ସାବଧାନତାର ସହ ଖାଆନ୍ତୁ ଲିଚୁ, ହୋଇପାରେ ଆଲର୍ଜି; ଜାଣନ୍ତୁ ଏହାର ଲାଭ ଓ କ୍ଷତି

ଖରାଦିନେ ବଜାରରେ ଲିଚୁ କୋଳି ପ୍ରଚୁର ପରିମାଣରେ ମିଳିଥାଏ। ଏହା ଏକ ଗ୍ରୀଷ୍ମ ଦିନିଆ ଫଳ ହୋଇଥିବାରୁ ଏହି ସମୟରେ ଲୋକମାନେ ଏହାକୁ ଅଧିକ ଖାଇଥାନ୍ତି। ଆୟୁର୍ବେଦରେ ମଧ୍ୟ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ। କାଶ, ଜ୍ୱର, ବିନ୍ଧା ବିନ୍ଧି, ପରିସ୍ରାରେ ସମସ୍ୟା ହେଲେ ଏହାକୁ ଖାଇବାକୁ କୁହାଯାଏ। କିନ୍ତୁ ବୋଧେ ଖୁବ କମ୍ ଲୋକ ଜାଣିଥିବେ ଲିଚୁ କୋଳି ଖାଇବାର କେତେକ କୁ-ପ୍ରଭାବ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଲିଚୁର ସାଇଡ ଇଫେକ୍ଟ…

ଅଧିକ ପରିମାଣରେ ଲିଚୁ ଖାଇଲେ ଆଲର୍ଜି ହୋଇଥାଏ। ଖାସ୍ କରି ଛୋଟ ପିଲାଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖାଯାଏ।

ଯଦି ଆପଣ ମଲ୍ଟିପଲ ସ୍କେଲେରୋସିସ, ଲ୍ୟୁପସ, ରୁମେଟିଇଡ ଭଳି ରୋଗରେ ପୀଡ଼ିତ ତେବେ ଆଦୌ ଲିଚୁ କୋଳି ଖାଆନ୍ତୁ ନାହିଁ।

ଲିଚୁର ଅର୍କ ଡାଇବେଟିସ ରୋଗ ଭଲ କରିଥାଏ। କିନ୍ତୁ ଲିଚୁ କୋଳି ଡାଇବେଟିସ ବଢ଼ାଇ ଦିଏ। ଏଣୁ ସୁଗାର ଥିଲେ ଲିଚୁ ଖାଇବାରୁ ବିରତ ରୁହନ୍ତୁ।

ଲିଚୁ ବ୍ଲଡ ସୁଗାରକୁ କମାଇ ଦିଏ। ଏଣୁ ଯଦି ଆଗକୁ କିଛି ସର୍ଜରୀ ହେବାର ଅଛି କିମ୍ବା ନିକଟରେ କରିଛନ୍ତି ତେବେ ଲିଚୁ ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.