ୱାର୍କ ଫ୍ରମ ହୋମ କରୁଥିଲେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇପାରନ୍ତି ରୋଗାକ୍ରାନ୍ତ

କରୋନା ସ୍ଥିତି ସାଘାଂତିକ ହେବା ପରେ ପରେ ଘରୋଇ କମ୍ପାନୀ ପକ୍ଷରୁ ୱାର୍କ ଫ୍ରମ ହୋମ ନିୟମ ଲାଗୁ କରାଯାଇଛି । ଅନଲାଇନରେ ହେଉଥିବା ସମସ୍ତ କାର୍ଯ୍ୟକୁ ଘରେ ବସି କରିବା ସହ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ମଧ୍ୟ କୁହାଯାଇଛି । ଲୋକଙ୍କୁ ସୁରକ୍ଷିତ ରଖିବା ସହ କାମ କିଭଳି ହୋଇପାରିବ ତାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଗୋଟେ ସ୍ଥାନରେ ବେଶି ସମୟ ପର୍ଯ୍ୟନ୍ତ କାମ କରିବା ଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ତେବେ ଆପଣ ଯଦି ଏଭଳି ଭାବେ କାମ କରୁଥାନ୍ତି ତାହେଲେ କିଛି ଜିନିଷ ପ୍ରତି ସଜାଗ ରୁହନ୍ତୁ ।

ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଏହା ଆମ ମାଂସପେଶୀ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା କେବଳ ଶରୀର ଉପରେ ନୁହେଁ ବରଂ ବ୍ୟକ୍ତିର ମାନସିକ ସ୍ତର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ମାନସିକ ସ୍ତରରେ ଆପଣ ହାଲିଆ ହୋଇଯାଇଥାନ୍ତି । ଅଥବା ଚିନ୍ତାଗ୍ରସ୍ତ ହୋଇଯାଇଥାନ୍ତି । ତେଣୁ ଆପଣ ଘରୁ କାମ କରୁଥିବା ସମୟରେ ମଝିରେ ମଝିରେ ରିଲାକ୍ସ ହେବା ପାଇଁ ନିଜ ଧ୍ୟାନ କାମ ଉପରୁ ଅଳ୍ପ ସମୟ ପାଇଁ ହଟାନ୍ତୁ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କାମ କରୁଥିବା ସମୟରେ ସର୍ଟ ବ୍ରେକ ନେବା ନିହାତି ଆବଶ୍ୟକ । ଶରୀରରେ ପ୍ରଡକ୍ଟିଭ ସିଷ୍ଟମକୁ ଠିକ ରଖିବା ପାଇଁ କାମ ମଝିରେ ବ୍ରେକ ନେବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ରିଲାକ୍ସ ଅନୁଭବ କରିବ । ଏହାସହ କାମ କରିବାକୁ ଇଚ୍ଛା ମଧ୍ୟ ବୃଦ୍ଧି ପାଇବ । କାରଣ ଲଗାତର ଭାବେ କାମ କଲେ ଏହା ଆମର ମାନସିକ ସ୍ତରକୁ ବିଗାଡ଼ିଥାଏ । ଯାହାଦ୍ୱାରା ବ୍ୟକ୍ତି ଜଣକ ଚିଡ୍‌ଚିଡା ଅନୁଭବ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.