ଏତେ ଶୀଘ୍ର ଯିବ ନାହିଁ ଆପଣଙ୍କ ଆଖିର ଜ୍ୟୋତି, ନିୟମିତ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଖିକୁ ସୁସ୍ଥ ରଖିବା ପାଇଁ ଆହାରର ଏକ ପ୍ରମୁଖ ଭୂମିକା ରହିଛି । ଖାଲି ଆଖି ନୁହେଁ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ସୁସ୍ଥ ସବଳ ରଖିବାରେ ଆମ ଶରୀର ଗ୍ରହଣ କରୁଥିବା ଖାଦ୍ୟ ହିଁ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କେତେକ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଆଖିକୁ ଦୀର୍ଘ ସମୟ ଧରି ସୁସ୍ଥ ରଖିବା ସହ ଏହାର ଜ୍ୟୋତି ମଧ୍ୟ ବୃଦ୍ଧି କରିବ । ଏହି ଖାଦ୍ୟ ଗୁଡିକରେ ଭରପୂର ମାତ୍ରାରେ ଥିବା ଭିଟାମିନ ଓ ଖଣିଜ ପଦାର୍ଥ ଆଖି ପାଇଁ ବିଶେଷ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣି ରଖିବା ସେସବୁ ବିଷୟରେ ।

eye sight

ସାଧାରଣତଃ ଲାଲ, ହଳଦିଆ, ନାରଙ୍ଗୀ ରଙ୍ଗର ଫଳ ତଥା ପନିପରିବା ଯେମିତିକି ଲଙ୍କା, ଷ୍ଟ୍ରବେରି, ଟମାଟୋ, ବିଭିନ୍ନ ଖଟା ଫଳ, ଲେମ୍ବୁ ଭିଟାମିନ- ସି ହେଉଛି କେରୋଟିନର ଏକ ପ୍ରମୁଖ ସ୍ରୋତ । ଏହି ଫଳ ଗୁଡିକ ବିଶେଷ ଭାବେ ଶରୀରରେ କୋଲାଜେନ ପରିମାଣ ବଢ଼ାଇବା ସହ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ରୂପେ କାର୍ଯ୍ୟ କରିଥାଏ । ଏହା ସହ ଏହି ଖାଦ୍ୟ ଗୁଡିକ ଆଖିର ଆକ୍ସିଡେଟିଭ ଚାପରୁ ମଧ୍ୟ ସୁରକ୍ଷିତ ରଖିଥାଏ ।

ବାଇଗଣ ଓ ଅନ୍ୟାନ ପନିପରିବା:

ବାଇଗଣ, ଗାଜର ପରି ପନିପରିବାରେ କେରୋଟିଏଡ଼ ଏକ ସମୃଦ୍ଧ ସ୍ରୋତ । ଆଖି ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟୀ ହୋଇଥାଏ । ଆଖିର ଜ୍ୟୋତିକୁ ଦୀର୍ଘ ଦିନ ପାଇଁ ବଜାୟ ରଖିବାକୁ ଚାହୁଁଥିଲେ ପ୍ରତିଦିନ ଗାଜର ଓ ବିଟ ଜୁସ ପିଅନ୍ତୁ ।

BARI set to release three BT Brinjal varieties this year ...

ପତ୍ର ଜାତୀୟ ପନିପରିବା:

ବିଭିନ୍ନ ପ୍ରକାର ଶାଗ ଯେମିତିକି ପାଳଙ୍ଗ, ସଜନା ଆଦି ଗୁଡିକରେ ଥିବା ଭିଟାମିନ, ଖଣିଜ ପଦାର୍ଥ ଯେମିତିକି ଲ୍ୟୁଟିନ, କେକ୍ସୋ ଥିଁନ, ଜିଙ୍କ, ଭିଟାମିନ ଇ, ସି ପରି ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଅନ୍ୟ ସବୁଜ ପନିପରିବା, ବ୍ରକୋଲି, ବ୍ରୁସେଲ, ଗଜା ଜାତୀୟ ଶସ୍ୟ ଆଦି ବି ଆଖିକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ ।

Spinach: Nutrition, health benefits, and diet କଡ ଲିଭର ଅଏଲ:

କଡ ଲିଭର ଅଏଲ- କଡ ଲିଭର ଅଏଲରେ ଗାଜର ଅପେକ୍ଷା ୬ ଗୁଣା ଅଧିକ ଭିଟାମିନ – ଏ ଥାଏ  । ଡାକ୍ତରଙ୍କ ପରାମର୍ଶ ନେଇ ଏହାର ସେବନ କଲେ ନିଶ୍ଚିତ ରୂପେ ଲାଭ ମିଳିବ ।

Fish Festival Will Organize In Udaipur - राजस्‍थान में ...

ମାଛ:

ଟୁନା, ମେକେରେଲ, ସାମନ, ଟ୍ରଉଟ ପରି ମାଛରେ ଓ଼ମେଗା- ୩ ଫ୍ୟାଟି ଏସିଡ ଭରପୁର ମାତ୍ରାରେ ରହିଥାଏ । ସପ୍ତାହକୁ ଥରେ କିମ୍ବା ଦୁଇ ଥର ଅତି କମରେ ଦୁଇ ଥର ମାଛ ଖାଇବା ଉଚିତ । ନଚେତ ପ୍ରତିଦିନର ରାତି ଖାଇବାରେ ଗୋଟିଏ ପିସ ମାଛ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.