ପ୍ରେମର ସପ୍ତାହରେ ଆଜି ହେଉଛି ପ୍ରଥମ ଦିନ, ଗୋଲାପ ଦିବସରେ କାହାକୁ ଦେବେ କେଉଁ ଫୁଲ ଜାଣନ୍ତୁ

ଫେବୃଆରୀକୁ ପ୍ରେମର ସପ୍ତାହ କୁହାଯାଏ। ଗୋଲାପ ଦିନରୁ ହିଁ ଆରମ୍ଭ ହୋଇଥାଏ ପ୍ରେମ ସପ୍ତାହ। ଏହି ମାସ ପ୍ରେମ ପାଇଁ ମନରେ ଥିବା ଅନୁଭବ ପାଟିରେ ପରିପ୍ରକାଶ କରିବା ପାଇଁ ସୁଯୋଗ ଆଣିଥାଏ । ପ୍ରେମିକା, ପ୍ରେମିକମାନେ ଅପେକ୍ଷା କରିଥାନ୍ତି ଏହି ମାସକୁ । ଏମିତି ଦେଖିବାକୁ ଗଲେ ଭାଲେଣ୍ଟାଇନ୍ସ ଡେ’୧୪ ଫେବୃଆରୀ ଦିନ ପାଳନ କରାଯାଇଥାଏ, କିନ୍ତୁ ଏହା ପୂର୍ବରୁ ଏହି ଦିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ।

rosesଭାଲେଣ୍ଟାଇନ୍ସ ସପ୍ତାହର ଆରମ୍ଭ ରୋଜ ଡେ’ରୁ ହିଁ ହୋଇଥାଏ । ଏହି ଦିନ ପରସ୍ପରକୁ ଭଲ ପାଉଥିବା ବ୍ୟକ୍ତିମାନେ ପରସ୍ପରକୁ ଗୋଲାପ ଫୁଲ ଦେଇ ନିଜ ପ୍ରେମକୁ କିମ୍ବା ବନ୍ଧୁତ୍ବକୁ ଆଗକୁ ନେଇଥାନ୍ତି । ଏମିତି ଦେଖିବାକୁ ଗଲେ ଆମ୍ଭେ ସମସ୍ତେ ଲାଲ ଗୋଲାପ ଫୁଲ ବିଶେଷ ଭାବେ ପସନ୍ଦ କରିଥାନ୍ତି ଏବଂ ରୋଜ୍ ଡେ’ ଦିନ ଲାଲ ଗୋଲାପ ହିଁ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ସବୁ ଗୋଲାପ ଫୁଲର ରଙ୍ଗ କିଛି ନା କିଛି ସମ୍ପର୍କର ପ୍ରତିକକୁ ବୁଝାଇଥାଏ। ତେବେ ଆସନ୍ତୁ ଜାଣିବା ଆଜି ଆପଣ କାହାକୁ କେଉଁ ଫୁଲ ଦେବେ।

Red Rosesଲାଲ୍ ଗୋଲାପ ପ୍ରେମର ପ୍ରତିକ ହୋଇଥାଏ । ଏଥିପାଇଁ ଯେବେ ବି ଭଲପାଇବାର ପରିପ୍ରକାଶ କରିବାକୁ ଚାହୁଁଛନ୍ତି ତେବେ ଲାଲ ଗୋଲାପ ଦିଅନ୍ତୁ । ରୋଜ ଡେ’ରେ ନିଜର ପ୍ରେମକୁ ପରିପ୍ରକାଶ କରିବାର ଏକ ଭଲ ଦିନ ଭାବେ ଧରାଯାଏ ଏବଂ କପଲ୍ସ ମାନେ ଏହି ଦିନରେ ପରସ୍ପରକୁ ଫୁଲ ଦେଇ ରୋଜ ଡେ ପାଳନ କରିଥାନ୍ତି । ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଏହି ରୋଜ ଡେ ପାଳନ କରାଯାଏ ।

yellowଯଦି ଆପଣ କାହା ସହିତ ବନ୍ଧୁତ୍ବ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ରୋଜ ଡେ’ରେ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

ସେହପରି ଯଦି ଆପଣ କାହାକୁ ନିଜର କୌଣସି ଭୂଲ ପାଇଁ କ୍ଷମା ମାଗିବାକୁ ଚାହୁଁଛନ୍ତି,ତେବେ ତାଙ୍କୁ ଧଳା ଗୋଲାପ ଫୁଲ ଦିଅନ୍ତୁ । କାହିଁକି ନା ଧଳା ରଙ୍ଗର ଗୋଲାପକୁ ଶାନ୍ତିର ପ୍ରତିକ ଭାବେ ଧରାଯାଇଥାଏ ।

roseଯଦି ଆପଣ କାହାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି, ତେବେ ଆପଣ ତାଙ୍କୁ ପିଙ୍କ୍ ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

ଏହାଛଡା ଯଦି ଆପଣ କାହାକୁ ନିଜର ମନ କଥା କହିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କମଳା ରଙ୍ଗର ଗୋଲାପ ଫୁଲ ଦିଅନ୍ତୁ ।

You might also like