ଛଅମାସରୁ ଉର୍ଦ୍ଧ୍ୱ ଶିଶୁକୁ ପ୍ରତିଦିନ ଦିଅନ୍ତୁ ସାଗୁ, ମିଳିବ ଅନେକ ଫାଇଦା

ସାଗୁଦାନାରେ ପ୍ରଚୁରମାତ୍ରାରେ ଷ୍ଟାର୍ଚ ଏବଂ ନ୍ୟୁଣ୍ଟ୍ରିଏଣ୍ଟସ୍‌ ରହିଥାଏ। ଯେଉଁଥିପାଇଁ ଏହାକୁ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକର। କିନ୍ତୁ ସାଗୁଦାନରେ ଷ୍ଟାର୍ଚ ଏବଂ କାବ୍ରୋହାଇଡ୍ରେଟ୍‌ର ଶୁଦ୍ଧ ରୂପ ବୋଲି କମ୍‌ ଲୋକ ଜାଣିଥାନ୍ତି। ଯାହା ଛୋଟ ପିଲାଙ୍କ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ଛୋଟ ପିଲା ଖାଇବା ଦ୍ୱାରା ହାଡ ଏବଂ ଶରୀରର ବିକାଶ ହୋଇଥାଏ। ଛଅ ମାସରୁ ଉର୍ଦ୍ଧ୍ୱ ବୟସ ଶିଶୁକୁ ସାଗୁଦାନା ଦେବା ଫାଇଦାଯୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା ସାଗୁଦାନାରେ କ’ଣ ସବୁ ଫାଇଦା ରହିଥାଏ..

– ସାଗୁଦାନାରେ କମ୍‌ ମାତ୍ରାରେ ପ୍ରୋଟିନ ଥାଏ। ଛୋଟ ପିଲା ସାଗୁ ଖାଇବା ଦ୍ୱାରା ମାଂସପେଶୀ ଶକ୍ତିଶାଳୀ ହେବା ସହିତ ଦିନଯାକ ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିଥାଏ।

sabu

– ସାଗୁଦାନାରେ କ୍ୟାଲସିୟମ ଭରପୂର ରହିଥାଏ। ପ୍ରତିଦିନ ଏକ ଚାମଚ ସାଗୁଦାନା ପିଲାକୁ ଦେବା ଦ୍ୱାରା କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ।

– ସାଗୁଦାନାରେ ପୋଟାସିୟମ ରହିଥାଏ। ଯାହା ହୃଦ୍‌ ସମ୍ବନ୍ଧୀୟ କୌଣସି ରୋଗ ହେବାକୁ ଦିଏନାହିଁ। ପ୍ରତିଦିନ ଶିଶୁକୁ ସାଗୁଦାନା ଦେବା ଦ୍ୱାରା ବ୍ଲଡ ସର୍କୁଲେସନ ଭଲ ରହିଥାଏ।

sagu

– ଏହାଛଡା ପିଲାଙ୍କର ହାଡକୁ ଏବଂ ମାଂସପେଶୀକୁ ମଜବୁତ କରିଥାଏ ସାଗୁ। ଯଦି ଆପଣଙ୍କ ଶିଶୁର ଓଜନ କମ୍‌ ହୋଇଥାଏ, ତେବେ ସାଗୁକୁ ମୁଖ୍ୟ ଆହାର ଭାବେ ଖାଇବାକୁ ଦିଅନ୍ତୁ।

– ପିଲାଙ୍କ ପାଚନ ଶକ୍ତି ବଢାଇଥାଏ ସାଗୁ। ଯଦି ଆପଣଙ୍କ ପିଲାର ଝାଡାଜନିତ ସମସ୍ୟା ରହିଥାଏ, ତେବେ ସାଗୁ ଖାଇବାକୁ ଦିଅନ୍ତୁ।

– ଏହାଛଡା ସାଗୁ ଶରୀରରେ ତାପମାତ୍ରା ରେଗୁଲେଟ୍‌ କରିବା ସହ ଶିଶୁର ଭୋକ ଦୂର କରିଥାଏ।

Leave A Reply

Your email address will not be published.