ହିନ୍ଦୁ ଧର୍ମରେ ମାର୍ଗଶୀର ମାସରେ ଶଙ୍ଖ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି ବୋଲି କୁହାଯାଏ। ମାର୍ଗଶୀର ମାସରେ କୌଣସି ବି ଶଙ୍ଖକୁ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ପଞ୍ଚଜନ୍ୟ ଶଙ୍ଖ ଭାବି ତାହାର ପୂଜା-ଅର୍ଚ୍ଚନା କରିବା ଆବଶ୍ୟକ। ଏହାକୁ ପୂଜା କରିବା ଦ୍ବାରା ମନୁଷ୍ୟଙ୍କର ସମସ୍ତ ଇଚ୍ଛା ପୂରା ହୋଇଯାଇଥାଏ। ସେହିଭଳି ବିଷ୍ଣୁ ପୁରାଣ ଅନୁସାରେ ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ୧୪ଟି ରତ୍ନ ମଧ୍ୟରୁ ମିଳିଥିଲା। ଏହି ରତ୍ନକୁ ସୁଖ-ସୌଭାଗ୍ୟର ବ୍ରୁଦ୍ଧି ପାଇଁ ନିଜ ଘରେ ରଖି ପୂଜା କରିବା ଶୁଭ ବୋଲି ଧରାଯାଏ।
କେମିତି କରିବେ ପୂଜା
-ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଏକ ପାତ୍ର ଉପରେ ଶଙ୍ଖ ରଖନ୍ତୁ। ଏହା ପରେ ଶଙ୍ଖକୁ କଞ୍ଚା କ୍ଷୀର କିମ୍ବା ଜଳରେ ସ୍ନାନ କରାନ୍ତୁ ଏବଂ ସଫା କପଡାରେ ତାହାକୁ ପୋଛି ଦିଅନ୍ତୁ।
-ଏହାପରେ ଘିଅର ଦୀପ ଜଳାଇ ଧୂପ ଲଗାନ୍ତୁ। ଶଙ୍ଖ ଉପରେ କ୍ଷୀର ଏବଂ କେସରର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଘୋଳରେ ଶ୍ରୀ ଏକାକ୍ଷରୀ ମନ୍ତ୍ର ଲେଖନ୍ତୁ। ତାହାକୁ ଚାନ୍ଦୀ କିମ୍ବା ତମ୍ବା ପାତ୍ରରେ ସ୍ଥାପନା କରି ଦିଅନ୍ତୁ।
-ଏହାପରେ ଶଙ୍ଖ ପୂଜା କରିବାର ମନ୍ତ୍ର ଜପ କରି କୁଙ୍କୁମ, ଚାଉଳ ଅର୍ପଣ କରି ଧଳା ଫୁଲ ଚଢ଼ାନ୍ତୁ।