ମୋଟାପଣକୁ ନେଇ ଚିନ୍ତିତ କି? ଡାଏଟରେ ସାମିଲ କରନ୍ତୁ ଏହି ମଞ୍ଜି

ଆପଣମାନେ ତ ଜାଣିଥିବେ ଆଜିକାଲି ଲୋକମାନେ ଓଜନ ବଢିବାକୁ ନେଇ କେତେ ଚିନ୍ତିତ ରହିଛନ୍ତି । ତେବେ ଦୁନିଆରେ ସବୁଠୁ କଷ୍ଟକର କାମ ହୋଇଥାଏ ଓଜନ କମ କରିବା । ଏହାଏପରି ଭାବେ ଓଜନ ବଢ଼ିବାକୁ ନେଇ ଅନେକ ଲୋକ ଚିନ୍ତାରେ ରହିଥିବା, ବେଳେ କିଛି ଲୋକ ଓଜନ ବଢ଼ିବାକୁ ନେଇ ବହୁତ ପରିହାସ ମଧ୍ୟ କରିଥାନ୍ତି । ତେବେ ଓଜନ କମ୍‌ କରିବା ପାଇଁ ବହୁତ ପ୍ରକାରର କାମ କରିବାକୁ ପଡିଥାଏ, ଯେମିତିକି ମର୍ଣ୍ଣିଙ୍ଗ ୱାକ, ସୁଇମିଂ, ସାଇକେଲିଂ ଏବଂ କେହି କେହି ଜିମ୍‌ ମଧ୍ୟ ଯାଇଥାନ୍ତି । ଏହି ସବୁ କାମ କରିବା ପରେ ବି ଓଜନ କମ୍‌ ହୋଇନଥାଏ । ଏହାକୁ ନେଇ ଟେନସନ୍ ମଧ୍ୟ ବଢ଼ିଯାଏ । କିନ୍ତୁ ଆଜି ଆପଣଙ୍କ ଚିନ୍ତା ଦୂର କରିବା ପାଇଁ ଆମେ କିଛି ସହଜ ଉପାୟ ବିଷୟରେ ଜଣାଇବୁ, ଯାହାକୁ ଖାଇବା ମାତ୍ରେ ଓଜନ କମ୍‌ ହୋଇଯିବ ।

ବେଲି ଫ୍ୟାଟ୍ କମ କରିବାରେ ସାହାଯ୍ୟ କରିବା :

ଫ୍ଲାକ୍ସ ସିଡ୍ସରେ ମିଳୁଥିବା ସମସ୍ତ ଉପାଦାନଗୁଡିକ ଆପଣଙ୍କ ମେଟୋବୋଲିଜିମ୍‌କୁ ବହୁ ପରିମାଣରେ ବୁଷ୍ଟ କରିପାରେ ଏହି ଲୋ କ୍ୟାଲୋରି ମଞ୍ଜି ଆପଣଙ୍କ ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ କରିପାରେ । ଯଦି ଆପଣ ଆପଣଙ୍କର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଫ୍ଲାକ୍ସ ସିଡ୍ସକୁ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ ।

ଏହାକୁ ଖାଇବାରେ କିପରି ସାମିଲ କରିବେ?

ଓଜନ କମ୍‌ କରିବାକୁ ହେଲେ, ଏହି ଫ୍ଲାକ୍ସ ସିଡ୍ସକୁ ପାଣିରେ ଭିଜାଇ ଖାଇବା ନିହାତି ଆବଶ୍ୟକ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣିରେ ଗୋଟିଏ ଚାମଚ୍‌ ଫ୍ଲାକ୍ସ ସିଡ୍ସକୁ ଭିଜାଇ ରଖନ୍ତୁ । ସକାଳୁ ଉଠିବା ମାତ୍ରେ ଏହି ଭିଜା ଯାଇଥିବା ପାଣିକୁ ଉଷୁମ କରି ଏହାକୁ ଛାଣି ରଖନ୍ତୁ । ବର୍ତ୍ତମାନ ଏହି ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ । ଏହାକୁ ନିୟମିତ ଭାବେ ପିଇଲେ ଆପଣଙ୍କୁ ରେଜଲ୍ଟ ବହୁତ୍‌ ଶୀଘ୍ର ମିଳିବ । ରେଜଲ୍ଟ ମିଳିବା ସହ ଆପଣ ରିଲାକ୍ସ ମଧ୍ୟ ଅନୁଭବ କରିପାରିବେ । ଯାହା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବା ସହ ସୁସ୍ଥ ରହିପାରିବେ ।

ଏହି ଫ୍ଲାକ୍ସ ସିଡ୍ସ ମଧ୍ୟ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ । ପେଟ ସମ୍ବନ୍ଧୀୟ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଫ୍ଲାକ୍ସ ସିଡ୍ସ ଖାଇପାରିବେ । ତେବେ ଫ୍ଲାକ୍ସ ସିଡ୍ସରେ ହେଲଦି ଫ୍ୟାଟ୍, ଫାଇବର, ପ୍ରୋଟିନ୍‌, କ୍ୟାଲସିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ଅନେକ ପୃଷ୍ଟକର ଉପାଦାନ ରହିଥାଏ । ସେଥିପାଇଁ ଯେଉଁ ଲୋକମାନେ ଓଜନ୍ କମ କରିବାକୁ ଚାହୁଁଛନ୍ତି ସେମାନେ ଫ୍ଲାକ୍ସ ସିଡ୍ସକୁ ଏପରି ଭାବରେ ନିଜ ଡାଏଟରେ ସାମିଲ୍ କରିପାରିବେ ।