ସ୍କିନ୍‌ ପାଇଁ ବେଶ ଉପକାରି ଚାଉଳ ସ୍କ୍ରବ୍‌, ଜାଣନ୍ତୁ କିପରି କରିବେ ତିଆରି

ପ୍ରତିଦିନ ସ୍କ୍ରବ କରିବା ଦ୍ୱାରା ସ୍କିନ୍‌ ଭଲ ରହିଥାଏ । ତେବେ ଲୋକମାନେ ଅନେକ ଜିନିଷ ବାହାରୁ କିଣି ସ୍କ୍ରବ୍‌ କରିବା ପାଇଁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଲୋକ ଅଛିନ୍ତି, ଯେଉଁମାନେ ଘରୋଇ ଉପାୟରେ ସ୍କ୍ରବ ତିଆରି କରି ବ୍ୟବହାର କରନ୍ତି । ସ୍କ୍ରବ୍ କରିବା ପାଇଁ ଆପଣ ଚାଉଳ ମଧ୍ୟ ବ୍ୟବହାର କରିପାରିବେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଚାଉଳ ସ୍କ୍ରବ କିପରି ତିଆରି କରିବେ ସେ ବିଷୟରେ ଜଣାଇବୁ ।

ଚାଉଳ ସ୍କ୍ରବ ସ୍କିନ୍‌ ପାଇଁ ଭଲ :
ଚାଉଳ ସ୍କ୍ରବ୍ ମୁହଁର ସମସ୍ତ ସମସ୍ୟା ଦୂର କରିଥାଏ । ସ୍କିନ୍‌ର ଚମକ ମଧ୍ୟ ବଢାଇଥାଏ । ଯାହାଫଳରେ ପିଗମେଣ୍ଟେସନ୍ ଏବଂ ରିଙ୍କଲ୍ସ ମଧ୍ୟ ନିୟନ୍ତ୍ରଣ କରେ । ଏପରି ଭାବେ ସ୍କିନ୍‌ ବହୁତ ଭଲ ରହିଥାଏ ।

ଚାଉଳ ସ୍କ୍ରବ୍ ତିଆରି କରିବା ପାଇଁ ଉପାଦାନ :
ତେବେ ଚାଉଳ ସ୍କିବ୍‌ ତିଆରି କରିବା ପାଇଁ ୨ ଚାମଚ ଚାଉଳ, ୧ ଚାମଚ ନଡିଆ ତେଲ, ୧ ଚାମଚ ମହୁ ନେଇ ସମସ୍ତ ଜିନିଷକୁ ବହୁତ ଭଲ ଭାବେ ମିଶାନ୍ତୁ ।

ଜାଣନ୍ତୁ ଚାଉଳ ସ୍କ୍ରବ୍ କିପରି ପ୍ରସ୍ତୁତ କରିବେ :
ଏହାକୁ ତିଆରି କରିବା ପାଇଁ ପ୍ରଥମେ, ଚାଉଳକୁ ଏକ ବ୍ଲେଣ୍ଡର ଗୁଣ୍ଡ କରିଦିଅନ୍ତୁ । ତାପରେ ୧ ଟେବୁଲ ଚାମଚ ନଡ଼ିଆ ତେଲ, ୧ ଟେବୁଲ ଚାମଚ ମହୁକୁ ଚାଉଳ ପାଉଡରରେ ପକାଇ ଭଲ ଭାବରେ ମିଶାନ୍ତୁ । ଏପରି ଭାବେ ଆପଣଙ୍କ ସ୍କିନ୍ ସ୍କ୍ରବର୍ ପ୍ରସ୍ତୁତ ହୋଇଯିବ ।

ସ୍କ୍ରବର୍ କିପରି ବ୍ୟବହାର କରିବେ ?
ସ୍କ୍ରବ୍‌କୁ ସ୍କିନ୍‌ରେ ଧୀରେ ଧୀରେ ଲଗାନ୍ତୁ ଏବଂ ମସାଜ୍ କରନ୍ତୁ । ଏପରି ଭାବେ ସ୍କିନ୍‌କୁ ଧୀରେ ଧୀରେ ଘଷନ୍ତୁ । ବର୍ତ୍ତମାନ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତେବେ ଏହି ସ୍କ୍ରବ୍‌କୁ ସ୍କିନ୍‌ରୁ ବାହାର କରିବା ସମୟରେ ଅଧିକ ଘଷନ୍ତୁ । ଆପଣ ଏହି ସ୍କ୍ରବରକୁ ହାତର କହୁଣି, ଆଣ୍ଠୁରେ ମଧ୍ୟ ବ୍ୟବହାର କରିପାରିବେ । ଚାଉଳ ସ୍କ୍ରବ୍‌କୁ ସପ୍ତାହରେ ଥରେ କିମ୍ବା ଦୁଇଥର ବ୍ୟବହାର କରନ୍ତୁ । ଏହି ସ୍କ୍ରବ୍ ତିଆରି କରି ୨ ସପ୍ତାହ ପାଇଁ ଘରେ ରଖିପାରିବେ । ତେବେ ଚାଉଳ ସ୍କ୍ରବ୍‌କୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍କିନ୍‌ର ଅନେକ ସମସ୍ୟା ଦୂର ହେବ ।