ଲାଇଫ୍ ଷ୍ଟାଇଲ୍

ବିନା ପଇସା ଖର୍ଚ୍ଚ କରି ମୁହଁର ଅନେକ ସମସ୍ୟାରୁ ପାଆନ୍ତୁ ମୁକ୍ତି, ଆପଣାନ୍ତୁ ଜାଇଫଳ-ଜିରାର ଉପାୟ

ବୟସ ବଢିବା ସଙ୍ଗେ ସଙ୍ଗେ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ। ତ୍ୱଚାରେ ପିଗମେଣ୍ଟସନ, ଭାଙ୍ଗ ଇତ୍ୟାଦି ସାଧାରଣ କଥା ହୋଇଥାଏ। ଏପରି ସ୍କିନର ମେଲାନିନ ସ୍ତର ବଢିବା ଯୋଗୁଁ ହୋଇଥାଏ। ଯାହା ଯୋଗୁଁ ଚେହେରାରେ ଡାର୍କ ବ୍ରାଉନ ରଙ୍ଗର ଦାଗ ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ।

 

ମହିଳାଙ୍କ ସମୟ ୩୦ ବର୍ଷ ପାର ହେବା ପରେ ଏପରିସମସ୍ୟା ଦେଖାଦେଇଥାଏ। ପିଗ୍‌ମେଣ୍ଟସନ ଦୁଇ ପ୍ରକାର ହୋଇଥାଏ। ପ୍ରଥମ ହାଇପରପିଗମେଣ୍ଟସନ ଏବଂ ଦ୍ୱିତୀୟ ହାଇପ୍ରୋପିଗମେଣ୍ଟସନ। ଯଦି ଆପଣ ଏପରି ସମସ୍ୟାରେ ଚିନ୍ତିତ ରହିଥାନ୍ତି ତେବେ ଏହାର ସରଳ ଉପାୟ ରହିଛି। ଯାହାକୁ ବ୍ୟବହାର କରି ଆପଣ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେଉଁ ପ୍ରକାର ଘରୋଇ ଉପାୟ ବ୍ୟବହାର କରି ଆପଣ ମୁକ୍ତି ପାଇପାରିବେ..

ପିଗମେଣ୍ଟସନ ହେବାର କାରଣ :

– ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀ

– କେମିକାଲଯୁକ୍ତ ଉତ୍ପାଦ ବ୍ୟବହାର କରିବା

– ଷ୍ଟ୍ରେସ କିମ୍ବା ଚିନ୍ତା କରିବା

– ହରମୋନାଲ ଅସନ୍ତୁଳନ କାରଣ

– ଅଧିକ ସମୟ ପର୍ଯ୍ୟନ୍ତ ଗର୍ଭନିରୋଧକ ଔଷଧ ଖାଇବା

ସାମଗ୍ରୀ :

ଜାଇଫଳ-୨
ଜିରା- ୧ଚାମଚ
ବାଦାମ-୫ଟି
କପୁର- ୨ଟା
କମଳା ଚୋପା ପାଉଡର- ୧ ଚାମଚ

ପ୍ୟାକ୍‌ ପ୍ରସ୍ତୁତ କରିବା ବିଧି :

ପ୍ରଥମେ ଗ୍ରାଇଣ୍ଡରରେ ଜିରା, ଜାଇଫଳ ଏବଂ ବାଦାମ ପକାଇ ଭଲଭାବେ ଗୁଣ୍ଡ କରିଦିଅନ୍ତୁ। ଏହାପରେ କପୁରକୁ ଗୁଣ୍ଡ କରି ପକାଇଦିଅନ୍ତୁ। ତା’ ପରେ ୧ ଚାମଚ କମଳା ପାଉଡର ଗୁଣ୍ଡ ପାକଇ ଭଲ ଭାବେ ମିଶାଇଦିଅନ୍ତୁ। ଏଥିରୁ ଏକ ଚାମଚ ବାହାର କରିବା ପରେ ସେଥିରେ ଦହି କିମ୍ବା ଲହୁଣୀ ମିଶାଇ ଦିଅନ୍ତୁ। ଏହି ପ୍ୟାକକୁ ୩୦ ମିନିଟ୍‌ ଲଗାଇ ରଖନ୍ତୁ। ଏହାକୁ ପ୍ରତିଦିନ ଲଗାନ୍ତୁ। ଏହି ପ୍ୟାକକୁ ଲଗାଇବାର ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ମୁହଁରେ ସାବୁନ କିମ୍ବା ଫେସଓ୍ଵାସ ଲଗାନ୍ତୁ ନାହିଁ। ଭଲ ରେଜଲ୍ଟ ପାଇବା ପାଇଁ ଏହି ପ୍ୟାକକୁ ୧୦ ଦିନ ପର୍ଯ୍ୟନ୍ତ ଲଗାନ୍ତୁ।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago