ଗୁପଚୁପ ଖାଇବା ଦ୍ୱାରା ହୋଇପାରେ ଏହି ଗମ୍ଭୀର ସମସ୍ୟା, ଖାଇବା ପୂର୍ବରୁ ଜରୁର ପଢ଼ନ୍ତୁ ଏ ଖବର

ବର୍ଷା ଦିନେ ବହୁ ପ୍ରକାର ରୋଗ ହୋଇଥାଏ । ବିଶେଷକରି ଏହି ଋତୁରେ ଟାଇଫଏଡ ହେବାର ଭୟ ଅଧିକ ରହିଥାଏ । ବର୍ତ୍ତମାନ ବଢ଼ୁଥିବା ଟାଇଫଏଡ ରୋଗର କାରଣ ଗୁପଚୁପ ବୋଲି ସ୍ୱାସ୍ଥ୍ୟବିତମାନେ କୁହନ୍ତି । ଜୁନ ମାସରେ ଏହି ସଂଖ୍ୟା ଅଧିକ ବଢ଼ିଥାଏ । କାରଣ ପାଣି ସଂକ୍ରମିତ କାରଣରୁ । ଯାହାକି ଗୁପଚୁପ ବା ପାଣିପୁରୀ ଖାଇବା ଦ୍ୱାରା ହୋଇଥାଏ । ଯଦି ଆପଣ ପାଣି ପୁରୀ ପ୍ରିୟ, ଖାଇବା ବେଳେ ଏଥିପ୍ରତି ସାବଧାନ ରହିବାକୁ ସ୍ୱାସ୍ଥ୍ୟବିତ କହିଛନ୍ତି ।

ଗୁପଚୁପ ବା ପାଣିପୁରୀ ଖାଇବା ଦ୍ୱାରା ହେଉଥିବା ସମସ୍ୟା :

ଗୁପଚୁପ ଦ୍ୱାରା କେବଳ ଟାଇଫଏଡ ଛଡ଼ା ଶରୀରରେ ଅନେକ ପ୍ରକାର ରୋଗ ଉତ୍ପନ୍ନ ହୋଇପାରେ । ଆସନ୍ତୁ ଜାଣିବା ଗୁପଚୁପ ଖାଇବା ଦ୍ୱାରା ହେଉଥିବା କିଛି ରୋଗ ସମ୍ପର୍କରେ ।

ଅଧିକ ମାତ୍ରାରେ ଗୁପଚୁପ ଖାଇବା ଦ୍ୱାରା ଡାଇରିଆ ହେବାର ଆଶଙ୍କା ଦେଖାଦେଇଥାଏ ।

ଯଦି ଆପଣଙ୍କ ପିଲା ଅଧିକ ଗୁପଚୁପ ଖାଉଛନ୍ତି ତେବେ ତାଙ୍କୁ ଡିହାଇଡ୍ରେସନ ସମସ୍ୟା ହୋଇପାରେ ।

ଅଧିକ ଗୁପଚୁପ ଖାଇବା ଦ୍ୱାରା ବାନ୍ତି ଓ ଜଣ୍ଡିସ ହେବାର ଆଶଙ୍କା ଦେଖାଦେଇଥାଏ ।

ଏହାଦ୍ୱାରା ଅଲସର ହେବାର ଆଶଙ୍କା ମଧ୍ୟ ରହିଥାଏ ।

ଏହାକୁ ଅଧିକ ଖାଇବା ଦ୍ୱାରା ପାଚନ ତନ୍ତ୍ର ଖରାପ ହୋଇପାରେ ।

ଯଦି ଆପଣ ଅଧିକ ଗୁପଚୁପ ପ୍ରିୟ ତେବେ ଷ୍ଟ୍ରିଟ ଫୁଡ ନଖାଇ ଘରେ ବନାଇ ଖାଇ ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.