ଲାଇଫ୍ ଷ୍ଟାଇଲ୍

ଶରୀର ପାଇଁ ଧୀମା ଜହର ହେଉଛି ଚିନି , ଜାଣନ୍ତୁ ଦିନରେ କେତେ ମାତ୍ରାରେ ଖାଇବା ଆବଶ୍ୟକ

ଭୋଜନରେ ମିଠା ଟିକିଏ ନହେଲେ ଭୋଜନ ଯେପରି ଅଧୁରା ରହିଯାଏ । ଅଧିକାଂଶ ଲୋକେ ମିଠା ଖାଇବାକୁ ପସନ୍ଦ କରନ୍ତି । ଏହି ମିଠା ଖାଇବା ବେଳେବେଳେ ଆବଶ୍ୟକତା ଠାରୁ ଅଧିକ ମଧ୍ୟ ହୋଇଯାଏ । ଆପଣ ଜାଣନ୍ତି କି ଅଧିକ ମିଠା ବା ଚିନି ଖାଇବା ଶରୀର ପାଇଁ ଏକ ଧୀମା ଜହର ବୋଲି । ଚା‘ କଫି, ଦୁଧ ଓ ମିଠାଇ ରୂପରେ ସାରା ଦିନରେ ଆମ ଅଜାଣତରେ ଅଧିକ ମିଠା ଚାଲିଯାଇଥାଏ । ଶରୀର ପାଇଁ ଦୈନିକ କେତେ ମାତ୍ରାରେ ଚିନି ଆବଶ୍ୟକ ତାହା ଆପଣ ଜାଣନ୍ତ କି ?

ଶରୀର ପାଇଁ କେତେ ବିଷାକ୍ତ ଚୀନି

ଏକ ସର୍ବେକ୍ଷଣ ଅନୁଯାୟୀ ଜଣେ ବ୍ୟକ୍ତି ବର୍ଷକ ମଧ୍ୟରେ ୨୦ କିଲୋ ଚିନି ଖାଇଦେଇଥାଏ । ଯେଉଁଥିପାଇଁ ପାନ୍‌କ୍ରିୟାରେ ଅଧିକ ମାତ୍ରାରେ ଇନ୍‌ସୁଲିନ୍‌ ସୃଷ୍ଟି ହେବାକୁ ଲାଗିଥାଏ । ଏହାଦ୍ୱାରା କୋଷଗୁଡିକ ଇନ୍‌ସୁଲିନ୍‌ ପ୍ରତିରୋଧ ଓ ବିକଶିତ କରିବାକୁ ଲାଗିଥାଏ । ଫଳରେ ରକ୍ତରେ ଚୀନି ମାତ୍ରା ଅଧିକ ହୋଇଥାଏ ।

photo credit: punjabkesari.in

କେତେ ମାତ୍ରାରେ ଚିନି ନେବା ଦରକାର

ଗୋଟିଏ କେନ୍‌ କୋଲ୍ଡ ଡ୍ରିଙ୍କ୍ସରେ ୧୦ ଚାମଚ ଚିନି , ଟମାଟୋ ପାଉଚ୍‌ରେ ୧ ଚାମଚ ଚିନି ରହିଥାଏ । ଜଣେ ବ୍ୟକ୍ତିକୁ ମାତ୍ର ୫ ରୁ ୧୦ % କ୍ୟାଲୋରୀ ମିଠାରୁ ମିଳିବା ଦରକାର । ଜଣେ ପୁରୁଷକୁ ଦୈନିକ ପ୍ରାୟ ୧୫୦ କ୍ୟାଲୋରୀ ଓ ଜଣେ ମହିଳାକୁ ୧୦୦ କ୍ୟାଲୋରୀ ଚିନି ନେବା ଦରକାର । ଏହାଛଡ଼ା ଚିନି ର ମାତ୍ରା ବ୍ୟକ୍ତିର ବୟସ, ଓଜନ ଓ ଶରୀରରେ ଥିବା ରୋଗ ହିସାବରେ ସ୍ଥିର କରାଯାଇଥାଏ । ଅଧିକ ମିଠା ଇନ୍‌ସୁଲିନ୍‌ ମାତ୍ରା ବଢ଼ାଇ ଦେବା ଦ୍ୱାରା ଡାଇବେଟିସ୍‌ ଆଶଙ୍କା ମଧ୍ୟ ବଢ଼ାଇ ଦେଇଥାଏ ।

ଭାରତରେ ଟାଇପ-୨ ଡାଇବେଟିସ୍‌ ରୋଗୀ ସଂଖ୍ୟା ଅଧିକ ଯାହାର କାରଣ ଅଧିକ ମିଠା ଖାଇବା ଦ୍ୱାରା ହୋଇଥାଏ । ସମୟ ପୂର୍ବରୁ ଯଦି ଏହା ଉପରେ ଦୃଷ୍ଟି ଦିଆନଯାଏ ତେବେ ୨୦୪୫ ବେଳକୁ ଡାଇବେଟିସ୍‌ ରୋଗୀ ସଂଖ୍ୟା ୧୫.୧ କୋଟି ହୋଇଯାଇ ପାରନ୍ତି । ଏହାଦ୍ୱାରା ଶରୀରରେ ଅଧିକ ମିଠା ଜମା ହୋଇ ଫ୍ୟାଟ୍‌ ବଢ଼ାଇବା ସହ ଓଜନ ବୃଦ୍ଧି କରିଥାଏ । ଫଳରେ ବ୍ଲଡ୍‌ ପ୍ରେସର,ଲିଭର ଓ ହାର୍ଟ ଆଟାକ୍‌ ସମସ୍ୟା ବଢ଼ାଇଥାଏ । ଅଧିକ ଚିନି ଶରୀରର ସୁନ୍ଦରତା ମଧ୍ୟ ନଷ୍ଟ କରିଥାଏ ।

photo credit: punjabkesari.in

ଚିନି ଅଧିକ ନେବା ଦ୍ୱାରା ହୋଇଥାଏ ବିଭିନ୍ନ ରୋଗ

ଅଧିକ ମିଠା ଖାଇବା ଦ୍ୱାରା ଜଏଣ୍ଟ ପେନ୍‌, କୋଲେଷ୍ଟରାଲ୍‌ ଓ ହାର୍ଟ ଆଟାକ୍‌ ଭଳି ରୋଗ ସୃଷ୍ଟି ହୋଇଥାଏ । ଶରୀରର ଇମ୍ୟୁନିଟି କମାଇବା ସହ ପାଚନ ତନ୍ତ୍ର ଓ ହରମୋନ୍‌ରେ ଅସନ୍ତୁଳନ ସୃଷ୍ଟି କରିଥାଏ । ଅଧିକ ଚିନି ଉତ୍କଣ୍ଠା ଓ ଅବସାଦ ଭଳି ରୋଗ ମଧ୍ୟ ସୃଷ୍ଟି କରିଥାଏ । ଚିନି ବଦଳରେ ଆପଣ ମହୁ , କୋକୋନେଟ୍‌, ଶୁଗାର ମେପଲ୍‌ ସିରପ୍‌,ସୁକ୍ରାଲୋଜ ଆଦି ନେଇପାରିବେ । ତଥାପି ଏହାର ମାତ୍ରା ମଧ୍ୟ ଅଧିକ ନେବା ହାନିକାରକ ହୋଇପାରେ ।

Niharanjan

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

9 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

19 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

30 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

58 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago