ନଡ଼ିଆ ପଚା ବାହାରିବା ଶୁଭ ନା ଅଶୁଭ? ପଢନ୍ତୁ ଏହି ରିପୋର୍ଟ

ସାଧାରଣତଃ ନଡ଼ିଆ ବାଡେଇବା ବେଳେ ନଡ଼ିଆ ପଚା ବାହାରିଲେ ଆମେ ଏହାକୁ ଅଶୁଭ ବୋଲି ମାନିନେଉ। ଏହାଦ୍ୱାରା ଠାକୁର ଅଶାନ୍ତି ହୁଅନ୍ତି ବୋଲି ମଧ୍ୟ ଆମକୁ ଲାଗେ ଏବଂ ଆହୁରି ଅନେକ ପ୍ରକାରର ଚିନ୍ତା ସେତେବେଳେ ଆମ ମୁଣ୍ଡକୁ ଆସେ। ହେଲେ ଏହିସବୁ ଚିନ୍ତା ଆଦୌ ବାସ୍ତବିକ ନୁହେଁ। ଏହା ଅଶୁଭ ହୋଇନଥାଏ ବରଂ ଅତ୍ୟନ୍ତ ଶୁଭ ହୋଇଥାଏ।
ପୁରାଣ ଅନୁସାରେ ଯଦି ଭୋଗ କରିବା ବେଳେ କୌଣସି ବି ଭୋଗ ସାମଗ୍ରୀ ଭିତରୁ ଖରାପ ବାହାରେ ତେବେ ଏହାକୁ ଠାକୁର ନିଜେ ଖାଇଲେ ବୋଲି ମାନିବାକୁ ହେବ। ଏହାଦ୍ୱାରା ଆମେ ଜାଣିବା ଉଚିତ ଯେ, ଏହି ପଚା ନଡ଼ିଆ ଭଗବାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଗ୍ରହଣୀୟ ହୋଇଛି ଏବଂ ଆପଣଙ୍କ ଉପରେ ଭଗବାନ ଖୁସି ଅଛନ୍ତି।