ଖରାଦିନେ ଅଧିକ ତରଭୁଜ ଖାଉଥିଲେ ସାବଧାନ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା

ଖରାଦିନ ଆସିଲେ ତରଭୁଜର ଚାହିଦା ବହୁତ ବଢ଼ିଯାଏ। ଖରାଦିନେ ଖିଆ ଯାଉଥିବା ପରିବା ମଧ୍ୟରେ ତରଭୁଜ ପ୍ରମୁଖ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ। ତରଭୁଜରେ ପ୍ରାୟ ୯୨ ପ୍ରତିଶତ ପାଣି ରହିଥାଏ। ଏଣୁ ତରଭୁଜ ସେବନ କରିବାକୁ ଏକ ଆଶୀର୍ବାଦ ବୋଲି କୁହାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତରଭୁଜ ଖାଇବାର କେତେକ ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଆସନ୍ତୁ ଜାଣିବା ତାହା କ’ଣ…

  • ତରଭୁଜ ଏକ ମିଠା ଫଳ ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ବଢ଼ିଯାଏ। ଏଣୁ ଡାଇବେଟିସ୍‌ ରୋଗୀଙ୍କୁ କମ୍‌ ତରଭୁଜ ଖାଇବାକୁ ପରାମର୍ଶ ଦିଆଯାଏ।
  • ତରଭୁଜରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ରହିଥାଏ। ଯାହା ହାର୍ଟ ସମସ୍ୟା ସୃଷ୍ଟି କରେ। ଏଣୁ ସନ୍ତୁଳିତ ମାତ୍ରାରେ ତରଭୁଜ ଖାଇବା ଉଚିତ୍‌।
  • ତରଭୁଜରେ ହାଇ ଫାଇବର ଥାଏ। ଯାହା ଦ୍ୱାରା ଡାଇରିଆ, ଗ୍ୟାସ୍‌, ପେଟ ଫୁଲିବା ଭଳି ସମସ୍ୟା ମଧ୍ୟ ଉପୁଜିପାରେ।
  • ମଦ ପିଉଥିବା ବ୍ୟକ୍ତି ତରଭୁଜ ଖାଇବା ଅନୁଚିତ। ଏହା ଦ୍ୱାରା ଲିଭର ସମସ୍ୟା ଦେଖାଦିଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.