ଏହି ରୋମାଣ୍ଟିକ୍‌ ଉପାୟରେ କ୍ୟାଲୋରୀ ହଟାଇ ବେଡ୍‌ରୁମ୍‌ରେ ହିଁ କମାନ୍ତୁ ଓଜନ

ଫିଟ୍‌ ରହିବାକୁ ଆଜିକାଲିର ଯୁବପିଢ଼ି ସବୁକିଛି କରିବାକୁ ପ୍ରସ୍ତୁତ। କିଏ ଡାଏଟିଂ କରୁଛି ତ ଆଉ କିଏ ଜିମ୍‌ ଯାଉଛି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି କମ୍‌ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ବର୍ନ କରି ଓଜନ କମାଇବେ। ମାତ୍ର ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ଓଜନ କମିବାରୁ ନାଁ ଧରୁନି। ଯଦି ଆପଣ ମଧ୍ୟ ପାରମ୍ପରିକ ଉପାୟରେ ଓଜନ କମାଇବାକୁ ଯାଇ ବିରକ୍ତ ହୋଇଗଲେଣି ତେବେ ଜାଣନ୍ତୁ କିଛି ରୋମାଣ୍ଟିକ୍‌ ଉପାୟ, ଯାହା ସାହାଯ୍ୟରେ ନିଜ ବେଡରୁମ୍‌ରେ କିଛି ସେକ୍ସି ମୁଭମେଣ୍ଟ କରି ଆପଣ ଅଧିକରୁ ଅଧିକ କ୍ୟାଲୋରୀ ହଟାଇ କରିପାରିବେ…

ଲଭ ଓ୍ଵାକ୍‌ :

ଓଜନ କମାଇବାକୁ ସାଧାରଣ ଓ୍ଵାକ୍‌ ତ ସମସ୍ତେ କରୁଛନ୍ତି। କିନ୍ତୁ ଆପଣ ନିଜ ପ୍ରିୟତମାଙ୍କ ସହ ଲଭ ଓ୍ଵାକ୍‌ କରି ଓଜନ କମାନ୍ତୁ। ଏଥିପାଇଁ ଆପଣ କିଛି କମଫର୍ଟେବଲ୍‌ ଡ୍ରେସ୍‌ ପିନ୍ଧି ସହରର ଏକ ଶାନ୍ତ ଜାଗାକୁ ସାଥୀଙ୍କ ସହ ଯାଆନ୍ତୁ। ସାଥୀଙ୍କ ହାତରେ ହାତ ଛନ୍ଦି ନୂଆ ଭାବନାର ସହ ଚାଲିବା ଦ୍ୱାରା ସାଧାରଣ ଓ୍ଵାକ୍‌ ଅପେକ୍ଷା ଅଧିକ କ୍ୟାଲୋରୀ ହଟାଇ ହେବ।

ଏହାସହ ପଢ଼ନ୍ତୁ: PCOD ସମସ୍ୟା ଦେଇ ଗତି କରୁଥିବା ମହିଳାଙ୍କ ପାଇଁ ଅମୋଘ ଔଷଧ ଭଳି କାମ କରେ ଏହି ଜୁସ୍‌

କିସ୍‌ :

ଯଦି ବାହାରକୁ ଯିବାକୁ ଇଚ୍ଛା ନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆପଣ ଘରେ ରହି ମଧ୍ୟ କ୍ୟାଲୋରୀ ହ୍ରାସ କରିପାରିବେ । ଏଥିପାଇଁ କେବଳ କିସ୍‌ ହିଁ ଯଥେଷ୍ଟ। ଏକ ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି କିସ୍‌ କରିବା ବେଳେ ପ୍ରାୟ ୭୦ କ୍ୟାଲୋରୀ କମ୍‌ ହୋଇଥାଏ । ଏହା ଦ୍ୱାରା ମୁହଁର ମାଂସପେଶୀ ମଧ୍ୟ ଟାଇଟ୍‌ ହୁଏ।

ଏହାସହ ପଢ଼ନ୍ତୁ: ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ଲଭ୍‌ ମସାଜ୍‌:

କ୍ୟାଲୋରୀ ହଟାଇବାର ସବୁଠାରୁ ସରଳ ଉପାୟ ହେଉଛି ମସାଜ। ଆପଣ ଓଜନ କମାଇବାକୁ ସାଥୀଙ୍କୁ ଏକ ରୋମାଣ୍ଟିକ୍‌ ମସାଜ୍‌ ମଧ୍ୟ ଦେଇ ପାରିବେ। ବସିକି ମସାଜ୍‌ ଦେବା ଅପେକ୍ଷା ଠିଆ ହୋଇ ମସାଜ୍‌ ଦେଲେ ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ। ମସାଜ କରିବା ଦ୍ୱାରା ଘଣ୍ଟାପ୍ରତି ୮୦ରୁ ୧୦୦ କ୍ୟାଲୋରୀ ବର୍ନ ହୋଇଥାଏ।

ଏହାସହ ପଢ଼ନ୍ତୁ: ଶରୀରର ଏହି ସବୁ ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଶିହରି ଉଠନ୍ତି ପୁରୁଷ

ଶାରୀରିକ ସମ୍ପର୍କ:

ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ମଧ୍ୟ ଶରୀରରୁ କ୍ୟାଲୋରୀ ବର୍ନ ହୋଇଥାଏ। ଏହି ସମୟରେ ଶରୀର ଅଧିକ ମୁଭ୍‌ମେଣ୍ଟ କରିଥାଏ ଫଳରେ କ୍ୟାଲୋରୀ ହ୍ରାସ ପାଏ। ଡାକ୍ତରଙ୍କ କହିବାନୁସାରେ ସମ୍ବନ୍ଧ ବେଳେ ବ୍ୟକ୍ତି ଯେତେ ଅଧିକ ଆକ୍ଟିଭ୍‌ ରହେ ତାର ସେତେ ଶୀଘ୍ର କ୍ୟାଲୋରୀ ବର୍ନ ହୋଇଥାଏ।

Leave A Reply

Your email address will not be published.