କ୍ୟାନ୍ସର ପରି ମାରାତ୍ମକ ରୋଗ ଆଶଙ୍କାକୁ କମ କରିପାରେ ଛତୁ

ଶରୀର ପାଇଁ ଛତୁ ଏକ ଅତ୍ୟନ୍ତ ହିତକାରୀ ଖାଦ୍ୟ । ଓଜନ କମ କରିବା ଠାରୁ ଆରମ୍ଭ କରି ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ ସବୁଥି ପାଇଁ ଛତୁ ଏକ ଉପାଦେୟ ଖାଦ୍ୟ ହୋଇଥାଏ । ଏହା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ । କିନ୍ତୁ ଆପଣ ଜାଣନ୍ତିକି ଏହା ବହୁ ଗମ୍ଭୀର ରୋଗ ଗୁଡିକୁ ମଧ୍ୟ ଦୂର କରିପାରେ । ନିକଟରେ ଜାପାନରେ ହୋଇଥିବା ଏକ ଗବେଷଣାରୁ ହିଁ ଏପରି ଏକ ମୂଲ୍ୟବାନ ତଥ୍ୟ ସାମ୍ନାକୁ ଆସିଛି । ପୁରୁଷଙ୍କ ଠାରେ ଦେଖା ଦେଉଥିବା ପ୍ରୋଷ୍ଟେଟ କାନ୍ସର ଓ ମହିଳାଙ୍କ ଠାରେ ହେଉଥିବା ସ୍ତନ କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କାକୁ ବି ଏହା ବହୁମାତ୍ରାରେ କମ କରିପାରେ ।

ପ୍ରୋଷ୍ଟେଟ କାନ୍ସର ପାଇଁ ଉପାଦେୟ ଛତୁ :

ଜାପାନରେ ହୋଇଥିବା ଏହି ରିସର୍ଚ୍ଚରେ ପ୍ରାୟ ୩୬ ହଜାର ଦୈନନ୍ଦିନ କାର୍ଯ୍ୟ ଉପରେ ନଜର ରଖାଯାଇଥିଲା । ଏମାନଙ୍କ ବୟସ ପ୍ରାୟ ୪୦ ରୁ ୭୯ ବର୍ଷ ମଧ୍ୟରେ ହେବ । ଏଥିରେ ଏହି ଲୋକ ମାନଙ୍କର ପ୍ରତିଦିନର ଖାଦ୍ୟପେୟ, ଶାରୀରିକ ବ୍ୟାୟାମ,ସେମାନଙ୍କ ପିତାମାତା ତଥା ପରିବାରର ଇତିହାସ ସହ ପ୍ରତିଦିନର ଛତୁ ଖାଇବା ଅଭ୍ୟାସକୁ ମଧ୍ୟ ଦୃଷ୍ଟିରେ ରଖାଯାଇଥିଲା । ଏହି ଗବେଷଣାରୁ ଜଣା ଯାଇଥିଲାକି ପ୍ରତିଦିନ ଛତୁ ଖାଉଥିବା ଲୋକଙ୍କର ଛତୁ ଖାଉନଥିବା ଲୋକଙ୍କ ଅପେକ୍ଷା କର୍କଟ ହେବାର ଆଶଙ୍କା ୮ ପ୍ରତିଶତ କମ ଥାଏ

mushroom

ସ୍ତନ କର୍କଟ ଆଶଙ୍କା କୁ ମଧ୍ୟ କମ କରିଥାଏ ଛତୁ:

କେବଳ ପ୍ରୋଷ୍ଟେଟ କାନ୍ସର ନୁହେଁ ସ୍ତନ କର୍କଟର ଆଶଙ୍କାକୁ ମଧ୍ୟ ଛତୁ ବହୁ ମାତ୍ରାରେ କମ କରିଥାଏ ବୋଲି ଗବେଷଣା ରୁ ଜଣାଯାଇଛି । ଅତନ୍ତ ସପ୍ତାହ କୁ ଥରେ ବା ଦୁଇ ଥର ଛତୁ ସେବନ କଲେ ମହିଳାଙ୍କ ଠାରେ ସ୍ତନ କର୍କଟ ହେବାର ଆଶଙ୍କା ବହୁ ଗୁଣ କମିଯାଇଥାଏ । ଏମିତିକି ଯେଉଁ ମହିଳାଙ୍କ ଠାରେ ଟ୍ୟୁମର ବିକଶିତ ହେବାର ଆଶଙ୍କା ଦେଖା ଦେଇଥାଏ ସେମାନଙ୍କର ମଧ୍ୟ କର୍କଟ ହେବାର ଆଶଙ୍କା ଯଥେଷ୍ଟ କମ ରହିଥାଏ ।

 ଏହା ସହ ପଢନ୍ତୁ: ଜାଣନ୍ତିକି ଏକାଠି ଭୋଜନ କରିବା ଦ୍ୱାରା ବଢିଥାଏ ଓଜନ

ଅନ୍ୟାନ ଉପକାରିତା:

ଆଣ୍ଟିଅକ୍ସିଡେଣ୍ଟ, ସିଲେନିୟମ ପରି ଉପାଦାନରେ ଭରପୁର ଛତୁ ଶରୀରର ସେଲ ମାନଙ୍କୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ଶରୀରର ଇମ୍ୟୁନିଟି ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରି ବିଭିନ୍ନ ରୋଗ ଓ ଇନଫେକ୍ସନ ହେବାରୁ ରକ୍ଷା କରିଥାଏ । ଏତିକି ନୁହେଁ ଛତୁରେ ଅଧିକ ମାତ୍ରାରେ ଫାଇବର ଓ କମ ମାତ୍ରାରେ କ୍ୟାଲୋରୀ ଥାଏ । ତେଣୁ ଏହା ଶରୀରର ଚର୍ବିକୁ କମ କରିଥାଏ । ଏହା ସହ ଛତୁକୁ ହଜମ ହେବାରେ ସମୟ ଲାଗୁଥିବାରୁ ଏହାକୁ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ । ଏହା ସହ ଛତୁରେ ସୋଡିୟମ ଓ ଫ୍ୟାଟର ମାତ୍ରା ଅପେକ୍ଷାକୃତ କମ ରହୁଥିବାରୁ ଏହା ମଣିଷ ହୃଦୟ ପାଇଁ ମଧ୍ୟ ବେଶ ଉତ୍ତମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.