କାହିଁକି ବାରମ୍ବାର କୁଣ୍ଡେଇ ହୋଇଥାଏ ଶରୀର, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଶରୀରରେ କୁଣ୍ଡେଇ ହେବାର ସଂକେତ ହାଡ ହିଁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ‘ଜର୍ନଲ ଅଫ୍ ଦ ମେକାନିକାଲ ବିହେଭିୟର ଅଫ୍ ବାୟୋମେଡିକାଲ ମାଟେରିୟଲ୍ସ’ ରେ ପ୍ରକାଶିତ ହୋଇଥିବା ପତ୍ରରେ କୁଣ୍ଡେଇ ହେବାର କାରଣ ଜାଣିବା ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହାର ପ୍ରତିକାର ପାଇଁ ନୂତନ ଔଷଧ ବିଷୟରେ ମଧ୍ଯ ଉଲ୍ଲେଖ କରାଯାଇଛି।

କାଲିଫର୍ଣ୍ଣିଆର ସାଲ୍କ ଇଷ୍ଟିଚ୍ୟୁଟର ପ୍ରଫେସର ମାର୍ଟିନ ଗାଓଲ୍ଡିଙ୍ଗଙ୍କ କହିବା ଅନୁଯାୟୀ, ଶରୀର କୁଣ୍ଡେଇ ହେବାର ସଂକେତ ହାଡ ହିଁ ମସ୍ତିଷ୍କକୁ ପହଞ୍ଚାଇଥାଏ। ବିଶେଷଜ୍ଞମାନେ ପ୍ରଥମେ ମେରୁଦଣ୍ଡ ହାଡରେ ନିରୋଧାତ୍ମକ ନ୍ୟୁରାନ୍ସର ଏକ ସେଟ୍ ଖୋଜିଥିଲେ, ଯାହା କୋଷିକାଗୁଡିକ ପାଇଁ ବ୍ରେକ ଭଳି କାମ କରିଥାଏ। ଏହାବ୍ୟତୀତ ଅଧିକାଂଶ ସମୟ କୁଣ୍ଡେଇ ହେବାର ସଂକେତ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବା ବନ୍ଦ କରିଦେଇଥାଏ।

ଏହାସହ ପଢନ୍ତୁ: ଶରୀର ପାଇଁ ଅତିଲାଭକାରୀ ପାଣି ସିଙ୍ଗଡା

ଏହି ନ୍ୟୁରାନ୍ସ ନ୍ୟୁରୋଟ୍ରାନ୍ସମିଟର ନ୍ୟୁରୋପେପଟାଇଡ ବାଇର ଉତ୍ପାଦନ କରିଥାଏ। ଏହା କୁଣ୍ଡେଇ ହେବାର ସଂକେତକୁ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ମାର୍ଗ ନିର୍ମାଣ କରିଥାଏ, ଯାହା ପୁରୁଣା ରୋଗର ସଂକେତ ମଧ୍ୟ ପହଞ୍ଚାଇଥାଏ। ରିସର୍ଚ୍ଚ ଅନୁଯାୟୀ କରାଯାଇଥିବା ପ୍ରୟୋଗରେ ଏହି ନ୍ୟୁରାନ୍ସ ରେ କୁଣ୍ଡେଇ ହେବାର ସମ୍ବେଦନା ପ୍ରାପ୍ତ ହୋଇନଥାଏ। କିନ୍ତୁ ପ୍ରୟୋଗ ଜରିଆରେ ଯେତେବେଳେ ଔଷଧର ଡୋଜ୍ ରେ ଏହି ନ୍ୟୁରାନ୍ସର ସଂଖ୍ୟା ଦ୍ବିତୀୟ ଥର ବଡିଯାଇଥାଏ ତେବେ ତାହା ବାରମ୍ବାର କୁଣ୍ଡେଇ ହୋଇଥାଏ। ଏପରିକି ଏହାକୁ ଛୁଇଁ ମଧ୍ୟ କୁଣ୍ଡେଇ ହୋଇପାରିନଥାଏ। ଶେଷରେ ମସ୍ତିଷ୍କକୁ ଯେପରି ସଂକେତ ମିଳିବା ପରେ ମଣିଷ ସେପରି ବ୍ୟବହାର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.