ଅତ୍ୟଧିକ ତୁଳସୀ ପତ୍ର ଖାଉଛନ୍ତି କି? ତେବେ ସାବଧାନ! ହୋଇପାରେ ଏହି ସବୁ କ୍ଷତି

ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ତୁଳସୀ ପତ୍ର ବେଶ ଲାଭଦାୟକ, ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା ବ୍ୟତୀତ ଏହାକୁ ଚା’ରେ ମିଶାଇ ପିଇବା ଦ୍ୱାରା କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦୂର ହୋଇଥାଏ। କିନ୍ତୁ ତୁଲସୀ ପତ୍ରର ବ୍ୟବହାରରେ ଆପଣ କିଛି ଜିନିଷର ଯତ୍ନ ନେବା ଉଚିତ୍ । ବହୁ ପରିମାଣରେ ତୁଳସୀ ପତ୍ର ଖାଇବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ଅଧିକ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଏବଂ ଏହାକୁ କିପରି ବ୍ୟବହାର କରାଯିବ।

ଦାନ୍ତର କ୍ଷତି
ତୁଳସୀ ପତ୍ରରେ ଅଧିକ ପରିମାଣର ମର୍କୁରୀ ଏବଂ ଆଇରନ୍ ଥାଏ। ଏହା ବ୍ୟତୀତ ସେଥିରେ କିଛି ପରିମାଣର ଆର୍ସେନିକ୍ ମଧ୍ୟ ଥାଏ। ଆମ ପାଟି ପାଇଁ ମର୍କ୍ୟୁରୀ ଓ ଆର୍ସେନିକ୍ କ୍ଷତିକାରକ ହୋଇଥାଏ। ଏହା ଆମ ଦାନ୍ତକୁ ଅଧିକ ଖରାପ କରିଥାଏ। ତୁଳସୀ ପତ୍ରକୁ ଚୋବେଇ ଖାଇବା ଦ୍ୱାରା ପାଟି ଭିତରେ ଦୁଇଟି (ମର୍କ୍ୟୁରୀ ଓ ଆର୍ସେନିକ୍) ଯାକ ଜିନିଷ ରହିଥାଏ, ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ତୁଳସୀ ପତ୍ରକୁ ଚୋବେଇ ଖାଆନ୍ତୁ ନାହିଁ।

ଫର୍ଟିଲିଟି ଉପରେ ପ୍ରଭାବ

ତୁଳସୀକୁ ସଠିକ୍ ପରିମାଣରେ ଖାଇବା ଲାଭଦାୟକ, କିନ୍ତୁ ଏହାକୁ ବହୁ ପରିମାଣରେ ଖାଇବା ଦ୍ୱାରା ପୁରୁଷମାନଙ୍କ ଶୁକ୍ରାଣୁ ସଂଖ୍ୟା କମିଯାଏ । NCBI ରିପୋର୍ଟ ଅନୁଯାୟୀ, ତୁଳସୀ ପତ୍ରରେ ଆଣ୍ଟି-ପ୍ରଜନନ ଗୁଣ ମିଳିଥାଏ। ଯଦି ଆପଣ ଅଧିକ ତୁଳସୀ ପତ୍ର ଖାଆନ୍ତି, ତେବେ ଏହା ଶୁକ୍ରାଣୁ ଗଣନା ଉପରେ ପ୍ରଭାବ ପକାଇପାରେ।

ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ

ଯେଉଁ ମହିଳାମାନେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାନ୍ତି ସେମାନେ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ତୁଳସୀ ପତ୍ର ଖାଇବା ଉଚିତ୍ । ପରାମର୍ଶ ବିନା ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ କ୍ଷତି ହୋଇପାରେ।

ମଧୁମେହ ସମସ୍ୟା

ଯଦି ଆପଣ ମଧୁମେହ ଔଷଧ ଖାଉଛନ୍ତି ତେବେ ତୁଳସୀ ପତ୍ର ଖାଆନ୍ତୁ ନାହିଁ । ତୁଳସୀ ପତ୍ରର ଅନେକ ଗୁଣ ଅଛି, କିନ୍ତୁ ଯଦି ଆପଣ କୌଣସି ପ୍ରକାରର ଔଷଧ ଖାଉଛନ୍ତି, ତେବେ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ତୁଳସୀ ପତ୍ର ଖାଆନ୍ତୁ।

ଆୟୁର୍ବେଦ ଅନୁଯାୟୀ, ତୁଳସୀ ପତ୍ରରେ ରକ୍ତ ଜମାଟ ବାନ୍ଧିବାର ଗୁଣ ରହିଛି, କିନ୍ତୁ ଯଦି ଆପଣଙ୍କର ରକ୍ତ ଜମାଟ ବାନ୍ଧିବାରେ କୌଣସି ଅସୁବିଧା ନାହିଁ ଏବଂ ଆପଣ ରକ୍ତକୁ ମୋଟା କରିବାକୁ ଔଷଧ ଖାଉଛନ୍ତି, ତେବେ ତୁଳସୀ ପତ୍ରକୁ ଅଧିକ ଖାଆନ୍ତୁ ନାହିଁ। ଏହା ରକ୍ତକୁ ପତଳା କରିପାରେ ।

କେମିତି କରିବେ ବ୍ୟବହାର: ତୁଳସୀ ପତ୍ରକୁ ଭଲଭାବେ ବାଟିକି ତାକୁ ପାଣିରେ ମିଶାଇ ପିଇପାରିବେ। ଏହା ବ୍ୟତୀତ, ଯଦି ଆପଣ ଚାହିଁବେ, ତାହେଲେ ତୁଳସୀ ପତ୍ରକୁ ଚା’ରେ ମଧ୍ୟ ମିଶାଇ ସେବନ କରି ପାରିବେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଋତୁକାଳୀନ ସଂକ୍ରମଣକୁ ରୋକାଯାଇ ପାରିବ। ଆପଣ ତୁଳସୀ ପତ୍ରକୁ ମିଶାଇ ତା’ର ଏକ ଟାବଲେଟ୍‌ ପ୍ରସ୍ତୁତ କରିପାରିବେ। ଏହା ବ୍ୟତୀତ ତୁଳସୀ ପତ୍ରକୁ ଶୁଖାଇ ଏହାକ ଗ୍ରାଇଣ୍ଡିଂ କରି ପାଉଡର୍ ମଧ୍ୟ ତିଆରି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.