ସାବଧାନ ! ଆପଣଙ୍କ ଶ୍ରବଣ ଶକ୍ତି ନଷ୍ଟ କରି ଦେଇପାରେ କରୋନା ଭାଇରସ

କରୋନା ଭାଇରସକୁ ନେଇ ବର୍ତ୍ତମାନ ସୁଦ୍ଧା ଅନେକ ଲକ୍ଷଣ ସାମ୍ନାକୁ ଆସିଲାଣି । କିଛି ଦିନ ତଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ କରୋନାକୁ ନେଇ ୧୧ ଟି ଲକ୍ଷଣ ବାବଦରେ ଉଲ୍ଲେଖ କରାଯାଇଥିଲା । ଯଦି ପ୍ରାରମ୍ଭିକ ଅବସ୍ଥାକୁ ଧ୍ୟାନରେ ରଖାଯାଏ ତେବେ ଆଜି ଭିତରେ କରୋନାର ରୂପ, ଲକ୍ଷଣ ଓ ପ୍ରଭାବରେ ଅନେକ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । କେତେକ ବିଶେଷ ଅଧ୍ୟୟନରୁ ଏହା ମଧ୍ୟ ଜଣାଯାଇଛିଯେ ମନୁଷ୍ୟର ଫୁସଫୁସ, କିଡ୍ନୀ, ହୃତପିଣ୍ଡ, ଯକୃତ ପରି ମୂଲ୍ୟବାନ ଅଙ୍ଗ ଗୁଡିକୁ ବି ଏହି ଭାଇରସ ଗଭୀର କ୍ଷତି ପହଞ୍ଚାଇ ପାରେ । ନିକଟରେ ବ୍ରିଟେନର ମାଞ୍ଚେଷ୍ଟର ଠାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କରୋନା ମନୁଷ୍ୟର ଶ୍ରବଣ ଶକ୍ତି ଉପରେ କୁପ୍ରଭାବ ପକାଇପାରେ । ଅର୍ଥାତ ଏହା ମଣିଷର ଶୁଣିବା ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ କରି ଦେଇପାରେ ।

corona ear

ଆମେରିକାର ୧୨୧ ଜଣ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାଯାଇଥିଲାକି, ଏହି ଭାଇରସ ପ୍ରତି ୮
ଜଣଙ୍କରୁ ଜଣେ ରୋଗୀଙ୍କ ଶ୍ରବଣ ଶକ୍ତି ନଷ୍ଟ କରି ଦେଇପାରେ । ଅଥବା ଲମ୍ବା ସମୟ ପାଇଁ ପ୍ରଭାବିତ କରି ଦେଇପାରେ | ବ୍ରିଟେନରେ ହୋଇଥିବା ଏହି ଅଧ୍ୟୟନକୁ “ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ ଅଡିଓଲୋଜି” ପତ୍ରିକାରେ ପ୍ରକାଶ କରାଯାଇଥିଲା । ଅଧ୍ୟୟନ ସମୟରେ ଯେବେ ରୋଗୀ ମାନଙ୍କୁ ସେମାନଙ୍କ ଶ୍ରବଣ ଶକ୍ତି ବିଷୟରେ ପଚରା ଯାଇଥିଲା । ଜଣା ଯାଇଥିଲାକି, ୧୨୧ଜଣରୁ ୧୬ ଜଣଙ୍କ ଶୁଣିବା ଶକ୍ତି ଡିସ୍ଚାର୍ଜ ହେବାର ୮ ସପ୍ତାହ ପରେ ହିଁ ନଷ୍ଟ ହୋଇଯାଇଛି । ଖାଲି ଏତିକି ନୁହେଁ ଏମଧ୍ୟରୁ ଆଉ ୮ ଜଣ ଟିନିଟସ (କାନ ଜନିତ ଏକ ସମସ୍ୟା) ରୋଗରେ ପୀଡିତ ଥିବା ଜଣା ଯାଇଥିଲା । ଟିଟିନସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର କାନରୁ ସିଟି ବଜାଇବା ଭଳି ଏକ ଶବ୍ଦ ବାହାରିଥାଏ |

Coronavirus could cause hearing loss, damage hair cells in cochlea ...

ଗବେଷକଙ୍କ ଅନୁଯାୟୀ ମିଜିଲସ, ମମ୍ପସ ଓ ମେନିନଜାଇଟିସ ପରି ରୋଗରେ ପୀଡିତ ରୋଗୀଙ୍କ ଠାରେ ବି ସମାନ ଧରଣର ସମସ୍ୟା ଦେଖାଦେଇଥାଏ । ଖାଲି ସେତିକି ନୁହେଁ, ଏହି ଭାଇରସ କାନର ତନ୍ତ୍ରିକା ଗୁଡିକୁ ବି କ୍ଷତି ପହଞ୍ଚାଇପାରେ । କହିରଖିବା ଉଚିତ ହେବକି, କାନର ଏହି ତନ୍ତ୍ରିକା ଗୁଡିକ କାନ ଓ ମସ୍ତିସ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନରେ ବିଶେଷ ଭୂମିକା ନିଭେଇଥାନ୍ତି । ଖାଲି ସେତିକି ନୁହେଁ ଗବେଷକଙ୍କ ଅନୁଯାୟୀ, ଯେଉଁ ମାନଙ୍କର ପୂର୍ବରୁ ହିଁ ଶ୍ରବଣ ଜନିତ ସମସ୍ୟା ଥିବ । ସେମାନଙ୍କ ପାଇଁ କୋଭିଡ଼-19 ଘାତକ ସାବ୍ୟସ୍ତ ହୋଇପାରେ ।

Leave A Reply

Your email address will not be published.