ଆଜି ଘରେ ବନାନ୍ତୁ ଚିକେନ୍‌ର ଏକ ନୂଆ ଆଇଟମ୍‌ ଚଟ୍‌ପଟା ଦହି ରସୁଣ ଚିକେନ୍‌ ଟିକ୍କା

ଚିକେନ୍‌ର ଅନେକ ଆଇଟମ୍‌ ତ ଆପଣ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଏକ ଭିନ୍ନ ଆଇଟମ୍‌ ଶିଖାଇବୁ, ଯାହା ଏକ ନିଆରା ସ୍ୱାଦ ଦେବ। ଏହି ଆଇଟମ୍‌ର ନାଁ ହେଉଛି ଦହି ରସୁଣ ଚିକେନ୍‌ ଟିକ୍କା।

ଆବଶ୍ୟକୀୟ ଉପକରଣ:

ଚିକେନ୍‌, ଚିଜ୍‌, ରସୁଣ, ଅଦା, କଟା ଧନିଆ, କିଛି କଞ୍ଚା ଲଙ୍କା ପେଷ୍ଟ, କ୍ରିମ୍‌, ୪ ଚାମଚ ଦହି, କାଜୁ ପେଷ୍ଟ, ସ୍ୱାଦାନୁସାରେ ଲୁଣ, କଳା ଲୁଣ, ଚାଟ୍‌ ମସଲା, ବଟର

ପ୍ରସ୍ତୁତି ପ୍ରଣାଳୀ:

ଚିକେନ୍‌କୁ ପ୍ରଥମେ ଦହିରେ ମ୍ୟାରିନେଟ୍‌ କରନ୍ତୁ। ଏହି ମ୍ୟାରିନେଟ୍‌ରେ କଟା ରସୁଣ, ଅଦା ପେଷ୍ଟ, କାଜୁ ପେଷ୍ଟ ଓ ଲଙ୍କା ପେଷ୍ଟ ପକାନ୍ତୁ। ଏବେ ଏଥିରେ କଟା ଧନିଆ, ସ୍ୱାଦାନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଏବେ କଳା ଲୁଣ, ଚାଟ ମସଲା, କ୍ରିମ୍‌ ଓ ଚିଜ୍‌ ପକାଇ ଗୋଳାଇ ଦେଇ ଅଧ ଘଣ୍ଟା ଯାଏଁ ଛାଡ଼ିଦିଅନ୍ତୁ। ଏବେ ଓଭାନ୍‌ ଟ୍ରେରେ କିଛି ବଟର ଲଗାଇ ଏହି ଚିକେନ୍‌କୁ ସେଥିରେ ରଖି ୧୦-୧୫ ମିନିଟ୍‌ ଯାଏଁ ବସାନ୍ତୁ। ୧୫ ମିନିଟ୍‌ ପରେ ପରେ ପ୍ଲେଟ୍‌କୁ କାଢ଼ି ଗରମାଗରମ ସର୍ଭ କରନ୍ତୁ ଦହି ରସୁଣ ଚିକେନ୍‌ ଟିକ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.