ଅଧିକ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

ଆଜିକାଲିର ଲୋକମାନେ ଫାଷ୍ଟଫୁଡ୍‌ ଖାଦ୍ୟକୁ ବହୁତ ପସନ୍ଦ କରିଥାନ୍ତି । ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ଫାଷ୍ଟଫୁଡକୁ ଖାଇଥାନ୍ତି । ଫାଷ୍ଟଫୁଡରେ ଅନେକ ପ୍ରକାରର ଖାଦ୍ୟ ମିଳିଥାଏ ଯେପରିକି ଚିକେନ ରୋଲ, ଚାଓମିନ୍‌, ଚିକେନ ପକଡା, ବର୍ଗର ଏଭଳି ବହୁତ ପ୍ରକାରର ଖାଦ୍ୟ ମିଳିଥାଏ । ଯାହାକୁ ଲୋକମାନେ ବହୁତ ଖୁସିହୋଇ ଖାଇବାରେ ଲାଗନ୍ତି । କିନ୍ତୁ ଜାଣନ୍ତି ନାହିଁ ଯେ, ଏହି ଫାଷ୍ଟଫୁଡ୍‌ ଶରୀର ପାଇଁ କେତେ କ୍ଷତିକାରକ । କାହିଁକି ନା ଫାଷ୍ଟଫୁଡ୍‌ରେ ବହୁତ ତେଲ ମିଶିଥାଏ ଏବଂ ମଇଦାରେ ପ୍ରାୟ ବହୁତ ପ୍ରକାରର ଖାଇବା ତିଆରି ହୋଇଥାଏ, ଯାହା ଆମ ଦେହକୁ ବହୁତ ଶୀଘ୍ର ଖରାପ କରିଦେବ । କିନ୍ତୁ ଆଜି କାଲିର ଲୋକମାନେ ଏହିସବୁକୁ ନମାନି ଖାଇବାରେ ଲାଗନ୍ତି । ଯାହା ଫଳରେ ରୋଗଗ୍ରସ୍ତ ହୋଇଥାନ୍ତି ।

ଫାଷ୍ଟଫୁଡ ଜାତୀୟ ଖାଦ୍ୟ ଖାଇଲେ ଅନେକ ପ୍ରକାରର ରୋଗ ହୋଇଥାଏ ଏବଂ ଶରୀରକୁ ବହୁତ କଷ୍ଟ, ଯନ୍ତ୍ରଣା ମଧ୍ୟ ଦେଇଥାଏ । ଯେମିତିକି ପେଟ ଯନ୍ତ୍ରଣା, ଗ୍ୟାସ୍‌, ହଜମ ସମସ୍ୟା ଏପରି ବହୁତ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଆଜିକାଲିର ଲୋକମାନେ ଏହି ସବୁକୁ ଜାଣିକି ମଧ୍ୟ ସଚେତନ ହେଉ ନାହାଁନ୍ତି । ଯଦି ଆମର ସାମାନ୍ୟ ପେଟ ଯନ୍ତ୍ରଣା ହୋଇଥାଏ, ଆମେ ମେଡିକାଲ ଯାଇଥାନ୍ତି ଡାକ୍ତର ସଙ୍ଗେ ସଙ୍ଗେ ଫାଷ୍ଟଫୁଡ୍‌ ଖାଇବାକୁ ମନା କରିଥାନ୍ତି । କିନ୍ତୁ ଲୋକମାନେ ତାହାକୁ ଶୁଣନ୍ତି ନାହିଁ ଯାହା ଫଳରେ ଅନେକ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ବିଶେଷ କରି ଯଦି ଆପଣ ସବୁ ସମୟରେ ବର୍ଗର ଖାଇଥାନ୍ତି, ତାହାଲେ ଆପଣଙ୍କୁ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ । ତେଣୁ ଆସନ୍ତୁ ଜାଣିବା ଏହି ବରଗରକୁ ଖାଇଲେ କେଉଁ ସମସ୍ୟା ଭୋଗିବାକୁ ପଡିବ ।

୧. ହୃଦ ରୋଗ : ବର୍ଗରରେ ଅଧିକ ମାତ୍ରାରେ ତେଲ ଏବଂ ଲୁଣ ବ୍ୟବହାର ହୋଇଥାଏ, ଯାହା ସୋଡିୟମର ଏକ ସମୃଦ୍ଧ ଉତ୍ସ ହୋଇଥାଏ । ଯେଉଁ କାରଣରୁ ବ୍ଲଡ ପ୍ରେସର ବହୁତ ବଢ଼ିଯାଇଥାଏ । ଏହା ପରେ ହୃଦରୋଗର କାରଣ ପାଲଟି ଥାଏ ।

୨. ଓଜନ ବଢ଼ିବା : ଓଜନକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ପଡିଥାନ୍ତି । ଓଜନ ବଢ଼ିବାର ମୁଖ୍ୟ କାରଣ ହେଉଛି ଫାଷ୍ଟଫୁଡ୍‌ । ଫାଷ୍ଟଫୁଡ ଜାତୀୟ ଖାଦ୍ୟ ଖାଇଲେ ସାଧାରଣ ଭାବରେ ଚର୍ବି ବୃଦ୍ଧି ହୋଇଥାଏ । କାରଣ ଏଥିରେ ଅଧିକ ମାତ୍ରାରେ ତେଲ ପଡିଥାଏ । ଯାହାକୁ ଖାଇଲେ ଖାଲି ଚର୍ବି ବଢ଼ିନଥାଏ ବରଂ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହୁଅନ୍ତି । ବର୍ଗର ଏକ ହାଇ କ୍ୟାଲୋରି ଏବଂ ହାଇ ଫ୍ୟାଟର ଉତ୍ସ ହୋଇଥାଏ । ଯାହା ଅଧିକ ଖାଇବା ମାତ୍ରେ ଓଜନ ବଢ଼ିବାରେ ଲାଗିଥାଏ ।

୩. ଡାଇବେଟିସ୍‌ : ବର୍ଗରରେ ଅଧିକ ମାତ୍ରାରେ କାର୍ବସ୍‌ ଥାଏ, ଯାହା ନିଜେ କାର୍ବୋହାଇଡ୍ରେଟ୍‌ ମେଟାବୋଲିଜିମ୍‌କୁ ବଢ଼ାଇଥାଏ । ଏହା ସହ ଟାଇପ-୨ ଡାଇବେଟିସ୍‌ ହେବାର ଆଶଙ୍କା ବହୁତ ରହିଥାଏ ।

୪. ପ୍ରୋଷ୍ଟେଟ୍‌ କ୍ୟାନ୍ସର : କିଛି ବର୍ଗରରେ ଲାଲ ମାଂସ ବ୍ୟବହୃତ ହୁଏ । ଅଧିକ ପରିମାଣରେ ଲାଲ ମାଂସ ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ୍‌ କ୍ୟାନ୍ସର ହେବାର ଆଶଙ୍କା ବଢ଼ିପାରେ । ତେଣୁ ପୁରୁଷମାନେ ବର୍ଗରଠାରୁ ଦୂରେଇ ରୁହନ୍ତୁ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

୫. ହଜମ ସମସ୍ୟା : ବର୍ଗରରେ ବହୁ ପରିମାଣରେ ତେଲ ଏବଂ ଭଜା ଖାଦ୍ୟ ରହିଥାଏ, ଯାହା ହଜମ ସମସ୍ୟାକୁ ବଢ଼ାଇଥାଏ । ଏହା ପେଟ ଜଳିବା, ଗ୍ୟାସ ସମସ୍ୟା ଦେଖାଦେବା ସହ ପେଟ ଯନ୍ତ୍ରଣା ହୋଇ ବାନ୍ତି ମଧ୍ୟ ହୋଇଥାଏ ।

ଯଦି ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

You might also like