ଏହିପରି ବନାନ୍ତୁ ଖଜୁରୀର ଚଟଣି, ପିଲାମାନେ ଚାଟି ଖାଇବେ ହାତ

ଚଟଣି ଏକ ଏପରି ଖାଦ୍ୟ ଯାହାକି ଖାଇବାର ସ୍ବାଦକୁ ଦୁଇଗୁଣ କରିଦେଇଥାଏ । ସେ ଦହିବରା ହେଉ କିମ୍ବା ଭାତ ଡାଲି ଅଥର୍ବ ପୁରୀ ପରଟା । ଏହି ସବୁ ଖାଦ୍ୟ ସହିତ ଚଟଣି ଖାଇବାର ମଜା କିଛି ନିଆଁରା । ଅନେକ ଜିନିଷକୁ ପେଷି ଚଟଣି ପ୍ରସ୍ତୁତ କରାଯାଇଥାଏ । ଆପଣ ଅନେକ ପ୍ରକାର ଚଟଣି ଖାଇଥିବେ କିନ୍ତୁ କେବେ ଖଜୁରୀର ଚଟଣି ଖାଇଛନ୍ତି କି ? ତାହେଲେ ଆସନ୍ତୁ ଜାଣିବା କେଉଁପରି ଭାବେ ପ୍ରସ୍ତୁତ କରାଯାଇଥାଏ ଏହି ଖଜୁରୀର ଚଟଣି ।

ଖଜୁରୀ ଚଟଣି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

ଖଜୁରୀ- ୧୨୫ ଗ୍ରାମ, ଚିନି-୧୦୦ ଗ୍ରାମ, କିସମିସ ୨ ଛୋଟ ଚାମଚ, ଅଦାବଟା ୨ ଛୋଟ ଚାମଚ, ହେଙ୍ଗୁ ଅଳ୍ପ ଟିକେ, ଲଙ୍କା ପାଉଡର ଅଧା ଚାମଚ, ଆମଚୁର ପାଉଡର ୨ ଛୋଟ ଚାମଚ, ଗରମ ମସଲା ଅଧା ଚାମଚ, ଜିରା ପାଉଡର ୧ ଛୋଟ ଚାମଚ, କଳାଲୁଣ ଅଳ୍ପ ଓ ଲୁଣ ସ୍ବଦାନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ଖଜୁରୀର ଚଟଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏହାକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ ଓ ତାକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ଗ୍ୟାସରେ ଏକ ପ୍ୟାନ ବସାଇ ସେଥିରେ ଚିନି ଆଉ ପାଣି ଦେଇ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ ।

ସିରା ପ୍ରସ୍ତୁତ ହୋଇଯିବା ପରେ ଏଥିରେ କାଟିଥିବା ଖଜୁରୀ, ଅଦାପେଷ୍ଟ, ଗରମ ମସଲା, କିସମିସ ଏବଂ ଲଙ୍କା ପାଉଡର ପକାଇ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଅଳ୍ପ କଳାଲୁଣ, ସ୍ୱାଦ ଅନୁସାରେ ଲୁଣ , ଭଜା ଯାଇଥିବା ଜିରା ପାଉଡର, ହେଙ୍ଗୁ ଏବଂ ଆମଚୁର ପାଉଡର ମିଶାନ୍ତୁ । ଏହିସବୁ ଜିନିଷକୁ ଏକ ଚାମଚରେ ସେପର୍ଯ୍ୟନ୍ତ ଗୋଳାନ୍ତୁ ଯେପର୍ଯ୍ୟନ୍ତ ଏହି ଚଟଣି ଭଲଭାବେ ବହଳିଆ ନହୋଇଛି । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଖଜୁରୀ ଚଟଣି । ଏହାକୁ ଆପଣ ଫ୍ରିଜରେ ଷ୍ଟୋର କରି ମଧ୍ୟ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.