ଲାଇଫ୍ ଷ୍ଟାଇଲ୍

ଶୀତଦିନେ ମୋଜା ପିନ୍ଧି ଶୋଇବା ଶରୀର ପାଇଁ କ୍ଷତିକାରକ, ଆପଣ କରୁନାହାନ୍ତି ତ ଏପରି ଭୁଲ୍‌

ଶୀତଦିନ ଆସିବା ମାତ୍ରେ ଆମେ ଶୀତ ପୋଷାକ ଉପରେ ନିର୍ଭର କରିଥାଉ । ସ୍ୱେଟର, ମୋଜା, ମଫଲର ଇତ୍ୟାଦିର ବ୍ୟବହାର କରିଥାଉ। ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍‌ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍‌ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି ତା’ ଉପରେ ସ୍ୱେଟର ପିନ୍ଧିପାରିବେ। କିଛି ଲୋକ ରାତିରେ ଥଣ୍ଡାରୁ ବଞ୍ଚିବା ପାଇଁ ମୋଜା ପିନ୍ଧି ଶୋଇଥାନ୍ତି । ଏହାଛଡା ମୋଜା ପିନ୍ଧିବା ଦ୍ୱାରା ଗୋଡ ପାଟିବା କମ୍‌ ହୋଇଥାଏ। ପାଦ ଗରମ ରହିଥାଏ। ଝାଳରୁ ଛୁଟକାରା ମିଳିଥାଏ ।

ହେଲେ ମୋଜା ପିନ୍ଧି ଶୋଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଅଭ୍ୟାସ ବଦଳାଇଦିଅନ୍ତୁ । ରାତିରେ ଶୋଇବା ସମୟରେ ଆପଣ ଯଦି ମୋଜା ପିନ୍ଧି ଶୋଉଛନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ତେବେ ଜାଣନ୍ତୁ କ’ଣ ପ୍ରଭାବ ପଡିବ ।

ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ମୋଜା ପିନ୍ଧୁଛନ୍ତି ତାହେଲେ ଏହାଦ୍ୱାରା ପାଦ ଷ୍ଟିଫ ହୋଇଯାଇଥାଏ ଏବଂ ପାଦ ଝିମଝିମ ହେବା ଭଳି ସମସ୍ୟା ଦେଖାଦେଇଥାଏ । ପାଦରୁ ଝାଳ ବାହାରିବା ସହିତ ଏହା ପାଦରେ ଫଙ୍ଗଲ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟି କରିଥାଏ । ଯାହାଦ୍ୱାରା ପାଦର ତ୍ୱଚା ଖରାପ ହୋଇଯାଇଥାଏ। ଟାଇଟ ମୋଜା ପିନ୍ଧିବାର ଅଭ୍ୟାସ ଆପଣଙ୍କୁ ଭ୍ୟାରିକୋଜ ଭେନସ(ପାଦର ଶିରାପ୍ରଶିରା ନୀଳ ପଡିଯିବା)ଭଳି ରୋଗର ଶିକାର ବନାଇଥାଏ । କେବଳ ସେତିକି ନୁହେଁ ଯଦି ଏହି ରୋଗ ଆପଣଙ୍କୁ ପୂର୍ବରୁ ଅଛି ତାହେଲେ ପରିସ୍ଥିତି ସଙ୍କଟାପର୍ଣ୍ଣ ହେବାର ଆଶଙ୍କା ରହିଥାଏ ।

ମୋଜା ପିନ୍ଧି ଶୋଇବାର କ୍ଷତି :

ରକ୍ତ ସଞ୍ଚାଳନରେ ସମସ୍ୟା : ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ରକ୍ତ ସଂଚାଳନରେ ସମସ୍ୟା ଆସିଥାଏ। ଶୋଇବା ସମୟରେ ଅଧିକ ଟାଇଟ ମୋଜା ପିନ୍ଧିବା ଦ୍ୱାରା ବ୍ଲଡ ଫ୍ଲୋ କମ୍‌ ହୋଇଯାଏ।

ଓଭର ହିଟିଂ ସମସ୍ୟା : ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ବ୍ୟକ୍ତିକୁ ଓଭରଯିଟିଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଦ୍ୱାରା ଶରୀରର ତାପମାତ୍ରା ହଠାତ୍‌ ବଢିଯିବା ସହିତ ବିଚଳିତ ଏବଂ ଅସହଜ ଅନୁଭବ ଲାଗିଥାଏ ।

ସ୍କିନ ଆଲର୍ଜି : ଦିନଯାକ ମୋଜା ପିନ୍ଧି ବୁଲିବା ଯୋଗୁଁ ଧୂଳି ମଳି ଜମି ରହିଥାଏ। ଆଉ ଯଦି ରାତିରେ ମୋଜା ପିନ୍ଧି ଶୋଇବେ, ତେବେ ପାଦରେ ସଂକ୍ରମଣ ବଢିଯାଏ।

ହୃଦୟ ପାଇଁ କ୍ଷତିକାରକ : ଶୀତଦିନରେ ଟାଇଟ ମୋଜା ପିନ୍ଧିବା ଦ୍ୱାରା ପାଦର ଶିରା ଉପରେ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ହୃଦୟରେ ରକ୍ତ ସଂଚାଳନ ହେବାରେ ସମସ୍ୟା ଆସିଥାଏ। ଏଥିଯୋଗୁଁ ହୃଦୟ ଉପରେ ପ୍ରଭାବ ପଡେ ।

 

Swagatika

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

30 mins ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

58 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

1 hour ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 hours ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

2 hours ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 hours ago