ହର୍ବାଲ ଟି-ଫେସ ମାସ୍କ ମୁହଁକୁ ସଫା ରଖିବା ସହ ଇନଫେକସନ ଆଦି ସମସ୍ୟାକୁ କରିଥାଏ ଦୂର

ଆଣ୍ଟି ଇନଫ୍ଲେମେଣ୍ଟରୀ ଏବଂ ଆଣ୍ଟି ଫଙ୍ଗଲ ଗୁଣରେ ଭରପୂର Chamomile tea ତ୍ୱଚା ପାଇଁ ହୋଇଥାଏ ଖୁବ ଲାଭକାରୀ । ଏହା ତ୍ୱଚା ଜିନତ ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଚେହେରାରେ ଥିବା ଦାଗକୁ ହଟାଇବା ସହ ଯନ୍ତ୍ରଣା ହେଉଥିଲେ କମାଇଥାଏ । ଇନଫେକସନରୁ ଏହା ଆପଣଙ୍କୁ ରକ୍ଷା କରେ । ମୁହଁକୁ ଫ୍ରେଶ ଅନୁଭବ କରାଏ । ତେବେ ଏହାକୁ ପ୍ରସ୍ତୁତ କରିବାର ଆବଶ୍ୟକ ସାମଗ୍ରୀ:
. ୩-୪ ଚାମଚ Chamomile-tea
. ୨-୩ ଚା ଟ୍ରି ଅୟେଲ ବୁନ୍ଦା
. ୨-୩ ଚାମଚ ଲେମ୍ବୁରସ
ବିଧି:
Chamomile tea ନିଅନ୍ତୁ । ଏହାକୁ ଥଣ୍ଡା କରି ଏଥିରେ ଟ୍ରି-ଅୟେଲ ବୁନ୍ଦା ପକାଇ ଭଲସେ ମିଶାନ୍ତୁ । ଏବେ ଲେମ୍ବୁ ରସ ଏଥିରେ ମିଶାନ୍ତୁ। ଶେଷରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହର୍ବାଲ ଟି- ଫେସ ପ୍ୟାକ ।
ବ୍ୟବହାର:
ଏହାକୁ ଲଗାଇବା ପାଇଁ ପ୍ରଥମେ କଟନ ପ୍ୟାଡ ବା ତୁଳା ନିଅନ୍ତୁ । ଏହାକୁ ଫେସ ପ୍ୟାକରେ ବୁଡାଇ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ୧୫ ମିନିଟ ରଖିବା ପରେ ଏହାକୁ ଭଲ ଭାବେ ଉଷୁମ ପାଣିରେ ଧୋଇଦିଅନ୍ତୁ । ସ୍କିନକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହାକୁ ସପ୍ତାହରେ ୨ ଥର ଲଗାନ୍ତୁ । ଏହାଦ୍ୱାରା ଆପଣ ରିଫ୍ରେଶ ଅନୁଭବ କରିବେ ।