ଗୁପ୍ତାଙ୍ଗ ଦୁର୍ଗନ୍ଧ ଦୂର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ

ମହିଳାମାନଙ୍କର ପରିସ୍ରା ସଂକ୍ରମଣ ହେବା ଏକ ସାଧାରଣ କଥା। ଏପରି ହେଲେ ଗୁପ୍ତାଙ୍ଗରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। ଯାହା ମହିଳାମାନଙ୍କୁ ଚିନ୍ତାରେ ପକାଇଥାଏ। ଗୁପ୍ତାଙ୍ଗକୁ ଭଲ ଭାବେ ପରିସ୍କାର ପରିଚ୍ଛନ ନ ରଖିଲେ ଏପରି ସମସ୍ୟା ଦେଖାଦିଏ। ଏହାକୁ ସବୁବେଳେ ସଫା ରଖିବା ସହ କିଛି ଉପାୟ ଆପଣାନ୍ତୁ, ଯାହା ଆପଣଙ୍କ ସମସ୍ୟା ଦୂର କରିବ।

apple

– ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ଅଧିକ ପାଣି ପିଅନ୍ତୁ। ଅଧିକ ପାଣି ପିଇବା ଦ୍ୱାରା ଜୀବାଣୁ ସହିତ ଲଢିବାକୁ କ୍ଷମତା ମିଳିଥାଏ।

– ପ୍ରତିଦିନ ଦହି ଖାଆନ୍ତୁ। ଦହିରେ ଥିବା ଲକ୍ଟୋବୋସିଲାସ ଅଧିକ ରହିଥାଏ, ଯାହା ଗୁପ୍ତାଙ୍ଗର ଅମ୍ଳିୟତାକୁ ଠିକ୍‌ ରଖିଥାଏ।

curd

– ମେଥିକୁ ରାତିରେ ଭିଜାଇ ଦିଅନ୍ତୁ, ସେହି ପାଣିକୁ ସକାଳୁ ଖାଲି ପେଟରେ ପିଇବା ଦ୍ୱାରା ମଧ୍ୟ ଉପଶମ ମିଳିଥାଏ।

 

– ନିମ୍ବ ପାଣି ପିଇଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

water

ଏହାସହ ପଢ଼ନ୍ତୁ ; ମହିଳାଙ୍କର ଅନେକ ସମସ୍ୟା ଦୂର କରିବ ଅଶୋକ ଗଛ, କ’ଣ ରହିଛି ଏହାର ଔଷଧୀୟ ଗୁଣ

– ଅଳ୍ପ ଉଷୁମ ପାଣିରେ ସେଓ ସିରକା ମିଶାଇ ଗୁପ୍ତାଙ୍ଗ ଧୋଇବା ଦ୍ୱାରା ମଧ୍ୟ ଦୁର୍ଗନ୍ଧ ଦୂର ହୁଏ।

– ରସୁଣ ପେଷ୍ଟକୁ ୧୦ ମିନିଟ ପାଇଁ ଗୁପ୍ତାଙ୍ଗରେ ଲଗାଇ ଦିଅନ୍ତୁ। ପରେ ଏହାକୁ ଧୋଇନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.