ଦୁଇ ମିନିଟର ମ୍ୟାଗିରେ ମଧ୍ୟ ହୋଇପାରିବ ଟେଷ୍ଟି ପକୁଡି

ବର୍ଷା ଦିନରେ କିଛି ଚଟପଟା ଖାଇବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ଥାଏ । ତ’କାଇଁନା ଆଜି ଆପଣ କିଛି ନୂଆ ପ୍ରକାରର ପକୁଡି ତିଆରି କରି ନିଜେ ଖାଆନ୍ତୁ । ଆଜି ଆମେ ଆପଣଙ୍କୁ ମ୍ୟାଗି ପକୁଡିର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜଣାଇବୁ ଯାହା ଆପଣ ଜାଣିବି ନଥିବେ ।

ସାମଗ୍ରୀ :

• ଗୋଟେ ପ୍ୟାକେଟ୍ ମ୍ୟାଗି ।

• ଗୋଟେ ପ୍ୟାକେଟ୍ ମ୍ୟାଗି ମସଲା ।

• ଗୋଟେ ବଡ ପିଆଜ ।

• ଅଧା ବଡ ଚାମଚ୍ ମକା ଅଟା କିମ୍ବା କର୍ଣ୍ଣଫ୍ଲାୱାର ।

• ଅଧା ବଡ ଚାମଚ ବେଶନ ପାଉଡର ।

• ଲୁଣ ସ୍ବାଦ ଅନୁସାରେ ।

• ଛାଣିବା ତେଲ ।

ପ୍ରଣାଳୀ :

• କଢେଇରେ ଅଧା ଛୋଟ ଚାମଚ୍ ତେଳ ପକାଇ ମଧ୍ୟମ ଆଚଂରେ ଗରମ ହେବା ପାଇଁ ରଖନ୍ତୁ ।

• ତେଲ ଗରମ ହୋଇଗଲେ ସେଥିରେ କଟା ଯାଇଥିବା ପିଆଜକୁ ପକାଇ ହଲକା ବାଦାମୀ ରଙ୍ଗ ହେବା ଯାଏ ଭାଜନ୍ତୁ ।

• ଭାଜି ହୋଇଯିବା ପରେ ଏକ ପ୍ଲେଟରେ ଏହାକୁ କାଢି ନିଅନ୍ତୁ ।

• ଏହାପରେ ଅନ୍ୟ ଏକ ପ୍ୟାନରେ ଗୋଟେ କପ୍ ପାଣି ପକାଇ ଫୁଟାନ୍ତୁ ।

• ଫୁଟା ପାଣିରେ ମ୍ୟାଗିକୁ ଏବଂ ମସଲାକୁ ପକାଇ ହେବାଯାଏ ୨ମିନିଟ୍ ରାନ୍ଧନ୍ତୁ ।

• ଏବେ ଏଥିରେ ଆଗରୁ ଭାଜି ରଖିଥିବା ପିଆଜକୁ ପକାନ୍ତୁ ।

• ଯେତେବେଳେ ଏଥିରୁ ପାଣି ଶୁଖିଯିବ ସେତେବେଳେ ଏହାକୁ ଧିମା ଆଚଂରେ ମିଶାଇ ଦିଅନ୍ତୁ । ଏହାକୁ କିଛି ସମୟ ଯାଏ ଥଣ୍ଡା ହେବାକୁ ରଖନ୍ତୁ ।

Noodles Pakora

• ଏବେ କଢେଇରେ ଛାଣିବା ତେଲ ପକାଇ ଗରମ କରନ୍ତୁ ।

• ଗୋଟେ ପ୍ଲେଟରେ ବେଶନ, ମକାର ଅଟା ଏବଂ ଲୁଣ ପକାଇ ଭଲ ଭାବେ ଗୋଳାଇ ନିଅନ୍ତୁ ।

• ଏହାପରେ ଗରମ ହୋଇଥିବା ତେଲରେ ଛାଣନ୍ତୁ ।

• ଟମାଟୋ କିମ୍ବା ଯେକୌଣସି ଚଟଣି ସହିତ ମିଶାଇ ଏହାକୁ ଖାଇ ପାରିବେ ।