କମ ଚାଷ କରାଯାଏ । ହିମାଳୟ ତଥା ଜାମ୍ମୁକାଶ୍ମୀର , ଉତ୍ତରାଖଣ୍ଡ ଏବଂ ଦକ୍ଷିଣ ନୀଳଗିରିର ଉତ୍ତର-ପୂର୍ବ ରାଜ୍ୟରେ ଏହା ଚାଷ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.