ସୋଫାରେ ଶୋଉଥିଲେ ସାବଧାନ! ତୁରନ୍ତୁ ବଦଳାନ୍ତୁ ଏହି ଅଭ୍ୟାସ, ନଚେତ୍‌ ଭୋଗିବେ ଏସବୁ ସମସ୍ୟା

ଅଧିକାଂଶ ଲୋକ ସୋଫାରେ ବସି ଟିଭି ଦେଖିଥାନ୍ତି। ଟିଭି ଦେଖିବା ବେଳେ ଅନେକ ସମୟରେ ସେମାନେ ସେଠାରେ ହିଁ ଶୋଇପଡ଼ିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୋଫାରେ ଶୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସୋଫାରେ ସ୍ପଞ୍ଜ ବ୍ୟବହାର କରାଯାଏ। ଏଣୁ ଏଥିରେ ଶୋଇଲେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଏ। ତେବେ ଆସନ୍ତୁ ଜାଣିବା ସୋଫାରେ ଶୋଇବାର ସାଇଡ୍‌ ଇଫେକ୍ଟ ବିଷୟରେ…

  • ସୋଫା ଓ ଗଦି ମଧ୍ୟରେ ଅନେକ ତଫାତ୍‌ ରହିଛି। ଗଦି ଟାଣ ହୋଇଥିବା ବେଳେ ସୋଫା ଖୁବ୍‌ ନରମ ହୋଇଥାଏ। ସୋଫାରେ ସ୍ପଞ୍ଜ ବ୍ୟବହାର କରାଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ଦିନ ସୋଫାରେ ଶୋଇଲେ ଅଣ୍ଟା ବିନ୍ଧିବା ସମସ୍ୟା ଦେଖାଦିଏ।
  • ଖଟ ଭଳି ସୋଫା ଲମ୍ବା ଓ ଚଉଡ଼ା ହୋଇନଥାଏ। ଏଥିରେ ଆପଣଙ୍କୁ ଜାକି ଜୁକି ହୋଇ ଶୋଇବାକୁ ପଡ଼େ। ଫଳରେ ସକାଳୁ ଉଠିଲେ ଦେହ ହାତ ଘୋଳା ବିନ୍ଧା ହୁଏ।
  • ସୋଫାରେ ପ୍ରାୟତଃ ଆମେ ଭୁଲ ପୋଜିସନ୍‌ରେ ଶୋଇଥାଉ। ଫଳରେ ଅଣ୍ଟା ଓ ମାଂସପେଶୀଜନିତ ସମସ୍ୟା ଦେଖାଯାଏ। ଯାହା ଭବିଷ୍ୟତରେ ଆହୁରି ସାଂଘାତିକ ହୋଇଯାଏ।
  • ଯଦି ଆପଣ ସବୁବେଳେ ସୋଫାରେ ଶୋଉଛନ୍ତି ତେବେ ଗଦି ଉପର-ତଳ ଥିବାରୁ ଅଣ୍ଟା ଓ ମେରୁହାଡ଼ରେ ବି ସମସ୍ୟା ଦେଖାଯାଇପାରେ। ଏଥିସହ ନିଦ ଠିକ୍‌ ଭାବେ ହେଉନଥିବାରୁ ଦିନ ସାରା ମାନ୍ଦା ଲାଗିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.