କୋଲେଷ୍ଟ୍ରଲକୁ କମାଇବା ପାଇଁ ଡାଏଟ୍ ରେ ସାମିଲ କରନ୍ତୁ ଡ୍ରାଏ ଫ୍ରୁଟ୍ସ

ବର୍ତ୍ତମାନ ଜୀବନଶୈଳୀରେ ଲୋକମାନେ ନିଜ ଖାଦ୍ୟ ପାନୀୟରେ ଧ୍ୟାନ ଦେଉ ନାହାନ୍ତି । ଯାହା ଫଳରେ ଅନେକ ରୋଗ ହେବା ସହ ମେଦବହୁଳତାରେ ମଧ୍ୟ ବୃଦ୍ଧି ହେଉଛି । କେବଳ ଏତିକି ନୁହେଁ ଏହି କାରଣରୁ ଅଧିକାଂଶ ଲୋକ କୋଲେଷ୍ଟ୍ରଲ, ହୃଦଘାତ ଏବଂ ମଧୁମେହ ଭଳି ରୋଗରେ ପୀଡିତ ହେଉଛନ୍ତି । ଏଥିପାଇଁ ଅନେକ ଡାକ୍ତରଙ୍କ ପାଖକୁ ଯାଉଛନ୍ତି । ହେଲେ ଏପରି କିଛି ଉପାୟ ଅଛି ଯେଉଁଥିପାଇଁ ଆପଣ ଘରେ ବସି ମଧ୍ୟ କୋଲେଷ୍ଟ୍ରଲ୍ ରୋଗକୁ କଣ୍ଟ୍ରୋଲ୍ କରିପାରିଵେ ।
କୁହାଯାଏ କି ଆପଣ କିଛି ଶୁଖିଲା ତଥା ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ବାରା ବଢିଥିବା କୋଲେଷ୍ଟ୍ରୋଲକୁ ହ୍ରାସ କରିପାରିବେ। ଯେମିତିକି ବାଦାମ, ପିସ୍ତା ଏବଂ ମଞ୍ଜି ଅନ୍ତର୍ଭୁକ୍ତ ଫଳକୁ ଖାଇବାରେ ସାମିଲ୍ କରିବା ଉଚିତ୍ । ବାଦାମରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ଶରୀରକୁ ମଜଭୁତ ତଥା ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ।
ଛୋଟ ପିଲାଙ୍କ ପାଇଁ ଏହା ବେଶ୍ ଲାଭକାରୀ ହୋଇଥାଏ। ସବୁ ସମୟରେ ଆପଣ ଡ୍ରାଏଫ୍ରୁଟ୍ସ ଖାଇପାରିବେ। ଏହାକୁ ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଜଭୂତ ହେବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ଚାଲନ୍ତୁ ଜାଣିବା ଏହି ଶୁଖିଲା ତଥା ଡ୍ରାଏ ଫ୍ରୁଟ୍ସ ବିଷୟରେ ।

-କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଅଖରୋଟ୍କୁ ମଧ୍ୟ ସାମିଲ୍ କରିପାରିବେ । ଏହାକୁ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମିଯାଏ ।
-ବାଦାମକୁ ବି ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ୍ କରିପାରିବେ । କାରଣ ଫିଟ୍ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ବାଦାମରେ ଆମିନୋ ଏସିଡ୍ ରହିଥାଏ । ଯାହା ଦ୍ଵାରା ଶରୀରରେ ନାଇଟ୍ରିକ୍ ଅକ୍ସାଇଡ୍ ପ୍ରସ୍ତୁତ କରିଥାଏ ।
-ଆପଣ ପ୍ରତିଦିନ ଡାଏଟ୍ରେ ପିସ୍ତାକୁ ସାଲୃମିଲ୍ କରିବା ଉଚିତ୍ । କାରଣ ଦିନକୁ ଅଳ୍ପ ପିସ୍ତା ଖାଇବା ଦ୍ୱାରା ଭଲ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ଏବଂ ଖରାପ କୋଲେଷ୍ଟ୍ରଲ କମିଯାଏ । ବଢିଥିବ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
-ସିଡ୍ସ୍ ତଥା ମଞ୍ଜି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ବଢିଥିବା ଖରାପ କଲେଷ୍ଟ୍ରୋଲ୍କୁ ହ୍ରାସ କରିଥାଏ । କଲେଷ୍ଟ୍ରୋଲକୁ କମ୍ କରିବା ପାଇଁ ଆପଣ ଫ୍ଲାକ୍ସସିଡ୍ ବ୍ୟବହାର କରିପାରିବେ ।