ଏହି ତିନୋଟି ଉପାୟରେ ମୁହଁରୁ ଛଡାନ୍ତୁ ମେକଅପ୍‌, ହେବନି ପାର୍ଶ୍ୱ ପ୍ରତିକ୍ରିୟା

ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଝିଅ ଇଚ୍ଛା ରଖିଥାନ୍ତି। କିନ୍ତୁ ବିବାହ ଉତ୍ସବରେ ଯୁବତୀମାନେ ନିଜକୁ ସଜାଇବା ପାଇଁ ବେଶି ଉତ୍ସାହିତ ହୋଇ ରହିଥାନ୍ତି। ଏଥିପାଇଁ ଝିଅମାନେ ବିଭିନ୍ନ ପ୍ରକାର ମେକଅପ୍‌ ସମାଗ୍ରୀ ବ୍ୟବହାର କରନ୍ତି। କିନ୍ତୁ ଏହି ମେକ୍‌ଅପ୍‌କୁ ସଠିକ୍‌ ଭାବେ ସଫା ନ କରିଲେ ତ୍ୱଚାରେ ଜ୍ୱଳନ ହୋଇଥାଏ। ମେକ୍‌ଅପ୍‌ ପ୍ରଡକ୍ଟରେ କେମିକାଲ ହେବା କାରଣରୁ ତ୍ୱଚାକୁ ହାନି ପହଞ୍ଚାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କେତେକ ଉପାୟ ବତାଇବୁ ଯାହାଦ୍ୱାରା ଆପଣ ବିନା କିଛି ସାଇଡ୍‌ ଇଫେକ୍ଟରେ ମେକଅପ୍‌ ହଟାଇପାରିବେ। ଆସନ୍ତୁ ଜାଣିନେବା କେଉଁ କେଉଁ ଉପାୟ …

oil

ବେବି ଅଏଲ କିମ୍ବା ନଡିଆ ତେଲ : ବେବି ଅଏଲ କିମ୍ବା ନଡିଆ ତେଲ ବ୍ୟବହାର କରି ଆପଣ ମୁହଁରୁ ମେକଅପ୍‌ ହଟାଇପାରିବେ। ଯାହା ଆପଣଙ୍କ ତ୍ୱଚାକୁ କୌଣସି ହାନି ପହଞ୍ଚାଇବ ନାହିଁ।

ଷ୍ଟିମ ବ୍ୟବହାର କରନ୍ତୁ : ମେକ୍‌ଅପ୍‌ ଛଡାଇବା ପାଇଁ ଆପଣ ଷ୍ଟିମ୍‌ର ମଧ୍ୟ ବ୍ୟବହାର କରିପାରିବେ। ଏକ ପାତ୍ରରେ ଗରମ ପାଣି ନେଇ ମୁହଁକୁ ଏକ ଟାଓ୍ଵଲ ଜରିଆରେ ଢାଙ୍କି ବାମ୍ଫ ନିଅନ୍ତୁ। ବାମ୍ଫ ବ୍ୟବହାର ଦ୍ୱାରା ମୁହଁରୁ ମଇଳା ସହ ମେକଅପ୍‌ ସହଜରେ ଛାଡିଯାଏ।

steam

ଅଲିଭ ଅଏଲ କିମ୍ବା ବାଦାମ ତେଲ : ବାଦାମ ତେଲ କିମ୍ବା ଅଲିଭ ଅଏଲକୁ ଅଳ୍ପ ହାତରେ ନେଇ ମୁହଁରେ ହାଲକା ଭାବେ ମସାଜ କରନ୍ତୁ। େଓ୍ଵଟ ଟିସୁ କିମ୍ବା କଟନ ସାହାଯ୍ୟରେ ମୁହଁକୁ ପୋଛି ଦିଅନ୍ତୁ। ମେକଅପ୍‌ ଛଡାଇବା ପାଇଁ ଏହା ଏକ ସହଜ ଉପାୟ। ଏହାକୁ ବ୍ୟବହାର କଲେ ତ୍ୱଚା ଉଜ୍ୱଳ ହେବ।

You might also like