World Food Safety Day: ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟକୁ କୁହନ୍ତୁ Goodbye

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଡାଇବେଟିସଠାରୁ ଆରମ୍ଭ କରି ହୃଦୟ ସମ୍ବନ୍ଧୀୟ ରୋଗ ପର୍ଯ୍ୟନ୍ତ, ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର ମୁଖ୍ୟ କାରଣ ହୋଇପାରେ । ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଯାହା ପ୍ରତିବର୍ଷ ୭ ଜୁନ୍ ରେ ପାଳନ କରାଯାଏ । ଯଦି ଆପଣ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି ନାହିଁ, ତେବେ ଆପଣ ସାଂଘାତିକ ରୋଗର ଶିକାର ହୋଇପାରନ୍ତି । କେତେକ ଖାଦ୍ୟ ପଦାର୍ଥ ଆପଣଙ୍କ ପାଇଁ ବିଷଠାରୁ କମ୍ ନୁହେଁ କାରଣ ଏହି ଖାଦ୍ୟ ପଦାର୍ଥରେ ମିଳୁଥିବା ଉପାଦାନଗୁଡ଼ିକ ଧୀରେ ଧୀରେ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ତେବେ ଆସନ୍ତୁ ଜାଣିବା ଏହିପରି କ୍ଷତିକାରକ ଖାଦ୍ୟ ସାମଗ୍ରୀର ତାଲିକା ବିଷୟରେ…
ହାଇ ସୋଡିୟମ୍ ଫୁଡ୍- ଆପଣଙ୍କ ଖାଦ୍ୟରେ ଅତ୍ୟଧିକ ସୋଡିୟମ୍ ଅନ୍ତର୍ଭୁକ୍ତ କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଖାଦ୍ୟରୁ ହାଇ ସୋଡିୟମ୍ ଖାଦ୍ୟ ପଦାର୍ଥକୁ ବାଦ ଦେବା ଉଚିତ୍ । ଶରୀରରେ ଅତ୍ୟଧିକ ପରିମାଣର ସୋଡିୟମ୍ ଡିହାଇଡ୍ରେସନ୍, କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଡାଇରିଆ ଭଳି ରୋଗ ସୃଷ୍ଟି କରିପାରେ ।
ଜଙ୍କ ଫୁଡ୍ ଆଇଟମ୍- ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଜଙ୍କ ଫୁଡ୍ ଆଇଟମ୍ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି । ଯଦି ଆପଣ ନିୟମିତ ଭାବେ ଜଙ୍କ୍ ଫୁଡ୍ ଖାଆନ୍ତି ତେବେ ଆପଣ ମେଦବହୁଳତାର ଶିକାର ହେବେ ଏବଂ ମେଦବହୁଳତା ଅନେକ ଗମ୍ଭୀର ରୋଗକୁ ଆମନ୍ତ୍ରଣ କରିପାରେ ।
ହ୍ୱାଇଟ ବ୍ରେଡ- ମଇଦା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ, ତେଣୁ ଆପଣ ମଇଦାରେ ପ୍ରସ୍ତୁତ ହ୍ୱାଇଟ ବ୍ରେଡଠାରୁ ଦୂରେଇ ରହିବା ଉଚିତ୍ । ପ୍ରାୟତଃ ଲୋକମାନେ ପ୍ରତିଦିନ ଜଳଖିଆ ପାଇଁ ହ୍ୱାଇଟ ବ୍ରେଡ ଖାଇଥା’ନ୍ତି । ଯଦି ଆପଣ ମଧ୍ୟ ଏହିପରି ଲୋକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ତେବେ ଆପଣ ମଧ୍ୟ ସାବଧାନ ହୋଇଯିବା ଉଚିତ୍ ।
ହାଇ ସୁଗାର ଫୁଡ୍ ଆଇଟମ୍- କୌଣସି ଜିନିଷର ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦି ଆପଣ ପ୍ରତିଦିନ ଅଧିକ ଚିନି ଖାଦ୍ୟ ପଦାର୍ଥ ଖାଉଛନ୍ତି, ତେବେ ଆପଣ ନିଜେ ଗମ୍ଭୀର ଏବଂ ଜୀବନ ପ୍ରତି ବିପଦଜନକ ରୋଗଗୁଡିକୁ ନିମନ୍ତ୍ରଣ କରୁଛନ୍ତି । ଅତ୍ୟଧିକ ଚିନି ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବହୁଗୁଣିତ ହୋଇପାରେ ।
ତେଲିଆ ଖାଦ୍ୟ ପଦାର୍ଥ- ଯଦି ଆପଣ ନିଜ ସ୍ୱାସ୍ଥ୍ୟକୁ ମଜବୁତ କରିବାକୁ ଚାହାଁନ୍ତି, ତେବେ ଆପଣ ତେଲିଆ ଖାଦ୍ୟ ସାମଗ୍ରୀକୁ ସବୁଦିନ ପାଇଁ ବିଦାୟ ଦେବା ଉଚିତ୍ । ତେଲିଆ ଖାଦ୍ୟ ଖାଇବା ଦ୍ୱାରା ମେଦବହୁଳତା, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ଏବଂ ଡ଼ାଇବେଟିସ ଭଳି ରୋଗ ହୋଇପାରେ ।