ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦେଉଛି କି ? ପିଅନ୍ତୁ ସଦାବିହାରୀ ପତ୍ର ରସ

ସଦାବିହାରୀ ଫୁଲ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି ଗଛ ମଧ୍ୟ ଯେକୌଣସି ସ୍ଥାନରେ ସହଜରେ ବଢିଥାଏ। କିନ୍ତୁ ଏହାର ଫୁଲକୁ ଆମେ କୌଣସି ପୂଜା ବିଧିରେ ଲଗାଇନଥାଉ। କିନ୍ତୁ ଏହି ଫୁଲର ଅନେକ ଔଷଧୀୟ ଗୁଣ ରହିଛି, ଯାହା ଆପଣଙ୍କ ଶରୀରର ଅନେକ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। କିପରି କରିବେ ଏହାର ବ୍ୟବହାର, ଫଳରେ ଆପଣଙ୍କର ଅନେକ ସମସ୍ୟା ଦୂର ହେବ।

– ସଦାବିହାରୀ ଫୁଲରେ ଏଲକ୍ଲାଇଡସ୍‌, ଏଜମିଲିସିନ, ସରପେନ୍ଟିନ ନାମକ ତତ୍ତ୍ୱ ରହିଥାଏ। ଯାହା ଶରୀର ପାଇଁ ଫାଇଦାଯୁକ୍ତ। ଏହି ଫୁଲରୁ ୭ରୁ ୮ଟି ନେଇ ବାଟି ଏହାର ରସକୁ ନିୟମିତ ପିଇବା ଦ୍ୱାରା ମଧୁମେହ ରୋଗରୁ ମୁକ୍ତି ମିଳିବ।

– ଏଥିରେ ରେସପ୍ରିନ, ଭିନଦୋଲି, ଓ୍ଵିନକ୍ରିଷ୍ଟିନ ଏବଂ ଓ୍ଵିନବ୍ଲାଷ୍ଟିନ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଥିବା ଟକ୍ସିନକୁ ବାହାର କରିବାରେ କାମରେ ଆସିଥାଏ।

55

-ଏହି ଗଛର ପତ୍ରର ରସ ନାକ ଏବଂ ତଣ୍ଟି ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ଥିବା ଭିନଦୋଲି ନାମକ ତତ୍ତ୍ୱ ସଂକ୍ରମଣକୁ ଦୂରେଇ ରଖିଥାଏ।

-ଏହି ଗଛର ପତ୍ର ରସ ପିଇବା ଦ୍ୱାରା ମଧ୍ୟ ପାଚନ ତନ୍ତ୍ର ଠିକ୍‌ ରହିଥାଏ। ଏହାଦ୍ୱାରା ସଂପୂର୍ଣ୍ଣ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସଠିକ ଭାବେ କାମ କରିଥାଏ। ଏହାର ଚେରକୁ ପାଉଡର କରି ଖାଇବା ଦ୍ୱାରା ମଧ୍ୟ ରକ୍ତଚାପ ଭଳି ଚିନ୍ତାରୁ ମୁକ୍ତି ମିଳିଥାଏ।

-ଏହାଛଡା ଏହି ପତ୍ରର ରସ ମସ୍ତିଷ୍କ ସମ୍ବନ୍ଧୀୟ ଅନେକ ରୋଗକୁ ଠିକ୍‌ କରିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଅନିଦ୍ରା, ଅବସାଦ, ପାଗଳାମି ଭଳି ରୋଗ ଦୂର କରିଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ନିଦ ଆସୁନାହିଁ, ତେବେ ଏହାର ଏକ ଚାମଚ ରସରେ ମହୁ ମିଶାଇ ଖାଇବା ଦ୍ୱାରା ଆରାମ ମିଳିଥାଏ।

ଏହାସହ ପଢ଼ନ୍ତୁ ; ମଧୁମେହ ରୋଗରେ ପୀଡିତ କି ? ଖାଆନ୍ତୁ କଦଳୀ ଫୁଲ, କରନ୍ତୁ ନିୟନ୍ତ୍ରଣ

0

-ଏହା ମହିଳାମାନଙ୍କ ମାସିକ ଋତୁଚକ୍ରରେ ଦେଖାଦେଉଥିବା ଅନିୟମିତତାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଯଦି ଆପଣଙ୍କ ଅଧିକ ମାତ୍ର ରକ୍ତସ୍ରାବ ହେଉଥିଲେ ଏହାର ପତ୍ରର ରସ ଖାଇବା ଦ୍ୱାରା ରକ୍ତସ୍ରାବ କମ୍‌ ହୋଇଥାଏ।

-ଏହାର ପତ୍ର ରସ ମଧ୍ୟ ସାପ କିମ୍ବା ବିଛା କାମୁଡିଲେ ବିଷକୁ କାଟିବାରେ ସହାୟକ ହୋଥାଏ। ଏହାର ଏକ ଚାମଚ ରସ ପିଇବା କିମ୍ବା କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ଶରୀର ବିଷାକ୍ତ ହୁଏ ନାହିଁ ।