ଏହି ସହଜ ଟିପ୍ସ ଦ୍ୱାରା ରଖନ୍ତୁ ଆପଣଙ୍କ ବୈବାହିକ ଜୀବନକୁ ଆନନ୍ଦରେ

ବିବାହ ଜୀବନର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ । ବିବାହ ପରେ ସମସ୍ତଙ୍କ ଜୀବନ ବଦଳି ଯାଇଥାଏ । ବିବାହ ପରେ ନୂଆ ମାହୋଲ ସୃଷ୍ଟି ହୋଇଥାଏ । ନୂଆ ଜୀବନ ସାଥୀ ସହ ଜୀବନ ନିର୍ବାହ କରିବାକୁ ପଡ଼ିଥାଏ । ଲୋକେ ବଡ଼ ଆଶାରେ ବିବାହ କରିଥାନ୍ତି । ହେଲେ ଅଧିକାଂଶ ବିବାହ ବେଶୀ ଦିନ ତିଷ୍ଠି ରହିନଥାଏ । ଏହାର ସବୁଠୁ ବଡ଼ କାରଣ ହେଉଛି ନିଜ ଭିତରେ ତାଳ ମେଳ ନ ରହିବା । ଆଜି ଆମେ ଆପଣଙ୍କୁ କହିବୁ ସୁନ୍ଦର ବୈବାହିକ ଜୀବନର କିଛି ଟିପ୍ସ ।

ଜଣେ ଅନ୍ୟ ଜଣଙ୍କ ସହ ମିଶି କାମ କରିବା

ଜୀବନ ସାଥୀ ଅର୍ଥ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାଥ ଦେବା । ତେଣୁ ବିବାହକୁ ସଫଳ କରବାକୁ ହେଲେ ଦୁଇ ପାର୍ଟନରଙ୍କୁ ମିଶିକରି କାମ କରିବା ଉଚିତ୍‌ । ଏଥିରେ ଘର ହେଉ ବା ବାହାର ସବୁ କାମ ସାମିଲ ହେବା ଉଚିତ୍‌ । ଘରେ ପାର୍ଟନର ସହ ମିଶିକରି ଘର କାମରେ ସହାୟତା କରିବା । ଏହାଦ୍ୱାରା ବିବାହ ଜୀବନ ଆନନ୍ଦରେ କଟିବା ସହ ମଜବୁତ ହୋଇଥାଏ ।

ଜଣେ ଅନ୍ୟ ଜଣଙ୍କର ଖିଆଲ ରଖିବା

ଜଣେ ଭଲ ଜୀବନ ସାଥୀର ପରିଚୟ ହେଉଛି ଜଣେ ଅନ୍ୟ ଜଣଙ୍କର ଧ୍ୟାନ ରଖିବା । ଯେଉଁ ଦମ୍ପତି ଜଣେ ଅନ୍ୟ ଜଣଙ୍କର ଖିଆଲ ରଖିଥାନ୍ତି ସେମାନଙ୍କ ଜୀବନରେ କେବେ ବି ଝଡ଼ ଆସି ନଥାଏ । ଘରେ ନଥିଲେ ମଧ୍ୟ ପାର୍ଟନର ଯଦି ଫୋନ କରି ଅନ୍ୟଜଣଙ୍କର ହାଲ୍‌ ଚାଲ୍‌ ପଚାରି ବୁଝିବ । ସେଥିରେ ସମ୍ପର୍କ ଆହୁରି ମଜବୁତ ହେବ ।

ଜୀବନରେ କେବେ ବି ଜଣେ ଅନ୍ୟର ଦୋଷ ଧରନ୍ତୁ ନାହିଁ

ହୁଏତ ଆପଣଙ୍କ ଜୀବନ ସାଥୀଙ୍କ କିଛି କଥା ଆପଣଙ୍କୁ ଭଲ ନଲାଗିପାରେ । ହେଲେ ଏହାକୁ ନେଇ ଘରେ ମତ ମତାନ୍ତର ହେବା କଥା ନୁହେଁ । ଦୁଇ ଜଣଙ୍କ ମଧ୍ୟରେ କେବେ ବି ଆରୋପ ଓ ପ୍ରତ୍ୟାରୋପ ହେବା ଉଚିତ ନୁହେଁ । ଏହା ଖୁସୀ ବୈବାହିକ ଜୀବନର ମୂଳ ମନ୍ତ୍ର ।

ନିଶା ଠାରୁ ଦୂରରେ ରୁହନ୍ତୁ

ନିଶା କୌଣସି ବି ସମ୍ପର୍କକୁ ନଷ୍ଟ କରିଦେଇଥାଏ । ନିଶା ଘରେ ପାଟି ତୁଣ୍ଡର ମୁଖ୍ୟ କାରଣ ହୋଇଥାଏ । ଏହା ପତି ପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ତେଣୁ ଜଣେ ଭଲ ଦମ୍ପତି ନିଶା ଠାରୁ ଦୂରରେ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.