ଶୀତଦିନେ ଚା’ ପିଇବାକୁ ଭଲ ପାଉଥିବା ବ୍ୟକ୍ତି ବଦଳାନ୍ତୁ ଅଭ୍ୟାସ, ବଞ୍ଚାନ୍ତୁ ଜୀବନ

ଆମ ଭିତରୁ ଖୁବ୍ କମ୍ ଲୋକ ଥିବେ ଯେଉଁମାନେ ଚା’ ପିଇବାକୁ ମନା କରୁଥିବେ। ଆଉ ଶୀତ ଦିନେ ଚା’ ପିଇବାର ମଜା ହିଁ ଅଲଗା। ଚା’ ଏମିତି ଏକ ପାନୀୟ ଯାହା ବିନା ସକାଳ ହୁଏନି। ହେଲେ ଯେଉଁ ଚା’ ଆପଣଙ୍କ ଜୀବନ ବୋଲି କହୁଛନ୍ତି ସେହି ଚା’ ଆପଣଙ୍କ ଜୀବନ ନେଇଯିବ କ୍ଷଣ କରେ। ଏସବୁ ପଢ଼ି ଅଜବ ଲାଗିବ ନିଶ୍ଚୟ ହେଲେ ଏହା ହିଁ ସତ, ଚା’ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ।

ଅନେକ ଲୋକ କୁହନ୍ତି ଚା’ ପିଇବା ପରେ ଶରୀରରେ ବଳ ଆସିଯାଏ । ହେଲେ ଏହି ଫୁର୍ତ୍ତି କେମିତି ଆସେ ସେ ବିଷୟରେ ଜାଣିଲେ ଆପଣ ନିଜ ଅଭ୍ୟାସ ଟିକେ ବଦଳାଇବେ ନିଶ୍ଚିତ । ପାଣି ଆଉ କ୍ଷୀର ପରେ ଚା’ ହେଉଛି ସବୁଠୁ ଅଧିକ ପିଆଯାଉଥିବା ପାନୀୟ। ଅନେକ ବର୍ଷ ପୂର୍ବରୁ କେବଳ ଶୀତ ଦିନରେ ଲୋକେ ଚା’ ପିଉଥିଲେ ହେଲେ ଏବେ ସବୁ ଋତୁରେ ଚା’ ହେଉଛି ଆମ ଭାରତୀୟଙ୍କ ପ୍ରଥମ ପସନ୍ଦ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ୧୫ ଶହରୁ ଅଧିକ ପ୍ରକାରର ଚା’ ଲୋକ ଟେଷ୍ଟ କରି ସାରିଲେଣି। ଯେଉଁଥିରୁ ବ୍ଲାକ ଟି, ରେଡ୍ ଟି, ୟେଲୋ ଟି ଆଉ ଗ୍ରୀନ ଟିର ବେଶି ଚାହିଦା ରହିଛି।

ଆମ ଦେଶରେ ଜଣେ ଚାହା ପ୍ରେମୀ ନିଜ ଜୀବନ ଭିତରେ ପାଖାପାଖି ୪୦ ହଜାର କପ୍ ଚାହା ପିଇଥାଆନ୍ତି। ଏକ ରିସର୍ଚ୍ଚ ମୁତାବକ, ପ୍ରତିଦିନ ୧୦ ଲକ୍ଷ ଲୋକ ବିନା ଚିନିରେ ଚାହା ପିଉଛନ୍ତି। ବାକି ୩୦ ଲକ୍ଷ ଲୋକ ବିନା କ୍ଷୀରରେ ପ୍ରତି ସକାଳୁ ଚାହା ପିଇଥାନ୍ତି। ଏବେ ଆସିବା ଅସଲ କଥାକୁ, ଚାହାରେ ଏକ ପ୍ରକାରର ଅଫିମ ଥାଏ। ଏଥିରେ ଥିବା ଏମିନୋ ଏସିଡ ମସ୍ତିଷ୍କକୁ ଫୁର୍ତ୍ତିଲା ବନାଏ । ଏଥିରେ ଥିବା ମଲ୍ଟି ଅକ୍ସିଡେଣ୍ଟ୍ ଶରୀରର ଇମ୍ୟୁନି ସିଷ୍ଟମକୁ ମଜବୁତ୍ କରେ, ଯାହା ଫଳରେ ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହୁଏ। ଦିନ ସାରାର କାମ କରିବାରେ ଆପଣଙ୍କୁ ଥକ୍କାପଣ ଆସି ନଥାଏ। ଏହା ଶରୀର ପାଇଁ ଯେତିକି ଭଲ ସେତିକି ଖରାପ୍ ମଧ୍ୟ ସାବ୍ୟସ୍ତ ହୋଇଥାଏ।

ଆଜିଠୁ ୨୦୦ ବର୍ଷ ପୂର୍ବେ ମଣିଷ ଚାହା ପିଉ ନଥିଲେ। ଏବେ କିନ୍ତୁ କାହା ଘରକୁ ଯାଆନ୍ତୁ ଆଗ ଚାହା ପାଇଁ ପଚରା ଯାଏ। ତେବେ ସକାଳୁ ଖାଲି ପେଟରେ ଚାହା ପିଉଥିଲେ ସାବଧାନ । ଏମିତି ରେ ପେଟରେ ଏସିଡିଟି ବଢିଯାଏ। ପାଚନ ପ୍ରକ୍ରିୟା ପାଇଁ ବାହାରୁ ଥିବା ଗ୍ୟାସ୍ ଏବଂ ଏସିଡକୁ ଧିମା କରିଦିଏ ଚାହା। ଯାହା ଫଳରେ ପାଚନ ତନ୍ତ୍ର କାମ କରିବ ନାହିଁ ଆଉ ଆପଣଙ୍କ ଶରୀରରେ କଫ ଜମା ହୋଇ ଚାଲିବ।

ଆଉ ଏକ ସମସ୍ୟା ହେଉଛି ଚାହା ନିଦ କମ୍ କରିଦିଏ। ଯଦି ଆପଣ ଦିନକୁ ଦୁଇ କପ୍ ରୁ ଅଧିକ ଚାହା ପିଉଛନ୍ତି, ତେବେ ଏହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇବ। ନିଦ ପୂରା ନହେଲେ ମସ୍ତିଷ୍କ ଜନିତ ସମସ୍ୟା ଦେଖାଯାଏ। ଆଞ୍ଜାଇଟି, ଡିପ୍ରେସନ ବଢେ। ତେଣୁ ଏବେ ଅଧିକ ଚା ପିଉଥିଲେ ତୁରନ୍ତ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ।
ଖାଇବା ପରେ ଯଦି ଚାହା ପିଉଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ରକ୍ତ ଶୁଖିବା ପ୍ରକ୍ରିୟା ଷ୍ଟାର୍ଟ ହୋଇଯିବ। ଏହି କାରଣରୁ ଶରୀରରେ ଆଇରନ୍ କମିଯାଏ।

ଚା ରେ କାଫିନ୍ ମାତ୍ରା ବହୁତ୍ ଥାଏ । ଏହା ବ୍ଲଡ ପ୍ରେସର ବଢ଼ାଇ ଦିଏ।

ବାହାରେ ଚା’ ପିଉଥିଲେ ଜାଣିଥିବେ ଦୋକାନୀ ପୁରୁଣା ଚା ପତି ବାରମ୍ବାର ବ୍ୟବହାର କରନ୍ତି। ଏମିତି କରିବା ଦ୍ଵାରା ଚା ବିଷରେ ପରିଣତ ହୋଇଯାଏ। ଆଉ ଏହି ବିଷ ହୃଦ୍ ରୋଗୀଙ୍କ ପାଇଁ ମୃତ୍ୟୁକୁ ଟାଣି ଆଣେ।

Leave A Reply

Your email address will not be published.