ଗୋଟିଏ ରାତିରେ ତ୍ୱଚାରୁ ହଟିଯିବ ସବୁ ଦାଗ, ଆପ୍ଲାଏ କରନ୍ତୁ ଏହି ଉପାୟ

ତ୍ୱଚାକୁ ନେଇ ସମସ୍ତେ ସବୁବେଳେ ସମସ୍ତେ ସତର୍କ ରହିଥାନ୍ତି । ଏହା ସୁନ୍ଦର ଦେଖାଯିବା ପାଇଁ ପ୍ରାୟ ସମସ୍ତେ କିଛି ନା କିଛି ଉପାୟ ବାଛିଥାନ୍ତି। ତେବେ ବାହାର କ୍ରିମ ହେଉ କିମ୍ବା ଘରୋଇ ଉପାୟ ତାହା ସବୁ ପ୍ରକାରର ତ୍ୱଚା ପାଇଁ ସମାନ ନଥାଏ। ତେଲିଆ ଯୁକ୍ତ ତ୍ୱଚା ପାଇଁ ଯେଉଁ ଉପାୟ ମୁହଁରେ ଆପ୍ଲାଏ କରାଯାଏ। ତାର ସମ୍ପୂର୍ଣ୍ଣ ବୀପରିତ ଉପାୟ ଡ୍ରାଏ ସ୍କିନ ପାଇଁ ଆବଶ୍ୟକ ହୋଇଥାଏ।

ଯଦି ଆପଣ ନିଜ ତ୍ୱଚାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ବିଶେଷ କରି ଶୀତ ଦିନରେ ଡ୍ରାଏ ସ୍କିନ ପାଇଁ ଚିନ୍ତା ବଢ଼ିଯାଇଥାଏ। ଶୁଷ୍କ ଜଳବାୟୁ ସହିତ ତ୍ୱଚା ମଧ୍ୟ ଆହୁରି ଶୁଷ୍କ ହୋଇଯାଏ । ତେଣୁ ଆଜି ଆମେ ଏଥିପାଇଁ କିଛି ଜରୁରୀ ଟିପ୍ସ କହିବୁ ଯାହାକୁ ଆପଣ ନିଜ ତ୍ୱଚାରେ ଆପ୍ଲାଏ କରିପାରିବେ। ଏହାସହ ଆପଣଙ୍କୁ ଭଲ ଫାଇଦା ମିଳିବ।

ଯଦି ଆପଣଙ୍କ ତ୍ୱଚାରେ ପିମ୍ପଲସ୍‌ କିମ୍ବା ଅନ୍ୟ କୌଣସି ଦାଗ ସମସ୍ୟା ରହିଛି। ତେବେ ଏହି ଖବର ଆପଣଙ୍କ ସମସ୍ୟାକୁ ତୁରନ୍ତ ଦୂର କରିବ। ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଖରାପ ଜୀବନଶୈଳୀ, ଭୁଲ ଖାଦ୍ୟ ଗ୍ରହଣ, ପ୍ରଦୂଷଣ ମାତ୍ରା ବୃଦ୍ଧି ଏବଂ ଧୂଳି ମାଟି ଆଦିର ସମ୍ପର୍କରେ ଆସିବା ପରେ ସ୍କିନ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ପରେ ପିମ୍ପଲସ୍‌ ଆଦି ଦାଗ ସମସ୍ୟା ଆରମ୍ଭ ହୁଏ। ତେବେ ଏହା ସାଧାରଣ ସମସ୍ୟା ହେଲେ ବି ଏହା ମୁହଁକୁ ଖରାପ କରିଥାଏ। ତେବେ ଏହାକୁ ଲୁଚାଇବା ପାଇଁ ଅନେକ ଫାଉଣ୍ଡେସନର ବ୍ୟବହାର କରିଥାନ୍ତି। ଯାହାପରେ ମୁହଁରେ ଆହୁରି ଖରାପ ପ୍ରଭାବ ପଡେ । ତେବେ ଏଥିପାଇଁ କିଛି ହୋମ ରିମେଡିକୁ ମାନନ୍ତୁ। ଯାହା ଗୋଟିଏ ରାତି ଭିତରେ ଆପଣଙ୍କ ପିମ୍ପଲ ସମସ୍ୟାକୁ ଦୂର କରିଦେବ ।

face
pc: emedihealth

ଗ୍ରୀନ ଟି ପ୍ରୟୋଗ:
-ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ପିମ୍ପଲ ସମସ୍ୟା ଦୂର ହେବ।
-ଏଥିପାଇଁ ପ୍ରଥମେ ଏକ କପ ଫ୍ରେଶ ଟି ତିଆରି କରି ଏହାକୁ ଥଣ୍ଡା କରନ୍ତୁ।
-ଏହାପରେ କଟନ ନେଇ ଏହାକୁ ସେହି ପାଣିରେ ବୁଡାନ୍ତୁ। ଏବଂ ପିମ୍ପଲରେ ରଖନ୍ତୁ।
– ଏହାକୁ ରାତିସାରା ରଖନ୍ତୁ।
-ସକାଳେ ନର୍ମାଲ ପାଣିରେ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ।

ସ୍ପଟ ଟ୍ରିଟମେଣ୍ଟର ପ୍ରୟୋଗ:

ଏହାର ଅର୍ଥ ପିମ୍ପଲ ସମସ୍ୟାକୁ ଦୂର କରିବା ପାଇଁ ହେଉଥିବା କ୍ରିମର ପ୍ରୟୋଗ। ଆପଣ ଏଥିପାଇଁ ପତଳା ଟ୍ରି ଅଏଲ ବା ଏସନସିଆଲ ଅଏଲର ବ୍ୟବାହାର କରିପାରିବେ। ଏହି ଉପାୟ ସେନସିଟିଭ ସ୍କିନ ପାଇଁ ଭଲ ହୋଇଥାଏ।

ଆଲୋବେରା ବ୍ୟବହାର:
ଏହା ଏକ ସୁନ୍ଦର ଉପାୟ।ଯାହା ମୁହଁର ସୌନ୍ଦର୍ଯ୍ୟତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଶୋଇବା ପୂର୍ବରୁ ଏହାକୁ ନିଜ ମୁହଁରେ ଲଗାନ୍ତୁ। ରାତିସାରା ରଖନ୍ତୁ। ସକାଳେ ଭଲ ଭାବେ ଏହାକୁ ଧୋଇ ଦିଅନ୍ତୁ । ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ତ୍ୱଚାରୁ ସବୁ ସମସ୍ୟା ଦୂର ହୋଇଯିବ। ତ୍ୱଚା ଉଜ୍ୱଳ ମଧ୍ୟ ଦେଖାଯିବ ।

Leave A Reply

Your email address will not be published.