ଲୁଣ କେବଳ ଖାଦ୍ୟର ସ୍ୱାଦ ନୁହେଁ, ବରଂ କେଶକୁ କରିଥାଏ ଘନ, ଲମ୍ବା ଓ ଆକର୍ଷଣୀୟ

ଲୋକେ କେଶକୁ ସୁସ୍ଥ ରଖିବା ପାଇଁ ଅନେକ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରି ଥାଆନ୍ତି। କିନ୍ତୁ ସେଗୁଡ଼ିକ ସେତେଟା କାମ ଦେଇ ନ ଥାଏ ଅର୍ଥାତ୍‌ ପ୍ରଭାବଶାଳୀ ହୋଇ ନ ଥାଏ। ତେଣୁ ଏମିତିରେ ଆପଣ ଘରୋଇ ଉପଚାର ହିଁ ଆପଣାଇବା ଭଲ। କେବେ ଆପଣ ଭାବିଛନ୍ତି…ଯେ ଏକ ଚୁଟ୍‌କି ଲୁଣ ଆପଣଙ୍କୁ କଳା, ଘନ ଓ ଆକର୍ଷଣୀୟ କେଶ ଦେଇ ପାରିବ। ହଁ, ଆମେ କହୁଛୁ, ସାମାନ୍ୟ ଲୁଣ ବି ଆପଣଙ୍କର ଅନେକ କେଶ ସମସ୍ୟାକୁ ଦୂର କରି ପାରିବ। ବିଶେଷ କରି ଏହା କେଶମୂଳ ବା ତାଳୁକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି…

-ଆପଣ ନିଜ ମୁଣ୍ଡରେ ଅଳ୍ପ ଲୁଣ ଛିଞ୍ଚି ତାହାକୁ ହାଲୁକା ହାତରେ ମସାଜ୍‌ କରନ୍ତୁ। ଏହାର କିଛି ସମୟ ପରେ କେଶ ଧୋଇ ନିଅନ୍ତୁ। ୧୫ ଦିନ ବ୍ୟବଧାନରେ ଏହି ପ୍ରକ୍ରିୟାକୁ ଥରେ ଲେଖାଏ ଦୋହରାନ୍ତୁ। ଦେଖିବେ ଆପଣଙ୍କ ତାଳୁ ସବୁବେଳେ ସୁସ୍ଥ ରହିବ ଏବଂ ରୂପି ସମସ୍ୟା ଦେଖାଯିବ ନାହିଁ।

-ଯଦି ଆପଣଙ୍କ କେଶ ବହୁତ ଝଡ଼ୁଛି କିମ୍ବା ଧୀରେ ଧୀରେ ବଢ଼ୁଛି, ତ ଏହି ଦୁଇଟି ସମସ୍ୟାରେ ଲୁଣ ଲାଭଦାୟକ ହୋଇ ପାରିବ। ଧ୍ୟାନ ରଖନ୍ତୁ, ଆପଣଙ୍କୁ ସମୁଦ୍ର ଲୁଣ ହିଁ ଉପଯୋଗ କରିବାକୁ ହେବ। ଏହି ଲୁଣକୁ ତେଲରେ ମିଶାଇ ମାଲିସ୍‌ କରନ୍ତୁ। ଲୁଣ ବ୍ୟବହାର ଦ୍ୱାରା ତାଳୁର ପୋର୍ସ ଖୋଲି ଯିବ ଏବଂ କେଶ ବୃଦ୍ଧି ମଧ୍ୟ ଭଲ ଭାବରେ ହୋଇ ପାରିବ।

-ଯଦି ଆପଣଙ୍କ କେଶ ବହୁତ ତୈଳାକ୍ତ, ତ ଏମିତି ସ୍ଥିତିରେ ଆପଣ ଲୁଣ ଟ୍ରାଏ କରି ପାରିବେ। କେଶ ଧୋଇବା ପୂର୍ବରୁ ଲୁଣକୁ ତାଳୁ ଉପରେ ଛିଞ୍ଚନ୍ତୁ ଏବଂ ମସାଜ କରନ୍ତୁ। କାହିଁକି ନା, ଲୁଣରେ ଅତିରିକ୍ତ ତୈଳକୁ ଶୋଷିବାର ଶକ୍ତି ରହିଛି। ତେଣୁ ଲୁଣ ବ୍ୟବହାର ପରେ ସାମ୍ପୁ କରିବା ଦ୍ୱାରା କେଶ ଜଲ୍‌ଦି ତୈଳାକ୍ତ ହୋଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.