ଚିକେନ ପ୍ରେମୀ ରାନ୍ଧିବା ବେଳେ ଧ୍ୟାନରେ ରଖନ୍ତୁ ଏହି କଥା, ଚିକେନ ଲାଗିବ ଆହୁରି ଟେଷ୍ଟୀ

ଚିକେନକୁ ରାନ୍ଧିବା ସମୟରେ ଆଞ୍ଚରେ ବସାଇ ଗ୍ୟାସର ଫ୍ଲେମକୁ ହାଇ କରିଦିଅନ୍ତୁ। ଯାହାଦ୍ୱାରା ତାହାର ଜୁସ୍‌ ଚିକେନରେ ଭଲଭାବେ ମିଶିଯିବ। ଏହାପରେ ଯାଇ ଏହାକୁ ଧୀମା ଆଞ୍ଚରେ ରାନ୍ଧନ୍ତୁ।

ଚିକେନରେ ମସଲା ଭଲଭାବେ ମିଶିବା ପାଇଁ ଏହାକୁ ଏକ ପ୍ଲାଷ୍ଟିକ ପଲିଥିନରେ ପ୍ରଥମେ ମସଲା ଏବଂ ମ୍ୟାରିନେଟ୍‌ ପାଇଁ ରଖିଥିବା ସମସ୍ତ ସାମଗ୍ରୀକୁ ପକାଇ ଦିଅନ୍ତୁ ଏବଂ ଏହାକୁ ଭଲଭାବେ ହଲାଇ ମିକ୍ସ କରିଦିଅନ୍ତୁ। ଏହାପରେ ଚିକେନକୁ ରାନ୍ଧନ୍ତୁ। ଏହାବ୍ୟତୀତ ଆପଣ ସମସ୍ତ ମସଲାକୁ ଚିକେନ ସହିତ ଗୋଟେ ପାତ୍ରରେ ଗୋଳାଇ କିଛି ସମୟ ମଧ୍ୟ ରଖିପାରିବେ। ଏପରି କରିବା ଦ୍ୱାରା ଏହାର ଫାଇଦା ହେବ ଯେ ଆପଣଙ୍କ ଚିକେନରେ ମସଲା ଭଲଭାବେ ମିଶିଯିବ।

ଫ୍ରାଏଡ ଚିକେନ ବନାଇବା ସମୟରେ ଚିକେନକୁ ଛାଣିବା ପୂର୍ବରୁ ଅଟା କିମ୍ବା ମଇଦାରେ ରୋଲ କରିବା ବଦଳରେ ମିଲ୍କ ପାଉଡରରେ ରୋଲ କରନ୍ତୁ। ଏପରି କଲେ ଛାଣିବା ପରେ ଚିକେନର ରଙ୍ଗ ଭଲ ଆସିଥାଏ।

chickenଯଦି ଆପଣ ଚାହୁଁଛନ୍ତି ଆପଣ ବନାଉଥିବା କବାବ ମୁଲାୟମ ରହୁ ଏବଂ ଚୋବାଇବା ସମୟରେ କୌଣସି ସମସ୍ୟା ନ ହେଉ ତେବେ ଏହାକୁ ଅଧିକ ସମୟ ପାଇଁ ମ୍ୟାରିନେଟ୍‌ କରି ରଖନ୍ତୁ। ଏହାସହିତ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରାନ୍ଧିବାକୁ ଦିଅନ୍ତୁନାହିଁ।

ଚିକେନକୁ ସବୁବେଳେ ଅଧିକ ସମୟ ପର୍ଯ୍ୟନ୍ତ ହାଇ ଫ୍ଲେମରେ ରାନ୍ଧନ୍ତୁ। ଏପରି କରିବା ଦ୍ୱାରା ଚିକେନରୁ ସମସ୍ତ ବ୍ୟାକ୍ଟେରିୟା ଭଲଭାବେ ମରିଯିବ।

ଚିକେନକୁ ଧୋଉଥିବା ସମୟରେ ଖାସ୍‌ ସର୍ତକତା ପାଳନ କରନ୍ତୁ। ଚିକେନକୁ ସବୁବେଳେ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହାସହିତ ଯେଉଁ ପାତ୍ରରେ ଆପଣ ଚିକେନକୁ ଧୋଇ ରଖୁଛନ୍ତି, ତାହାକୁ ବି ଗରମ ପାଣିରେ ଧୋଇବାକୁ ଭୁଲନ୍ତୁ ନାହିଁ। କଞ୍ଚା ଚିକେନକୁ ଛୁଇଁବା ପରେ ନିଜ ହାତକୁ ସାବୁନରେ ଧୋଇବାକୁ ଯେପରି ନଭୁଲନ୍ତି।

ଏହାବ୍ୟତୀତ ଯଦି ଆପଣ କଞ୍ଚା ଚିକେନକୁ ଫ୍ରିଜରେ ଷ୍ଟୋର କରି ରଖୁଛନ୍ତି, ତାହେଲେ ଏହା ଧ୍ୟାନରେ ରଖନ୍ତୁ ଯେ ଏହାର ଜୁସ୍‌ ଯେପରି ଅନ୍ୟ ସାମଗ୍ରୀରେ ନଲାଗୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.