ଗଣ୍ଠି ଯନ୍ତ୍ରଣାରୁ ମିଳିବ ଉପଶମ, ଆପଣାନ୍ତୁ ଏହି ୪ଟି ଉପାୟ

ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସି କାମ କରିବା ହେଉ କି ଠିକ୍‌ ଭାବେ ଖାଦ୍ୟ ନ ଖାଇବା, ଏହି ସବୁ ଅଭ୍ୟାସ ଯୋଗୁ ବ୍ୟକ୍ତି ବିଭିନ୍ନ ରୋଗରେ ପଡ଼ିଥାଏ। ନିୟମିତ ବ୍ୟାୟାମ ନ କରିପାରିବା ଯୋଗୁ ଶରୀରର ଅନେକ ଜଏଣ୍ଟ ଜାଗାରେ ଯନ୍ତ୍ରଣା ହେବାକୁ ଲାଗିଥାଏ। ଗଣ୍ଠି ଜାଗାଗୁଡ଼ିକରେ ହେଉଥିବା ଏହି ଅସହନୀୟ ଯନ୍ତ୍ରଣା ଯୋଗୁ ବ୍ୟକ୍ତି ଅସ୍ତବ୍ୟସ୍ତ ହୋଇପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ଜିନିଷ ବିଷୟରେ କହିବୁ, ଯାହାକୁ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିପାରିବ।

୧. ଗଣ୍ଠି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଅଦା ଖାଇବା ବହୁତ ଜରୁରୀ। ଏଥିରେ ପ୍ରୋଷ୍ଟାଗ୍ଲାଣ୍ଡିନ୍‌ କମ୍‌ ମାତ୍ରାରେ ରହିଥାଏ, ଯାହାକି ଯନ୍ତ୍ରଣାକୁ କମ୍‌ କରିବାରେ ସହାୟକ ହୋଇଥାଏ।

୨. ଅର୍ଥରାଇଟିସ୍‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଳୁ ରସ ସେବନ କରନ୍ତୁ। ଆଳୁ ରସରୁ ଶରୀରରୁ ୟୁରିକ୍‌ ଏସିଡ୍‌ ବାହାରି ଯାଇଥାଏ। ଏହି କାରଣରୁ ଗଣ୍ଠିରେ ହେଉଥିବା ଯନ୍ତ୍ରଣା କମ୍‌ ହୋଇଯାଇଥାଏ।

୩. ବାଦାମ ଖାଇବା ଦ୍ୱାରା ବି ଜଏଣ୍ଟ ପେନ୍‌ରୁ ଆରାମ ମିଳିଥାଏ। ଭିଟାମିନ୍‌ ଇ ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ କରିଥାଏ। ଏଥିପାଇଁ ଏହାକୁ ନିଶ୍ଚିତ ସେବନ କରିବା ଉଚିତ।

୪. ହଳଦୀ ଖାଇବା ଦ୍ୱାରା ଆରାମ ମିଳିଥାଏ। ଅର୍ଥରାଇଟିସ୍‌ ସମସ୍ୟାରୁ ଛୁଟକାରା ପାଇବା ପାଇଁ ହଳଦୀ ଏକ ବଢ଼ିଆ ଉପାୟ। ଏଥିରୁ କରକ୍ୟୁମିନ୍‌ ମିଳିଥାଏ, ଯାହା ଯନ୍ତ୍ରଣାକୁ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.