ଖାସ୍କରି ଖାଦ୍ୟ-ପାନୀୟ ଶୀତଦିନ ବହୁତ ଭଲ ହୋଇଥାଏ। ଏହି ଋତୁରେ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ମିଳିଥାଏ। ଏହିସବୁ ପନିପରିବା ମଧ୍ୟରେ ସବୁଠାରୁ ଖାସ୍ ପରିବା ହେଉଚଇ ଗାଜର। ଆପର ଗାଜରକୁ ସାଲାଡ୍, ଜୁସ୍ ବା ସୁପ୍ କରି ମଧ୍ୟ ନିଜ ଡାଏଟ୍ରେ ସାମିଲ କରିପାରିବେ। ଗାଜରରେ ପ୍ରଚୁର ମାତ୍ରାରେ କୈରୀଟୋନାଇଡ, ପୋଟାସିୟମ, ଭିଟାମିନ-ଏ ଏବଂ ଭିଟାମିନ-ଇ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀରର ଇମ୍ୟୁନିଟୀ ସିଷ୍ଟମ ବଢାଇବା ସହ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ସେହିଭଳି ଗାଜର ହାଲୁଆ ପ୍ରାୟତଃ ଲୋକମାନେ ପସନ୍ଦ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଗାଜର ଖିରି ପ୍ରସ୍ତୁତ କରିବାର ଉପାୟ ବିଷୟରେ ଜଣାଇବୁ।
ସର୍ବପ୍ରଥମେ ଗାଜରକୁ ଧୋଇ ଚାଞ୍ଚି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ଗାଜର ଛାଣି ପକାନ୍ତୁ। ଏହାପରେ ସେଥିରେ ଚିନି ପକାଇ ଅଳ୍ପ ଆଞ୍ଚରେ ରଖି ୪ ରୁ୫ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ। ମଝିରେ ମଝିରେ ଟିକିଏ ଗୋଳାନ୍ତୁ, ଯେପରି ଭଲଭାବେ ମିଶ୍ରଣ ହୋଇବ। ବିର୍ତ୍ତମାନ ଏବେ ଏହି ମିଶ୍ରଣରେ କ୍ଷୀର ପକାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ରଖନ୍ତୁ। ମଝିରେ ମଝିରେ ଏହାକୁ ମଧ୍ୟ ଟିକିଏ ଗୋଳାନ୍ତୁ। ଏବେ ମିଶ୍ରଣରେ ଗ୍ରାଇଣ୍ଡି ହୋଇଥିବା ଗୁରୁରାତି, କିସମିସ୍, କାଜୁ, ବାଦାମ ପକାଇ ୨ ରୁ ୩ ପର୍ଯ୍ୟନ୍ତ ରଖନ୍ତୁ। ଖିରି ହେବାପରେ ଏହାକୁ ଏକ ଗିନାରେ ବାଢି ସେଥିରେ ପିସ୍ତା ଏବଂ କାଜୁ ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ ଖିରି ପ୍ରସ୍ତୁତ ହୋଇସାରିଛି। ଏବେ ଆପଣଙ୍କର ଗରମ ଗରମ କ୍ଷୀରି ଏକଦମ୍ ରେଡି।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…