ପିଲାଙ୍କୁ କୃମି ଦାଉରୁ କେମିତି ରକ୍ଷା କରିବେ ? ଜାଣନ୍ତୁ କଣ କଲେ ଆପଣଙ୍କ ଚିନ୍ତା ଯିବ ….

ପିଲାଙ୍କ କୃମି ହେଉଛନ୍ତି କି । କଣ କରିବେ । କଣ ଖାଦ୍ୟ ଦେବେ ଆଉ ଏହାକୁ କେମିତି ଦୂର କରିବେ । ଏମିତି କେତେ କଣ ଭାବୁଥାଇପାରନ୍ତି ଆପଣ । କାରଣ ପୂର୍ବରୁ ଯୌଥ ପରିବାରରେ ଶିକ୍ଷା ମିଳିଯାଉଥିଲା କିନ୍ତୁ ବର୍ତ୍ତମାନ ଏକୁଟିଆ କ୍ଷେତ୍ରରେ ଏବଂ ନୂଆ ଅଭିଜ୍ଞତା ସହ ବାପା ମାଆଙ୍କୁ ଜଣାନାହିଁ କି ପିଲା ସହ କଣ କରିବାକୁ ହେବ । ଏମିତିରେ ପିଲାଙ୍କ ବିକାଶ ଦିଗରେ ବାଧକ ସାଜନ୍ତି କୁର୍ମି ବା ଯାହାକୁ ଆମେ ଦଶିପୋକ କହୁଛେ । ତେବେ କଣ କଲେ ଏହା ଦୂର ହେବ ଏବଂ ପିଲାର ବିକାଶ ହେବ ଜାଣିନେବା ।

କଣ ଆପଣ ଜାଣନ୍ତି କି ନଡିଆ ତେଲ ଏକ ଭଲ ଉପାୟ କୃମିଙ୍କୁ ମାରିବା ପାଇଁ । କାରଣ ଏହାକୁ ପିଆଇଲେ ଆପେ ଆପେ ଏହ ିକୃମି ପେଟ ଭିତରେ ମରିଯାଆନ୍ତି । ପୁରାତନ ସମୟରେ ଏହି ଦେଶୀ ଉପାୟକୁ ଆପଣା ଯାଉଥିଲା । ତେଣୁ ଦିନରେ ଥରେ କେବେ ନଡିଆ ତେଲ ପିଲାକୁ ପିଆନ୍ତୁ । ଜରୁରୀ ନୁହେଁ କି ଆପଣଙ୍କୁ ଏହା ସବୁବେଳେ କରିବାକୁ ପଡିବ । କିନ୍ତୁ ଏହାକୁ କରିବା ପୂର୍ବରୁ ଆପଣ ଥରେ ଏକ୍ସପର୍ଟଙ୍କ ସହ କଥା ହୁଅନ୍ତୁ ।

ହଳଦୀ । ଔଷଧୀୟ ଗୁଣର ହଳଦୀକୁ ଏକ ଦେଶୀ ଚିକିତ୍ସା ଭାବେ ଘରେ ବ୍ୟବହାର କରାଯାଏ । ପେଟର କୁର୍ମିଙ୍କୁ ମାରିବା ପାଇଁ ପିଲାକୁ ହଳଦୀ କେଉଁ ବାଟରେ ବି ଦିଅନ୍ତୁ । ଏହାର ସେବନ ସପ୍ତାହରେ ଦୁଇରୁ ତିନିଥର କରାନ୍ତୁ ଓ ଫରକ ଦେଖନ୍ତୁ ।

କଳରା । ଏହାର ନାମ ଶୁଣିଲେ ପିଲା ଆପଣଙ୍କ ପାଖ ମାଡନ୍ତିନି । କିନ୍ତୁ ଏହା ଦ୍ୱାରା ହିଁ କୃମି ଦାଉରୁ ପେଟକୁ ସୁରକ୍ଷା ଦିଆଯାଇପାରିବ । ଗୋଟିଏ କଲରାକୁ ଲୁଣ ପାଣିରେ ରଖିଦିଅନ୍ତୁ ଓ ଏହାକୁ ଆଳୁ ସହ ପାଣିରେ ପକାଇ ଫୁଟେଇ ଦିଅନ୍ତୁ ଓ ଏହାକୁ ଚକଟି ପିଲାକୁ ଖାଇବାକୁ ଦିଅନ୍ତୁ ।

ନିମ । ଏଥିରେ ଅନେକ ଏଭଳି ଏଣ୍ଟି ପ୍ରପଟିଜ ରହିଥାଏ । ଯାହା ପେଟ ସ୍କିନ ଓ ଚୁଟିକୁ ସୁରକ୍ଷା ଦେଇଥାଏ । ଏହି ପତ୍ରକୁ ଶୁଖାଇ ଏହାକୁ ଖାଦ୍ୟ ସହ ମିଶାଇ ପିଲାକୁ ଦେବା ଦ୍ୱାରା ପେଟରୁ କୃମିଦୂର ହେବ । ଏହାକୁ ୧୫ଦିନ ଯାଏଁ କରିବା ଦ୍ୱାରା ଲାଭ ମିଳିଥାଏ ।

ଏଭଳ ିଘରୋଇ ଉପାୟରେ ଆପଣ ପିଲାଙ୍କ ପେଟରୁ କୃମି ଦୂର କରିପାରିବେ ତାସହ ଅନ୍ୟାନ୍ୟ ରୋଗରୁ ବି ଆପଣଙ୍କୁ ପିଲାକୁ ସୁରକ୍ଷା ଦେଇପାରିବେ । ଏଭଳି ଉପଚାର ଥରେ କରି ଦେଖନ୍ତୁ । ଆଶା ନିଶ୍ଚୟ ଏହା ସୁଫଳ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.