ଭଜା ହୋଇଥିବା ରସୁଣରେ ରହିଛି ପୁରୁଷଙ୍କ ଭଲ ସ୍ୱାସ୍ଥ୍ୟର ରହସ୍ୟ, ଅନେକ ସମସ୍ୟାରୁ ମିଳିଥାଏ ମୁକ୍ତି

ଭାରତୀୟ ଭୋଜନରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ରସୁଣର ପ୍ରୟୋଗ କରାଯାଇଥାଏ । କେହି କେହି ପେଟର ସୁସ୍ଥତା ପାଇଁ ସକାଳେ ଖାଲି ପେଟରେ ରସୁଣ ଖାଇଥାନ୍ତି । ପୋଷକ ତତ୍ତ୍ୱରେ ଭରପୁର ରସୁଣ ଆପଣଙ୍କ ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ରକୁ ମଜବୁତ କରିଥାଏ ।
ଏହାଛଡ଼ା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୁରୁଷ ଯଦି ଭଜା ହୋଇଥିବା ରସୁଣ ଖାଆନ୍ତି ତାଙ୍କର ସ୍ୱାସ୍ଥ୍ୟରେ ବହୁ ପ୍ରକାର ଲାଭ ହୋଇଥାଏ । ଆସନ୍ତୁ ଜାଣିବା ପୁରୁଷଙ୍କ ପାଇଁ ଭଜା ରସୁଣର କ’ଣ ସବୁ ଫାଇଦା ।

ପାଚନ ତନ୍ତ୍ର ପାଇଁ :

ରସୁଣ ଆପଣଙ୍କ ପାଚନ ତନ୍ତ୍ର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯେଉଁ ପୁରୁଷଙ୍କ ପାଚନ ତନ୍ତ୍ର ଗଡ଼ବଡ଼ ହେଉଥାଏ, ସେମାନେ ରସୁଣ ଖାଇବା ଉଚିତ୍‌ ।

ସର୍ଦ୍ଦି-ଥଣ୍ଡା ପାଇଁ :

ଏକ ଗବେଷଣା ଅନୁଯାୟୀ, ଯେଉଁ ବ୍ୟକ୍ତି ଏଣ୍ଟି ଭାଇରାଲରେ ଜଡିତ ସେମାନେ ଭଜା ରସୁଣ ଖାଇବା ଉଚିତ୍‌ । ଏହାଦ୍ୱାରା ସେମାନଙ୍କର ସର୍ଦ୍ଦି-ଥଣ୍ଡା ପ୍ରାୟ ୬୦ ଭାଗ କମିଯାଇଥାଏ ।

ଉଚ୍ଚ ରକ୍ତଚାପ ସମସ୍ୟା :

ଯେଉଁ ଲୋକଙ୍କ ହାଇ ବ୍ଲଡ ପ୍ରେସର ବା ଉଚ୍ଚ ରକ୍ତ ଚାପ ସମସ୍ୟା ରହିଥାଏ ସେମାନେ ଭଜା ରସୁଣ ଖାଇବା ଉଚିତ୍‌ । ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିପାଇଁ ଆପଣ ୪ ପାଖୁଡା ରସୁଣ ଭାଜିକରି ଖାଆନ୍ତୁ ।

ସୁସ୍ଥ ହୃଦୟ ପାଇଁ :

ଯେଉଁ ଲୋକଙ୍କ ହାଇ କୋଲେଷ୍ଟରାଲ ଥାଏ, ସେମାନଙ୍କୁ ହୃଦୟ ଜନିତ ରୋଗ ଶୀଘ୍ର ଆସିଥାଏ । ତେଣୁ ଏହି ବ୍ୟକ୍ତି ଭଜା ରସୁଣ ଖାଇବା ଦ୍ୱାରା ହାଇ କୋଲେଷ୍ଟରାଲ ନିୟନ୍ତ୍ରଣ ହୋଇଥାଏ ଓ ଆପଣଙ୍କ ହୃଦୟ ସୁସ୍ଥ ହୋଇଥାଏ ।

Leave A Reply

Your email address will not be published.