ଖରାଦିନେ ଗରମ ଦାଉରୁ ରକ୍ଷା ପାଇଁ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ବାଟରେ ଯାଉଥିବା ସମୟରେ ହାଲିଆ ଲାଗିଲେ ସ୍ୱାସ୍ଥ୍ୟ ଉପଯୋଗୀ ତରଭୂଜ ଓ କାକୁଡି ଭଳି ଫଳ ଖାଇବାକୁ ମଧ୍ୟ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ସରବତ ଖରାଦିନ ପାଇଁ ବେଷ୍ଟ ଅପସନ ହୋଇଯାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ରେସିପି ନେଇ ଆସିଛୁ ଯାହା ଖରାଦିନେ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଖୁବ ସହଜ। ଚାଲନ୍ତୁ ଜାଣିବା ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ସହ ପ୍ରସ୍ତୁୁତି ପ୍ରଣାଳୀ।
ଖରାଦିନେ ଥଣ୍ଡା ପାନୀୟ ତଥା ଅନେକ ପ୍ରକାରର ମକଟେଲ ମିଳୁଛି। ଯାହାକୁ ଆପଣ ଘରେ ସହଜରେ ଖୁବ କମ ସମୟ ମଧ୍ୟରେ ତିଆରି କରିପାରିବେ। ଆଜି ଆମେ ଏକ ଦେଶୀ ଡ୍ରିଙ୍କସ ଆଣିଛୁ। ଯାହା ଆପଣଙ୍କୁ ଫ୍ରେସ ରଖିବ। ସନଷ୍ଟ୍ରୋକରୁ ରକ୍ଷା କରିବ। ଏହା ପେଟ ପାଇଁ ମଧ୍ୟ ଖୁବ ଭଲ।
ଆବଶ୍ୟକୀୟ ସାମଗ୍ରୀ:
ଚଣା ଛତୁଆ ଅଧ କପ୍
ପୁଦିନା ପତ୍ର
ଲେମ୍ବୁରସ
କଞ୍ଚା ଲଙ୍କା
ଭଜା ଜୀରା
ବିଟ ଲୁଣ
ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗିନାରେ ଚଣା ଛତୁଆକୁ ୨ରୁ ୪ ଚାମଚ ନିଅନ୍ତୁ। ଏଥିରେ ପାଣି ମିଶାନ୍ତୁ। ଘୋଳ ପ୍ରସ୍ତୁତ ହେବା ପରେ ଏଥିରେ ଲୁଣ, ବିଟ ଲୁଣ, ଭଜା ଜୀରା, କଞ୍ଚା ଲଙ୍କା, ପୁଦିନା ପତ୍ର ଓ ଲେମ୍ବୁ ରସ ପକାଇ ଗୋଳାନ୍ତୁ । ଏହାକୁ ଥଣ୍ଡା କରିବା ପାଇଁ କିଛି ବରଫ ଖଣ୍ଡ ମଧ୍ୟ ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ଫ୍ରେସ ଛତୁଆ ଡ୍ରିଙ୍କସ। ଏହାକୁ ଏବେ ଏକ ଗ୍ଲାସରେ ଭର୍ତ୍ତି କରନ୍ତୁ। ପୁଦିନା ପତ୍ରରେ ଏହାକୁ ଗାର୍ନିସିଂ କରି ସର୍ଭ କରନ୍ତୁ।
ଏହାକୁ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ମାତ୍ରା ଠିକ ରହିଥାଏ। ପ୍ରଚଣ୍ଡ ତାତିରୁ ଏହା ରକ୍ଷା କରିଥାଏ। ସନଷ୍ଟ୍ରୋକ ଭଳି ସମସ୍ୟା ପାଇଁ ଏହା ବେଶ ଉପଯୋଗୀ।