ଆବଶ୍ୟକତା ଠାରୁ କମ ଓଜନ ନେଇପାରେ ଆପଣଙ୍କ ଜୀବନ, ଶୀଘ୍ର ହୋଇଯାନ୍ତୁ ସାବଧାନ

ଓଜନ ଅଧିକ ହେଲେ କଣ କଣ ରୋଗ ହୁଏ ତାହାକୁ ନେଇ ତ ସାଧାରଣତଃ ଚର୍ଚ୍ଚା ହୁଏ । କିନ୍ତୁ ଓଜନ କମ ହେଲେ ବି କଣ ରୋଗ ହେଇପାରିବ ସେ ନେଇ ଆମର ଏତେଟା ଧାରଣା ନଥାଏ । ବିଏମଆଇ ବା ବଡ଼ି ମାସ ଇଣ୍ଡେକ୍ସ ରୁ ହିଁ ଜଣା ପଡିଥାଏ କି କୌଣସି ବ୍ୟକ୍ତିର ନିଜ ଉଚ୍ଚତା ଓ ବୟସ ଅନୁସାରେ ଓଜନ ଠିକ ଅଛିକି ନାହିଁ । ଏହି ବଡ଼ି ମାସ ଇଣ୍ଡେକ୍ସରୁ ହିଁ ଉଚ୍ଚତା ଓ ଓଜନ ଭିତରର ସଠିକ ଅନୁପାତ ବିଷୟରେ ତଥ୍ୟ ଜଣା ପଡିଥାଏ । ଏକ ସାଧାରଣ ଶରୀରର ବିଏମଆଇ ୨୨.୧ ରୁ ଅଧିକ ନ ହେବା ଉଚିତ । ଯଦି ଏହା ଠାରୁ ଆପଣଙ୍କର ଇଣ୍ଡେକ୍ସ ଅଧିକ ଅଛି ବା କମ ଅଛି ତେବେ ଜାଣନ୍ତୁ କି ଆପଣଙ୍କ ଓଜନ କମ ବା ବେଶୀ ଅଛି ।

underweight

ଯଦି ଉଚ୍ଚତା ଅନୁଯାୟୀ ବିଏମଆଇ ୧୮.୫ ରୁ କମ ଅଛି ତେବେ ଆପଣ ବେଳହୁଁ ସତର୍କ ହୋଇଯିବା ଦରକାର । ନଚେତ ଆପଣ କୁପୋଷଣ ଜନିତ ରୋଗ ଗୁଡିକର ଶିକାର ହୋଇପଡ଼ନ୍ତି । ଅତି ଶୀଘ୍ର ନିଜ ଓଜନ ବଢାଇବାକୁ ଚେଷ୍ଟା କରିବା ଦରକାର । କିନ୍ତୁ ଯଦି ଆପଣଙ୍କ ଇଣ୍ଡେକ୍ସ ୧୮.୫ ରୁ ୨୪.୯ ଭିତରେ ଅଛି ତେବେ ଜାଣନ୍ତୁ ଆପଣ ଏକ ଆଦର୍ଶ ସ୍ଥିତିରେ ଅଛନ୍ତି । ତେବେ ଦରକାର ଠାରୁ ଓଜନ କମ ହେଲେ ଆପଣ କେଉଁ କେଉଁ ରୋଗର ଶିକାର ହୋଇପାରନ୍ତି ଜାଣିରଖନ୍ତୁ :

underweight

  • ଓଜନ କମ ହେବା ଦ୍ୱାରା ଆପଣ କୁପୋଷଣର ଶିକାର ହୋଇପାରନ୍ତି । ଶରୀରରେ ଭିଟାମିନର ମାତ୍ରା କମିବା କାରଣରୁ ଅନେକ ପ୍ରକାରର ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରେ । ରକ୍ତର ଅଭାବ ହେବା ସହ ହାଡ ମଧ୍ୟ କ୍ରମଶଃ ଦୁର୍ବଳ ହୋଇଯାଇପାରେ ।
  • ଓଜନ କମ ହେଲେ ଆପଣଙ୍କୁ ଓଷ୍ଟିଓପୋରସିସ ପରି ମାରାତ୍ମକ ରୋଗ ମଧ୍ୟ ଆକ୍ରମଣ କରିପାରେ । ଏହି ରୋଗରେ ଶରୀରର ଆଣ୍ଠୁ ଗଣ୍ଠି ଗୁଡିକ ଦରଜ ହେବା ସହ ଦୁର୍ବଳ ମଧ୍ୟ ହୋଇଯାଏ । ଏମିତିକି ଟିକିଏ ଅସାଵଧାନ ହେଲେ ଭାଙ୍ଗି ମଧ୍ୟ ଯାଏ ।

– ଦରକାର ଠାରୁ କମ ଓଜନ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।

  • ଯଦି ଯୁବକ ବା ଛୋଟ ପିଲାଙ୍କ ଓଜନ କମ ହୁଏ ତେବେ ଏହା ଚିନ୍ତାର କାରଣ ପାଲଟିଥାଏ । ସେମାନଙ୍କ ବିକାଶରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ ।
  • ମହିଳାଙ୍କ ଓଜନ କମ ହେଲେ ବା ବିଏମଆଇ ଇଣ୍ଡେକ୍ସର ସ୍ତର କମି ଗଲେ ସେମାନଙ୍କ ମାସିକ ଋତୁ ସ୍ରାବରେ ଅନିୟମିତତା ଦେଖା ଦେଇପାରେ । ଏମିତିକି କମ ଓଜନର ମହିଳାଙ୍କ ଠାରେ ଗର୍ଭପାତ ଭଳି ଜଟିଳ ସମସ୍ୟା ମଧ୍ୟ ହୋଇପାରେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.