ଷ୍ଟ୍ରେଟନର୍ ରେ କରୁଛନ୍ତି ହେୟାର୍ ଷ୍ଟାଇଲ୍ ତେବେ ଜାଣିନିଅନ୍ତୁ ଏହି ଜରୁରୀ କଥା, ନଚେତ୍ ପରେ କରିବେ ଅନୁତାପ

କଣ ଆପଣ ପ୍ରତିଦିନ ଅଫିସ୍ ଏବଂ କଲେଜ୍ ଯିବା ସମୟରେ ଚୁଟି ଷ୍ଟ୍ରେଟ୍ କରୁଛନ୍ତି । କିମ୍ବା ଚୁଟିକୁ ଷ୍ଟ୍ରେଟ୍ କରିବାକୁ ଚିନ୍ତା କରୁଛନ୍ତି । ଯଦି ହଁ ତେବେ ଥରେ ପଢିନିଅନ୍ତୁ ଏହାର କ୍ଷତି ବିଷୟରେ ।

ଚୁଟି ଷ୍ଟ୍ରେଟ୍ କଲେ ସବୁଠାରୁ ବଡ କ୍ଷତି ହେଉଛି ଏହା ଶୁଷ୍କ ହୋଇଯାଏ । ଷ୍ଟ୍ରେଟନର୍ ହେଉ ବା କେମିକାଲ୍ ଦେଇ ହେଉ , ଯେକୌଣସି ଉପାୟରେ ଚୁଟିକୁ ଷ୍ଟ୍ରେଟ୍ କଲେ ଏହାର ତୈଳାଂଶ ଶେଷ ହୋଇଯାଏ । ଏବଂ କେଶ ଡ୍ରାଏ ହୋଇଯାଏ । ଏହା ଖୁବ୍ ଦୁର୍ବଳ ଏବଂ ରଫ୍ ମଧ୍ୟ ହୋଇଯାଏ କେଶ । ଆଉ କେଶ ଡ୍ରାଏ ହୋଇଗଲେ ଝଡିବା ନିଶ୍ଚିତ ।

ଏହା ସହ ପଢନ୍ତୁ ଧଳା କେଶକୁ କଳା କରିନଥାଏ ଏହି ସବୁ ଘରୋଇ ଉପାୟ , ଏଭଳି ମିଛ ଖବରରୁ ନିଜକୁ ବଂଚାନ୍ତୁ

ଷ୍ଟ୍ରେଟନିଙ୍ଗ୍ କାରଣରୁ କେଶ ମୂଳରୁ ପ୍ରାକୃତିକ ତୈଳ ଚାଲିଯାଇଥାଏ । ଯାହା ଫଳରେ ସ୍କାଲ୍ପ ଶୁଷ୍କ ହୋଇ କୁଣ୍ଡାଇ ହୋଇଥାଏ । ଏହା କେଶରେ ରୂପି ମଧ୍ୟ ହେବାର ସମ୍ଭାବନା ରହିଥାଏ ।

ଚୁଟି ଷ୍ଟ୍ରେଟନିଙ୍ଗ୍ କରିବା ସମୟରେ ଏହି ସବୁ କଥା ଧ୍ୟାନ ଦିଅନ୍ତୁ 

– ଚୁଟି ଷ୍ଟ୍ରେଟନିଙ୍ଗ୍ କରିବା ପୂର୍ବରୁ କେଶରେ ହିଟ୍ ପ୍ରୋଟେକ୍ଟ ନିଶ୍ଚୟ ଲଗାନ୍ତୁ । ଏହାର ଆପଣଙ୍କ କେଶକୁ ନଷ୍ଟ ହେବାରୁ ବଂଚାଇଥାଏ ।

– କେଶକୁ ପ୍ରତିଦିନ ଷ୍ଟ୍ରେଟ୍ କରନ୍ତୁ ନାହିଁ । ଯଦି ଅତି ଦରକାର ପଡେ ତେବେ ସପ୍ତାହରେ ଦୁଇ ଥର ଷ୍ଟ୍ରେଟ୍ କରନ୍ତୁ ।

– ଭୁଲରେ ବି ଓଦା କେଶରେ ଷ୍ଟ୍ରେଟନର୍ ବ୍ୟବହାର କରନ୍ତୁ ନାହିଁ ।

– ଯେବେ ବି ଚୁଟିକୁ ଷ୍ଟ୍ରେଟ୍ କରୁଛନ୍ତି ତାପମାତ୍ରା କମ୍ କିମ୍ବା ମିଡିୟମରେ ରଖନ୍ତୁ

ଏହି ଘରୋଇ ସରଳ ଉପାୟରେ ପାଆନ୍ତୁ ଷ୍ଟ୍ରେଟ୍ ଓ ସାଇନିଙ୍ଗ୍ କେଶ

ଆଲୋବେରା ଓ ଅଏଲ୍ ପ୍ୟାକ୍ 

alovera

ତ୍ବଚା ପାଇଁତ’ ଆପଣ ବହୁତଥର ଆଲୋବେରା ବ୍ୟବହାର କରିଥିବେ କିନ୍ତୁ ବୋଧ ହୁଏ ଆପଣ ଏହି କଥା ଜାଣି ନଥିବେ ଆଲୋବେରା ଆପଣଙ୍କ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ । କେଶକୁ ଷ୍ଟ୍ରେଟ୍ କରିବା ପାଇଁ ଅଧା କପ୍ ଆଲୋବେରାରେ ଅଧା କପ୍ ତେଲ ମିଶାଇ ଏକ ଘଣ୍ଟା ପର୍ୟ୍ୟନ୍ତ କେଶରେ ଲଗାଇ ରଖନ୍ତୁ । ଏହାକୁ ଲଗାଇବା ଦ୍ବାରା କିଛି ଦିନରେ ଆପଣଙ୍କ କୁଞ୍ଚୁକୁଞ୍ଚିଆ କେଶ ଷ୍ଟ୍ରେଟ୍ ହୋଇଯିବ ।

କ୍ଷୀର ଓ ଅଣ୍ଡାର ପ୍ୟାକ୍ 

milkegg

ଏକ କପ୍ କ୍ଷୀରରେ ଗୋଟେ ଅଣ୍ଡା ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏବେ ଏହି ପ୍ୟାକ୍ କୁ କେଶରେ ଦେଢ ଘଣ୍ଟା ପର୍ୟ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ମାଇଲଡ୍ ସାମ୍ପୁ ଏକ ସପ୍ତାହ ଯାଏ ବ୍ୟବହାର କରନ୍ତୁ ଦେଖିବେ କିଛି ଦିନରେ ଆପଣଙ୍କର କୁଞ୍ଚୁକୁଞ୍ଚିଆ କେଶ ସିଧା ହୋଇଯିବ ।

ମୁଲତାନି ମାଟି 

multani mitti

ମୁଲତାନି ମାଟି ତ୍ବାଚା ସହିତ କେଶ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ । ଆଗକାଳର ଲୋକ ସାମ୍ପୁ ସ୍ଥାନରେ ମୁଲତାନି ମାଟିକୁ ବ୍ୟବହାର କରୁଥିଲେ । କୁଞ୍ଚୁକୁଞ୍ଚିଆ କେଶରୁ ରକ୍ଷା ପାଇବା ପାଇଁ ଆପଣ ମୁଲତାନି ମାଟିର ପ୍ୟାକ୍ କେଶରେ ଲଗାଇ ପାରିବେ ।

Leave A Reply

Your email address will not be published.