ଦୌଡ଼ିବା ବି ସବୁବେଳେ ଶରୀର ପାଇଁ ହୋଇନଥାଏ ଭଲ, ମହିଳାଙ୍କ ପାଇଁ ହୋଇପାରେ ଏହି ସବୁ ଅସୁବିଧା
![running](https://knewsodisha.com/wp-content/uploads/2021/02/running.jpg)
କୁହାଯାଏ ଦୌଡ଼ିବା ଏକ ଭଲ ବ୍ୟାୟାମ । ହେଲେ ସବୁବେଳେ ଦୌଡ଼ିବା ବି ଶରୀର ପାଇଁ ହୋଇପାରେ ଖରାପ । ବିଶେଷକରି ମହିଳାଙ୍କ ପାଇଁ ଏହା ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରିପାରେ । ଦୌଡ଼ିବା ବ୍ୟାୟାମ ମହିଳାଙ୍କ ବ୍ରେଷ୍ଟ ଠୁ ୟୁଟରସ୍ ପର୍ଯ୍ୟନ୍ତ ସବୁଠି ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଅଧିକ ଦୌଡ଼ିବା ଦ୍ୱାରା ମହିଳାଙ୍କ ଠାରେ କି କି ଅସୁବିଧା ସୃଷ୍ଟି ହୋଇପାରେ ।
![women](https://cdn.knewsodisha.com/wp-content/uploads/2021/02/women.jpg)
ବ୍ରେଷ୍ଟ ଆକାର ହୋଇପାରେ ଖରାପ :
ଏକ୍ସପର୍ଟଙ୍କ କହିବା ଅନୁଯାୟୀ ବ୍ରେଷ୍ଟ ଆକାର ଖରାପ ହୋଇଯିବାର ଆଶଙ୍କା ଥାଏ । କାରଣ ଦୌଡ଼ିବା ସମୟରେ ଅଧିକ ବଳର ଆବଶ୍ୟକ ପଡ଼ିଥାଏ । ଏଥିରୁ ବଞ୍ଚିବା ପାଇଁ ଫିଟେଡ୍ ବା ପ୍ୟାଡେଡ୍ ଇନର ଗାର୍ମେଣ୍ଟ ପିନ୍ଧିବାକୁ ପଡ଼ିଥାଏ ।
ନର୍ମାଲ ଡିସ୍ଚାର୍ଜ :
ଗବେଷକଙ୍କ କହିବା ଅନୁଯାୟୀ ଦୌଡ଼ିବା କିମ୍ବା ପେଟ ଉପରେ ପ୍ରେସର ପକାଉଥିବା ଏକ୍ସରସାଇଜ୍ ମହିଳାଙ୍କ ଠାରେ ହାଲ୍କା ଡିସ୍ଚାର୍ଜ ଆଶଙ୍କା ସୃଷ୍ଟି କରିଥାଏ । ତେବେ ଏଥିପାଇଁ ଡରିବାର କିଛି ନାହିଁ । ଦୌଡ଼ିବା ବେଳେ କଟନ୍ ପ୍ୟାଣ୍ଟି ପିନ୍ଧନ୍ତୁ ।
![women](https://cdn.knewsodisha.com/wp-content/uploads/2021/02/women-1.jpg)
ୟୁରିନରୀ ଲିକେଜ୍ ଓ ଇନ୍ଫେକ୍ସନ୍ :
ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କ ପେଲ୍ଭିକ୍ ଫ୍ଲୋର ମାଂସପେଶୀ ଦୁର୍ବଳ ହୋଇଥାଏ । ଫଳରେ ଦୌଡ଼ିବା ଯୋଗୁ ୟୁରିନ୍ ଲିକେଜ୍ ହୋଇଥାଏ । ଏହାଛଡ଼ା ହର୍ମୋନରେ ପରିବର୍ତ୍ତନ,ଗର୍ଭାଶୟ ସହ ଭିତର ଭାଗ ଢ଼ିଲା ହୋଇଯାଇଥାଏ । ଦୌଡ଼ିବା ଯୋଗୁ ଝାଳ ବହିଥାଏ । ଏହି କାରଣରୁ ଗୁପ୍ତାଙ୍ଗରେ ଇନ୍ଫେକ୍ସନ୍ ସମସ୍ୟା ଦେଖାଦେଇଥାଏ ।