ଗୋଡ ହଲାଇବା ଅଭ୍ୟାସକୁ କରନ୍ତୁ ନାହିଁ ଅଣଦେଖା, ଏହା ସାଧାରଣ କଥା ନୁହେଁ ଏକ ବଡ଼ ରୋଗର ଲକ୍ଷଣ

ଆପଣ ଦେଖିଥିବେ ଅନେକ ଲୋକ ବସିଥିବା ସମୟରେ ଗୋଡ ହଲାଇଥାନ୍ତି । ଆପଣ ବି ଯଦି ବସିବା ସମୟୟର ଗୋଡ ହଲାଉଥାନ୍ତି ତେବେ ସାବଧାନ୍ ହୋଇଯାଆନ୍ତୁ । ଏହା ଏକ ଖରାପ ଅଭ୍ୟାସ ବୋଲି କିଛି ଲୋକ କୁହନ୍ତି । କିନ୍ତୁ ଏହା ହେଉଛି ଏକ ରୋଗଣ ଲକ୍ଷଣ । ଯାହାକୁ ରେଷ୍ଟଲେସ୍ ସିଣ୍ଡ୍ରମ୍ କୁହାଯାଏ । ଏହାର ମୁଖ୍ୟ କାରଣ ହେଉଛି ଆଇରନର ଅଭାବ । ଏହି ସମସ୍ୟା ପ୍ରାୟ ୧୦ ପ୍ରତିଶତ ଲୋକଙ୍କ ନିକଟରେ ଦେଖାଯାଇଥାଏ । ଏହି ଲକ୍ଷଣ ପ୍ରାୟ ୩୫ ବର୍ଷରୁ ଅଧିକ ଲୋକଙ୍କ ନିକଟରେ ଦେଖିବାକୁ ମିଳିଥାଏ ।
ରେଷ୍ଟଲେସ୍ ସିଣ୍ଡ୍ରମ୍ :
ଏହା ନର୍ବସ୍ ସିଷ୍ଟମ୍ ସହ ଜଡିତ ଏକ ରୋଗ । ଗୋଡ ହଲାଉଥିବା ବ୍ୟକ୍ତିଙ୍କ ନିକଟରେ ଡୋପାମାଇନ୍ ହର୍ମୋନ୍ ସ୍ରାବ ହେଉଥିବାରୁ ସେମାନଙ୍କର ବାରମ୍ବାର ଗୋଡ ହଲାଇବାକୁ ଇଛା ହୋଇଥାଏ । ଏହି ସମସ୍ୟାକୁ ସ୍ଳିପ୍ ଡିଜଅର୍ଡର୍ ମଧ୍ୟ କୁହାଯାଏ । ନିଦ ପୁରା ନହେଲେ ବ୍ୟକ୍ତିକୁ ବହୁତ ଥକା ଲାଗିଥାଏ । ଯାହା ଫଳରେ ତାକୁ ପାଦ ହଲାଇବାକୁ ଇଛା ହୋଇଥାଏ । ତେଣୁ ବ୍ୟକ୍ତି ଜଣକ କେଉଁ କାରଣରୁ ଗୋଡ ହଲାଇଥାଏ ଜାଣିବାକୁ ହେଲେ ରକ୍ତ ପରୀକ୍ଷା ମଧ୍ୟ କରାଯାଇଥାଏ ।
କାରଣ :
ଏହି ରୋଗ ଆଇରନର ଅଭାବ ଯୋଗୁଁ ହୋଇଥାଏ । ଏହା ବ୍ୟତୀତ କିଡନୀ, ପାର୍କିସନ୍ସ ରୋଗରେ ପୀଡିତ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ଡେଲିଭରୀର ଅନ୍ତିମ ସମୟରେ ହର୍ମୋନରେ ପରିବର୍ତ୍ତନ ମଧ୍ୟ ଏହାର କାରଣ ହୋଇପାରେ । ତେବେ ରେଷ୍ଟଲେସ୍ ସିଣ୍ଡ୍ରମ୍ ହେଲେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ ଜନିତ ରୋଗୀଙ୍କ ପାଇଁ ବିପଦ ବହୁତ ବଢିଯାଇଥାଏ ।
ଚିକିତ୍ସା :
ଯଦି ଆପଣ ବି ଏହି ରୋଗରେ ପୀଡିତ ତେବେ ଚିନ୍ତା କରନ୍ତୁ ନାହିଁ । ଏହାର ଚିକିତ୍ସା ମଧ୍ୟ ଅଛି । ଏହି ରୋଗରୁ ମୁକ୍ତି ପାଇଁ ଆଇରନ୍ ଟାବଲେଟ୍ ଖାଇ ପାରନ୍ତି । ରୋଗ ଗମ୍ଭୀର ହେଲେ ଅନ୍ୟ ଔଷଧ ମଧ୍ୟ ଖାଇପାରିବେ । ଯାହା ଶୋଇବାର ଦୁଇ ଘଂଟା ପୂର୍ବରୁ ଖାଇବାକୁ ପଡିଥାଏ । ଏହି ଔଷଧ ନିଦକୁ ପୁରା କରିବା ସହ ସ୍ଥିତିକୁ ସାମାନ୍ୟ କରିଥାଏ । ଏହା ବ୍ୟତୀତ ପ୍ରତିଦିନ ବ୍ୟୟାମ୍ କରନ୍ତୁ । ଖାଦ୍ୟରେ ଆଇରନ୍ ଯୁକ୍ତ ଖାଦ୍ୟ ଯେପରିକି ପାଳଙ୍ଗ, ସୋରିଷ ଶାଗ, ବିଟ୍ ଏବଂ କଦଳୀ ଆଦି ଖାଆନ୍ତୁ ।