ପୁରୁଷଙ୍କ ପାଇଁ ବହୁତ ଫଳପ୍ରଦ ଭଜା ରସୁଣ, ଜାଣନ୍ତୁ କେଉଁ ସବୁ ଉପକାର ମିଳିଥାଏ

ରସୁଣ ସେବନ ଶାରୀରିକ ଦୁର୍ବଳତାରେ ପୀଡ଼ିତ ଲୋକଙ୍କ ପାଇଁ ବହୁତ ଉପକାରୀ ଭାବେ ଜଣାଶୁଣା । ଏହା କେବଳ ଯେ ଇମ୍ୟୁନିଟି ବଢ଼ାଇ ଥାଏ , ତାହା ନୁହେଁ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂରେଇ ପାରେ । ଏହାର ନିୟମିତ ସେବନରେ ଯୌନ ସମସ୍ୟା ବି ଶେଷ ହୋଇପାରେ । ରସୁଣରେ ଅନେକ ଏମିତି ଔଷଧୀୟ ଗୁଣ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଫଳପ୍ରଦ ହୋଇଥାଏ ।

ବିଶେଷ ରୂପେ ପୁରୁଷଙ୍କ ପାଇଁ ରସୁଣ ସେବନ ଅଧିକ ଉପକାରୀ ଭାବେ ଜଣାଯାଏ । ଯଦି ପୁରୁଷ ଶୀଘ୍ର ଥକିଯାଏ ବା ଦୁର୍ବଳ ଅନୁଭବ କରେ , ସେତେବେଳେ ଭଜା ହୋଇଥିବା ରସୁଣକୁ ଦୁଗ୍ଧ ସହ ଚୋବାଇ ଖାଇବାରେ ପରାମର୍ଶ ଦିଆଯାଇ ଥାଏ । ଏହାର ନିୟମିତ ସେବନରେ ଶରୀରରୁ ଅନେକ ବଡ଼ ବଡ଼ ରୋଗରୁ ସୁରକ୍ଷା ମିଳେ। ଓଜନ ସହ ଏହା ଡାଇବେଟିସ୍‌କୁ ନିୟନ୍ତ୍ରିତ କରିଥାଏ ।

ଥକାପଣ ଦୂର କରେ –

ଭଜା ହୋଇଥିବା ରସୁଣର ୨ଟି କୋଲା ପ୍ରତିଦିନ ଖାଲି ପେଟରେ ଖାଇବା ଦ୍ୱାରା ଫଳପ୍ରଦ ହୋଇଥାଏ । ଏଥିରେ ଆପଣ ଆକ୍ଟିଭ୍ ଅନୁଭବ କରିପାରନ୍ତି ଏବଂ ଆପଣଙ୍କର ଫିଟ୍‌ନେସ୍‌ ଦିନକୁ ଦିନ ଦୃଢ଼ ହୋଇପାରେ ।

ପୋଷକ ତତ୍ତ୍ୱରେ ଭରପୂର –

ରସୁଣରେ ଆବଶ୍ୟକ ମୁତାବକ ଖଣିଜ ଭିଟାମିନ୍-ସି , ଭିଟାମିନ୍‌-ବି୬, ଫସଫରସ, ମାଙ୍ଗାନିଜ୍‌ , ଜିଙ୍କ୍‌ , କ୍ୟାଲେସିୟମ ଓ ଆଇରନ୍‌ ମିଳିଥାଏ । ଏହା ବ୍ୟତୀତ ଏଥିରେ କିଛି ମାତ୍ରାରେ ପ୍ରୋଟିନ୍‌ ଓ ଥାୟମିନ୍‌ ଓ ପେଣ୍ଟୋଥେନିକ୍‌ ଏସିଡ୍‌ ମିଳିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ।

ରସୁଣ ଥଣ୍ଡା , କାଶ ଓ କଫରୁ ରକ୍ଷା କରେ –

ଭଜା ହୋଇଥିବା ରସୁଣ ଆପଣଙ୍କର ଥଣ୍ଡା , କାଶ , କଫ ଦୂର କରିବାରେ ସାହାଯ୍ୟ କରିଥାଏ । ଭଜା ହୋଇଥିବା ରସୁଣରେ ଆଣ୍ଟିବାୟୋଟିକ୍‌ , ଆଣ୍ଟିଭାଇରାଲ ଓ ଆଣ୍ଟିଫଙ୍ଗଲ ଗୁଣ ଥାଏ , ଯାହାକି ଫ୍ଲୁରେ ହେବାକୁ ଥିବା ଏହି ରୋଗରେ ଶରୀରର ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଯୌନ ସମସ୍ୟାକୁ ମଧ୍ୟ ଦୂର କରିଥାଏ –

ଯୌନ ସମସ୍ୟାରେ ପୀଡ଼ିତ ସବୁ ପୁରୁଷଙ୍କୁ ରସୁଣର ସେବନ କରିବା ଖୁବ୍‌ ଉତ୍ତମ ଅଟେ । ଭଜା ହୋଇଥିବା ରସୁଣରେ ଟେଷ୍ଟୋଷ୍ଟେରୋନ ହର୍ମୋନକୁ ବୃଦ୍ଧି କରିବାର ଗୁଣ ଥାଏ , ଯାହା ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟକୁ ଉତ୍ତମ କରି ଗଢ଼ିଥାଏ ।

ବିଷାକ୍ତ ପଦାର୍ଥକୁ ହଟାଇ ଥାଏ –

ରସୁଣ ଆମର ଶରୀରରୁ ବିଷାକ୍ତ ଜିନିଷକୁ ବାହାରି କରିଦେଇଥାଏ । ରାତିରେ ଶୋଇବା ପୂର୍ବରୁ ଭଜା ହୋଇଥିବା ରସୁଣ ଖାଇବାକୁ ପରାମର୍ଶ ଦିଆଯାଇ ଥାଏ । ଏଥିରେ ଶରୀରରେ ଥିବା ବିଷାକ୍ତ ତତ୍ତ୍ୱ ପରିସ୍ରା ଆକାରରେ ବାହାରକୁ ନିର୍ଗତ ହୋଇଯାଏ ।

ହାର୍ଟକୁ ସୁସ୍ଥ ରଖିଥାଏ –

ରସୁଣରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥାଏ , ଯାହା ହାର୍ଟ ପାଇଁ ସବୁଠୁ ବେଶୀ ଆବଶ୍ୟକ । ରସୁଣର ସେବନ ଦ୍ୱାରା ହାର୍ଟ ଆଟାକ୍‌ ଭଳି ବିପଦ ହ୍ରାସ ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.